ETV Bharat / state

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ହୀନ ରାଜନୀତି କରୁଛି ବିଜେପି: ବିଜେଡି

author img

By

Published : May 3, 2023, 11:19 AM IST

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ହୀନ ରାଜନୀତି କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି । ଅଧିକ ପଢନ୍ତୁ

ବିଜେଡି ସାମ୍ବାଦିକ ସମ୍ମିଳନୀ
ବିଜେଡି ସାମ୍ବାଦିକ ସମ୍ମିଳନୀ

ବିଜେଡି ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାର ଯାଞ୍ଚ ପାଇଁ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସମ୍ବଲପୁର ଆସିଥିବାବେଳେ ଏହାକୁ ବିରୋଧ କରିଛି ବିଜେଡି । ଏହାଦ୍ବାରା ବିଜେପି ପୁଣି ବିଶୃଙ୍ଖଳା, ଗଣ୍ଡଗୋଳ ଓ ହିଂସା ସୃଷ୍ଟି କରି ସମ୍ବଲପୁରବାସୀଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିବା ବିଜେଡି ଅଭିଯୋଗ କରିଛି l ହୀନ ରାଜନୈତିକ ଖେଳ ଖେଳିବା ପାଇଁ ବିଜେପି ଏହି ଟିମ୍ ପଠାଇଛି l କୋର୍ଟ, ତଦନ୍ତକାରୀ ସଂସ୍ଥା, ମାନବାଧିକାର କମିଶନ, ଏସଟି କମିଶମ ଉପରେ ବିଜେପି ବିଶ୍ୱାସ କରୁନାହିଁ । ସମ୍ବଲପୁର ଓଡ଼ିଶା ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ l

ବିଜେଡି କହିଛି ଯେ, ସମ୍ବଲପୁରରେ ହୋଇଥିବା ହିଂସା ଦୁର୍ଭାଗ୍ୟଜନକ । କିଛି ଲୋକ ଯୋଗୁଁ ଏହିଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଲା । ଏହାଦ୍ୱାରା ଭାଇଚାରାର ସହର ସମ୍ବଲପୁର ଉପରେ ବହୁତ ପ୍ରଭାବ ପଡିଛି । ସେ ଯାହା ହେଉନା କାହିଁକି ଜିଲ୍ଲା ପ୍ରଶାସନ ଓ ବୁଦ୍ଧିଜୀବୀଙ୍କ ଉଦ୍ୟମକ୍ରମେ ବର୍ତ୍ତମାନ ସମ୍ବଲପୁରରେ ସ୍ଥିତି ସ୍ୱାଭାବିକ ହେଉଥିବା ସହ ଶାନ୍ତି ଫେରୁଛି । କିନ୍ତୁ ବିଜେପି ଏହାର ରାଜନୈତିକ ଫାଇଦା ଉଠାଇବା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଛି । ବିଜେପି ଶାସିତ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏମିତି ଘଟଣା ଘଟିଲେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ କାହିଁକି ପଠାଏ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି l

ତଦନ୍ତକାରୀ ସଂସ୍ଥା, ମାନବଧିକାର କମିଶନ, ଏସଟି କମିଶନ ଉପରେ ଉପରେ ବିଜେପି କାହିଁକି ବିଶ୍ୱାସ କରୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି l ସମ୍ବଲପୁରରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ତେବେ ଏହିଭଳି ଘଟଣା ଘଟିଲେ ଗରିବ, ଖଟିଖିଆ ଓ ଛୋଟ ଦୋକାନୀ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି l ତେଣୁ ବିଜେପି କଣ ଏହିଭଳି ସାଧାରଣ ବର୍ଗର ଲୋକଙ୍କୁ ଆହୁରି ହଇରାଣ କରିବାକୁ ଚାହୁଁଛି ବୋଲି କହିଛି ବିଜେଡି । ତେଣୁ ଆଗକୁ ସମ୍ବଲପୁରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏଥିପାଇଁ ବିଜେପି ଦାୟୀ ରହିବ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।


ଅନ୍ୟପଟେ ସମ୍ବଲପୁର ହୋଇଥିବା ହିଂସାକାଣ୍ଡ ଘଟଣା ପାଇଁ ବିଜେପି ସଂସଦୀୟ ଟିମର ଏକ 4 ଜଣିଆ ସଦସ୍ୟ ସମ୍ବଲପୁର ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ବିଜେପିର ଅଭିଯୋଗକୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ଏଥିରେ ସାମ୍ବାଦିକମାନଙ୍କ କିଛି ପ୍ରଶ୍ନ ଉତ୍ତର ନଦେଇ ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ଶେଷ କରି ଦିଆଯାଇଥିଲା । ଏପରିକି ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଉଥିବା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବାଇଟ୍ ନଦେଇ ଚାଲି ଯାଇଥିଲେ । ମୁଖ୍ୟତଃ ହିଂସାରେ ମୃତ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ମୃତ୍ୟୁ କିପରି ହୋଇଥିଲା ଓ ତାଙ୍କ ପରିବାରର ଖୋଜ ଖବର ନମିଳିବା ତଥା ଗୁଇନ୍ଦା ରିପୋର୍ଟ ଥାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ୟ କାହିଁକି ଥିଲା ଭଳି ପ୍ରଶ୍ନର ଉତ୍ତର ନଦେଇ ବିଜେଡି ନେତା ଏଡେଇ ଚାଲି ଯାଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.