ବନ୍ଦ ହେଲା ହୀରାକୁଦର ଆଉ ୧୦ ଗେଟ, ୧୮ଟି ଗେଟରେ ବନ୍ୟା ଜଳ ନିଷ୍କାସନ ଜାରି

author img

By

Published : Sep 18, 2021, 8:42 AM IST

Updated : Sep 18, 2021, 11:09 AM IST

ବନ୍ଦ ହେଲା ହୀରାକୁଦର ୪ ଗେଟ, ୨୪ ଟି ଗେଟରେ ବନ୍ୟା ଜଳ ନିଷ୍କାସନ ଜାରି

୨୮ଟି ଗେଟରୁ ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ । ଏବେ ୧୮ଟି ଗେଟ ଦେଇ ହୀରାକୁଦ ଡ୍ୟାମରୁ ହେଉଛି ଜଳ ନିଷ୍କାସନ । ଅଧିକ ପଢନ୍ତୁ...

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଆଉ ୬ଟି ଗେଟ । ଏବେ ୧୮ଟି ଗେଟ ଦେଇ ହୀରାକୁଦ ଡ୍ୟାମରୁ ହେଉଛି ଜଳ ନିଷ୍କାସନ । ତେବେ ସକାଳ ସମୟରେ ୪ଟି ଗେଟ୍ ବନ୍ଦ ଥିବା ବେଳେ ୨୪ ଗେଟ୍ ଦେଇ ହେଉଥିଲା ବନ୍ୟା ଜଳ ନିଷ୍କାସନ । ବିଗତ କିଛିଦିନ ହେଲା ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମର ୨୮ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା ।

ବନ୍ଦ ହେଲା ହୀରାକୁଦର ଆଉ ୧୦ ଗେଟ, ୧୮ଟି ଗେଟରେ ବନ୍ୟା ଜଳ ନିଷ୍କାସନ ଜାରି

ତେବେ ଆଜି ୧୦ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଫଳରେ ବର୍ତ୍ତମାନ ୧୮ଟି ଗେଟ ଖୋଲା ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ହୋଇଥିବାବେଳେ ବର୍ତ୍ତମାନ ଜଳସ୍ତର ୬୨୮.୨୯ଫୁଟ ରହିଛି । ଆଗକୁ ହୀରାକୁଦର ଉପର ମୁଣ୍ଡର ବର୍ଷା, ବନ୍ୟା ଜଳ ପ୍ରବେଶ, ତଳମୁଣ୍ଡର ବର୍ଷା ଓ ତଳମୁଣ୍ଡର ବନ୍ୟା ସ୍ଥିତି ଦେଖି ଡ୍ୟାମ ପରିଚାଳନା କରାଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated :Sep 18, 2021, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.