ETV Bharat / state

Naba Das Murder Case: ହତ୍ୟା ପଛରେ ଦୁଇ ବିଜେପି ନେତା, ସଙ୍ଗୀନ ଅଭିଯୋଗ ଆଣିଲା ବିଜେଡି

author img

By

Published : Feb 7, 2023, 8:38 PM IST

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି-ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି । ଏଥିରେ କିଛି ବଡ଼ ବଡ଼ିଆ ନେତାଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ଅଭିଯୋଗ କରୁଥିବା ବେଳେ ଏବେ ବିଜେଡି ଆଣିଛି ପାଲଟା ଅଭିଯୋଗ । ଅଧିକ ପଢନ୍ତୁ

BJD Leader Sanjay Babu
BJD Leader Sanjay Babu

Naba Das Murder: ନବଙ୍କ ହତ୍ୟାରେ ବିଜେପି ନେତାଙ୍କ ସମ୍ପୃକ୍ତି ଆଣିଲା ବିଜେଡି

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି । ବିଜେପି ବିଧାୟକ ଏହି ଘଟଣାରେ ଉପକୁଳିଆ ନେତା ସମ୍ପୃକ୍ତି ଥିବା ନେଇ କହିବା ପରେ ଆଜି ଜବାବ ଦେଇଛି ବିଜେଡି । ସମ୍ବଲପୁରର ବରିଷ୍ଠ ବିଜେଡି ନେତା ସଞ୍ଜୟ ବାବୁ ଆଜି ଏହି ଘଟଣାରେ ୨ଜଣ ବିଜେପି ନେତାଙ୍କ ସମ୍ପୃକ୍ତି ଥିବାର ଅନୁମାନ କରୁଥିବା କହିଛନ୍ତି ।

ଏହି ଘଟଣାରେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଅପରାଧିକ ପୃଷ୍ଠଭୂମି ଥିବା ଜଣେ ବିଜେପି ନେତା ଓ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିବା ବିଜେପିର ଜଣେ ଶୀର୍ଷ ନେତୃତ୍ବର ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାର ଅନୁମାନ କରୁଥୁବା କହିଛନ୍ତି ବିଜେଡି ନେତା ସଞ୍ଜୟ । ନବ ଦାସଙ୍କ ମୃତ୍ୟୁ ବିଜେପିକୁ ଫାଇଦା ଦେବ ବିଜେଡିକୁ ନୁହେଁ ବୋଲି ସେ କହିଛନ୍ତି । ଏହି ହତ୍ୟା ମାମଲାରେ ବଲାଙ୍ଗୀର ଜିଲ୍ଲାର ଯୁବ ବିଜେଡି ନେତା ଅଜୟ ଦାସ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ ଏବଂ ବିଜେଡି ଏହାକୁ ସମର୍ଥନ କରୁଛି ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ।

ଏହା ବି ପଢନ୍ତୁ- ନବ ଦାସ ହତ୍ୟା ମାମଲା, ନକଲି ବନ୍ଧୁକ ଧରି କ୍ରାଇମ ସିନ୍ ରିକ୍ରିଏସନ କଲା ଗୋପାଳ

ସେ ଆହୁରି କହିଛନ୍ତି, "ସ୍ବର୍ଗତଃ ମନ୍ତ୍ରୀ ନବ ଦାସ ବିଜେଡି ପାଇଁ ଏକ ବଡ ଆସେଟ ଥିଲେ ତଥା ସେ ଜଣେ ବଡ ସଂଗଠକ ଥିଲେ । ତାଙ୍କ ପ୍ରତି ଯୁବପିଢ଼ୀ ବେଶ ଆକୃଷ୍ଟ ହେଉଥିଲେ । ସେଥିପାଇଁ ବିଜେପି ଦଳ ପଶ୍ଚିମ ଓଡ଼ିଶାରେ ଅଗ୍ରଗତି କରିପାରୁନଥିଲା । ସେଥିପାଇଁ ତାଙ୍କ ପ୍ରତି ବିଜେପି ଦଳ ନେତାମାନେ ଅସହିଷ୍ଣୁ ଅନୁଭବ କରୁଥିଲେ । ନବ ଦାସଙ୍କୁ ବିଗତ ଦିନରେ ଦଳ ଯେଉଁ ଦାୟିତ୍ବ ଦେଉଥିଲା ତାହାକୁ ସେ ସଫଳତା ସହ ସମ୍ପାଦନା କରୁଥିଲେ । ଗତ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ସେ ଯେଉଁ ସଫଳତା ପାଇଥିଲେ ସେଥିପାଇଁ ତାଙ୍କ ପ୍ରତି ବିଜେପି ନେତାମାନେ ବିଭିନ୍ନ ପ୍ରକାର ଆକ୍ଷେପ କରିଥିଲେ । ତେଣୁ ଏହି ଜଘନ୍ୟ ହତ୍ୟାକାଣ୍ଡରେ ପଶ୍ଚିମ ଓଡ଼ିଶାର ବିଜେପିର ଅପରାଧିକ ପୃଷ୍ଠଭୂମି ଥିବା ଜଣେ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ଥିବାର ଦଳ ସନ୍ଦେହ କରୁଛି । ଏହାସହ ତାଙ୍କୁ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁଥିବା ଥିବା ବିଜେପିର ଜଣେ ଜାତୀୟ ସ୍ତରର ଶୀର୍ଷ ନେତୃତ୍ବ ସମର୍ଥନ କରୁଛନ୍ତି ।"

ଏହାସହ ବିଜେପି ବିଭିନ୍ନ ପ୍ରକାର ବିଭ୍ରାନ୍ତକାରୀ ମତ ଦେଇ କ୍ରାଇମବ୍ରାଞ୍ଚ କରୁଥିବା ଘଟଣାର ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ମଧ୍ୟ କରିଛି ବିଜେଡି । ଅନ୍ୟପଟେ ଓଡ଼ିଶାରେ ସିବିଆଇ ସବୁବେଳେ ଫେଲ ରହିଛି ବୋଲି କହିଛନ୍ତି ସଞ୍ଜୟ ବାବୁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.