ମାରପିଟ କରି ବନ୍ଧା ହେଲେ ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ

author img

By

Published : Mar 21, 2022, 4:52 PM IST

ମାରପିଟ କରି ଗିରଫ ହେଲେ ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ

ଥାନା ସମ୍ମୁଖରେ ପୋଲିସ ଉପସ୍ଥିତିରେ ମାରପିଟ କରି ଗିରଫ ହେଲେ ପୂର୍ବତନ SDA ଅଧ୍ୟକ୍ଷ । ସମ୍ବଲପୁରର ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ ଧନୁପାଲି ଥାନା ସମ୍ମୁଖରେ ମାରପିଟ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ଥାନା ସମ୍ମୁଖରେ ପୋଲିସ ଉପସ୍ଥିତିରେ ମାରପିଟ କରି ଗିରଫ ହେଲେ ପୂର୍ବତନ SDA(Sambalpur Development Authority) ଅଧ୍ୟକ୍ଷ । ସମ୍ବଲପୁରର ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ ଧନୁପାଲି ଥାନା ସମ୍ମୁଖରେ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କୁ ପୋଲିସ ଗିରଫ କରିଛି ।

ମାରପିଟ କରି ଗିରଫ ହେଲେ ପୂର୍ବତନ SDA ଅଧ୍ୟକ୍ଷ ଜୟବ୍ରତ ଦେ

ଜୟବ୍ରତ ଦେ ଧନୁପାଲି ଥାନା ସାମ୍ନାରେ ମାର୍‌ପିଟ କରୁଥିବା ସିସିଟିଭିରେ କଏଦ ହୋଇଛି । ଏହି ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଛି । ଜୟବ୍ରତ ଦେଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏହାକୁ ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଗତକାଲି(ରବିବାର) ବିଳମ୍ବିତ ରାତିରେ ଜୟବ୍ରତ ଦେ ଥାନା ଭିତରକୁ ପଶି ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି |

ତେବେ ଏହି ଘଟଣାରେ ଜୟବ୍ରତଙ୍କ ସମେତ ତାଙ୍କ ପୁଅ ରୋଚିସ ଦେଙ୍କୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କେଉଁ କାରଣରୁ ଦୁଇଜଣ ବ୍ୟକ୍ତିଙ୍କୁ ଜୟବ୍ରତ ଦେ ଆକ୍ରମଣ କଲେ ତାହାର ତଦନ୍ତ ଜାରି ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.