ETV Bharat / state

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

author img

By

Published : Feb 8, 2023, 2:07 PM IST

ସମ୍ବଲପୁର ତେରବେଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରେ ଏକ ଟ୍ରକ ଜଳିଯିବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ସମ୍ବଲପୁର ତେରବେଡା ନିକଟରେ ଟ୍ରକ ଦୁର୍ଘଟଣା
ସମ୍ବଲପୁର ତେରବେଡା ନିକଟରେ ଟ୍ରକ ଦୁର୍ଘଟଣା

ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର: ଦୁର୍ଘଟଣାଗ୍ରସ୍ତ ହେବା ପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଜୀବନ୍ତ ଦଗ୍ଧ ହୋଇଗଲେ ଟ୍ରକ ଡ୍ରାଇଭର । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ତେରବେଡା ଗ୍ରାମ ନିକଟରେ ଏପରି ଦୁଃଖଦ ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଟ୍ରକ ଓଲଟି ପଡିବା ପରେ ଏଥିରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ଟ୍ରକ ସହ ଡ୍ରାଇଭର ଜଳି ଯାଇଛନ୍ତି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଟ୍ରକଟି ନାକଟିଦେଉଳ ପଟୁ ରେଢ଼ାଖୋଲ ଆଡକୁ ଆସୁଥିଲା । ଏତିକି ବେଳେ ତେରବେଡା ଠାରେ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଏଥିରେ ନିଆଁ ଲାଗିଯାଇଥିଲା । ଟ୍ରକ ଡ୍ରାଇଭର ଚାପି ହୋଇ ଗାଡିରୁ ବାହାରି ପାରିନଥିଲେ । ଶେଷରେ ଟ୍ରକ ସହ ସେ ମଧ୍ୟ ଜଳି ଯାଇଥିଲେ । ଦୁର୍ଘଟଣାରେ ଡ୍ରାଇଭଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ଏ ଯାଏଁ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଆଜି (ବୁଧବାର) ସକାଳୁ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ବ୍ରାହ୍ମଣୀ ନଦୀରେ ଯାତ୍ରା ଆରମ୍ଭରୁ ବୁଡିଲା ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କରଲାଖମନ ଗାଁରେ ଏଭଳି ସମାନ ଦୁର୍ଘଟଣା ଘଟିଥିଲା । ଏଠାରେ ଗୋଟିଏ ବୋଲେରୋ ଭାରସାମ୍ୟ ହରାଇ ଗଛରେ ଧକ୍କା ହେବା ପରେ ଜଳି ଯାଇଥିଲା । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିଲା ।

ମୃତାହତମାନେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ ରାତିରେ ବୋଲେରୋ ଯୋଗେ ସିମଡେଗାରୁ ଗଡପୁରୁଷପୁର ଫେରୁଥିବା ବେଳେ ବାଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଭଉଣୀର ବାହାଘର ହେବାର ଥିଲା । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ଗଛରେ ପିଟି ହେବା ପରେ ନିଆଁ ଲାଗିଯାଇଥିବା ଆଶଙ୍କା କରାଯାଉଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.