ETV Bharat / state

ରେଳ ଲାଇନକୁ ମାଡିଗଲା ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Jul 8, 2023, 9:09 AM IST

Updated : Jul 8, 2023, 1:19 PM IST

ସମ୍ବଲପୁରରେ ଭାରସାମ୍ୟ ହରାଇ ରେଳ ଲାଇନକୁ ମାଡିଗଲା ବସ୍ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଅଧିକ ପଢନ୍ତୁ

Bus crashes railway tracks in Sambalpur
Bus crashes railway tracks in Sambalpur

Bus crashes railway tracks in Sambalpur

ସମ୍ବଲପୁର: ଭାରସାମ୍ୟ ହରାଇ ରେଳ ଲାଇନକୁ ମାଡିଗଲା ବସ୍ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଆଜି ଭୋରରୁ ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ମେଡିକାଲକୁ ପଠାଯାଇଛି । ରେଳ ଲାଇନରେ ବସ୍ ପଡି ରହିଥିବାରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି l ଭୁବନେଶ୍ୱରରୁ ବରଗଡ଼ ଯାଉଥିବା ନାଇଟ କୋଚ ବସ୍ ଦୁର୍ଘଟଣାର ଶିକାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ 5ଟାରେ ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାଉଥିଲା ନଡ଼ିଆ ରାଣୀ ନାଇଟ କୋଚ ବସ୍ । ବସଟି ସମ୍ବଲପୁର ଦେଇ ଯାଉଥିବା ବେଳେ କ୍ଷେତରଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଭାରସାମ୍ୟ ହରାଇ ରେଳ ଲାଇନକୁ ମାଡି ଯାଇଥିଲା । ଫଳରେ ବସରେ ବସିଥିବା ଜଣେ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ତେବେ ରେଳ ଲାଇନରେ ବସ ପଡି ରହିଥିବାରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ଆରପିଏଫ, ରେଳ ବିଭାଗର ଟେକ୍ନିକାଲ ଟିମ ପହଞ୍ଚି ବସକୁ ଟ୍ରାକରୁ ହଟାଇବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା OSRTC ବସ୍‌ ,୮ ଆହତ

କେମିତି ହେଲା ଦୁର୍ଘଟଣା ?

ବସରେ 2 ଜଣ ଡ୍ରାଇଭର ଥିଲେ । ଭୁବନେଶ୍ୱରରୁ ଆସିବା ବେଳେ ରେଢ଼ାଖୋଲ ଠାରେ ଡ୍ରାଇଭର ପରିବର୍ତ୍ତନ ହୋଇଥିଲେ । ପୂର୍ବରୁ ବସର ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି ରହିଥିଲା । ସମ୍ବଲପୁର ବରଗଡ଼ ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ଠାରେ ବସି ଏକ ଟ୍ରଲରକୁ ହର୍ନ ଦେଇ ଓଭରଟେକ କରୁଥିଲା । ଏହି ସମୟରେ ଟ୍ରଲର ହଠାତ ବସ୍ ସମ୍ମୁଖକୁ ଆସିଯାଇଥିଲା । ଏଭଳି ସ୍ଥିତିରେ ବସ୍ ଡ୍ରାଇଭର ହଠାତ ବ୍ରେକ ମାରିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପରେ ରାସ୍ତା କଡରେ ଥିବା ରେଳ ଲାଇନର ବ୍ୟାରିକେଟ ଭାଙ୍ଗି ରେଳ ଲାଇନ ଆଡକୁ ମାଡି ଯାଇଥିଲା ବସ୍ । ଏନେଇ ରେଳ ବିଭାଗକୁ ସୂଚନା ଦିଆଯିବା ପରେ ସେହି ଟ୍ରାକରେ ଆସୁଥିବା ମାଲବାହୀ ଟ୍ରେନକୁ ଅଟକାଇ ଦିଆଯାଇଥିଲା । ଫଳରେ ଏକ ବଡ ଦୁର୍ଘଟଣା ଟଳି ଯାଇଥିଲା । ବସରେ ପ୍ରାୟ 30 ଜଣ ଯାତ୍ରୀ ଥିବା ସୂଚନା ମିଳିଛି l ଜଣେ ଆହତଙ୍କ ଗୋଟିଏ ଗୋଡ଼ରେ ଗୁରୁତର ଆଘାତ ଲାଗିଛି l ଆଉ 3 ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି l

ଇଟିଭି ଭାରତ, ସମ୍ବଲପୁର

Last Updated :Jul 8, 2023, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.