ETV Bharat / state

କୋଇଲା ଉତ୍ତୋଳନ ପାଇଁ କଟାଯିବ 17ହଜାରରୁ ଊର୍ଦ୍ଧ୍ବ ଗଛ, ସ୍ଥାନୀୟ ଲୋକଙ୍କ ବିରୋଧ

author img

By

Published : Dec 12, 2019, 11:19 PM IST

କୋଇଲା ଖଣି ଅଞ୍ଚଳରେ କୋଇଲା ଉତ୍ତୋଳନ ଆରମ୍ଭ ପାଇଁ କେବଳ ସମ୍ବଲପୁରରେ 17700 ଗଛ କଟାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରୋଜେକ୍ଟ ପୂର୍ବରୁ ବନୀକରଣ ନକରି ଏତେ ସଂଖ୍ୟକ ଗଛ କଟାଯାଉଥିବାରୁ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି ।

global warming
କୋଇଲା ଉତ୍ତୋଳନ ପାଇଁ ସମ୍ବଲପୁରରେ କଟାଯିବ 17700 ଗଛ, ସ୍ଥନାୀୟ ଲୋକଙ୍କ ବିରୋଧ

ସମ୍ବଲପୁର: ଦେଶର ଉନ୍ନତି ନିମନ୍ତେ କୋଇଲା ଖଣିର ଅବଶ୍ୟକତା ରହିଛି । ଏଥିପାଇଁ ସରକାର କୋଇଲା ଖଣି ଆବଣ୍ଟନ କରିଛନ୍ତି । ଏହି କ୍ରମରେ ସମ୍ବଲପୁର ଖିଣ୍ଡା ସ୍ଥିତ ତଲାବିରା ଅଞ୍ଚଳରେ 2 ଓ 3 ocp ମାଇନ୍ସକୁ ଏନଏଲସି କମ୍ପାନୀକୁ ଲିଜ ଦେଇଛି । ହେଲେ ଏହି କୋଇଲା ଖଣି ଅଞ୍ଚଳରେ କୋଇଲା ଉତ୍ତୋଳନ ଆରମ୍ଭ ପାଇଁ କେବଳ ସମ୍ବଲପୁରରେ 17, 700 ଗଛ କଟାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରୋଜେକ୍ଟ ପୂର୍ବରୁ ବନୀକରଣ ନକରି ଏତେ ସଂଖ୍ୟକ ଗଛ କଟାଯାଉଥିବାରୁ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି ।

କୋଇଲା ଉତ୍ତୋଳନ ପାଇଁ ସମ୍ବଲପୁରରେ କଟାଯିବ 17700 ଗଛ, ସ୍ଥନାୀୟ ଲୋକଙ୍କ ବିରୋଧ

ସମ୍ବଲପୁର ଓ ଝରାଡୁଗୁଡା ସୀମାରେ ଥିବା ତଲାବିରାରେ ଏନଏଲସି କମ୍ପାନୀର ମାଇନିଂ ଲିଜ ଏରିଆ ହେଉଛି 1914 ହେକ୍ଟର ଜମି । ଏଥିରୁ ସମ୍ବଲପୁରରେ ରହିଛି 601 ହେକ୍ଟର ଜମି । ଏହି 601 ହେକ୍ଟର ଜମିରେ ରହିଛି 192 ହେକ୍ଟର ଜଙ୍ଗଲ ଜମି ଓ 409 ହେକ୍ଟର ନନ ଫରେଷ୍ଟ, ସରକାରୀ ଓ ପ୍ରାଇଭେଟ ଜମି । ଆଉ ବର୍ତ୍ତମାନ ଏହି ଅଞ୍ଚଳରେ NLC କମ୍ପାନୀ ନିଜର କୋଇଲା ଉତ୍ତୋଳନ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଏହି ଅଞ୍ଚଳର 17700 ଗଛ କାଟିବାକୁ ଚିହ୍ନଟ କରାଯାଇଥିବାବେଳେ 2700ଗଛକୁ ନକାଟି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିବା ନିଜେ ଡିଏଫଓ କହିଛନ୍ତି । ଜଙ୍ଗଲ ଜମିରେ 13000 ଓ ଅଣ ଜଙ୍ଗଲ ଜମିରେ 4000 ଗଛ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପୋଲିସର ସୁରକ୍ଷା ଘେରରେ ଏହି ଗଛ କଟା ଚାଲିଛି । ସ୍ଥାନୀୟ ଜନସାଧାରଣ ଏହା ଦ୍ଵାରା ପରିବେଶର ବହୁ କ୍ଷତି ସାଧନ ହେବ ବୋଲି କହୁଛନ୍ତି । ଏଥିପାଇଁ ସେମାନେ ସରକାରଙ୍କୁ ଦାୟୀ କରିଛନ୍ତି।

ତେବେ ସମ୍ପୃକ୍ତ କମ୍ପାନୀ 13 ଲକ୍ଷ ଗଛ ଲଗାଇବାକୁ ବନ ବିଭାଗକୁ ଟଙ୍କା ଦେଇସାରିଛି । ଏହି ଗଛ ସବୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ, ସଦର ରେଞ୍ଜ ସହ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଲଗାହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏହାସହ 35 ବର୍ଷ ପରେ ଲିଜ ଅବଧି ସରିବା ପରେ ଆଉ 12 ଲକ୍ଷ ଗଛ ଲଗାଇବାକୁ କମ୍ପାନୀକୁ ନିର୍ଦ୍ଦେଶ ରହିଛି ବୋଲି ଡିଏଫଓ କହିଛନ୍ତି । ଆଉ ବର୍ତ୍ତମାନ ବନ ବିଭାଗର ତତ୍ତ୍ବାବଧାନରେ ସବୁ ଗଛ କଟାଯାଉଛି ଓ ଏଥିରୁ ମିଳିବାକୁ ଥିବା ରାଜସ୍ବ ରାଜ୍ୟ ସରକାରଙ୍କ ରାଜକୋଷକୁ ଯିବ ବୋଲି କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ମୋଟ 40 ହଜାରରୁ ଊର୍ଦ୍ଧ୍ବ ଗଛ କଟାଯିବ । ତେବେ ଏତେ ଗଛ କାଟିଲେ କ'ଣ ପରିବେଶ ସନ୍ତୁଳନ ବିଗିଡିବ ନାହିଁ ? ଆଉ ଯଦି ବିଗିଡିବ ତାହେଲେ ଆଗୁଆ କାହିଁକି ବନୀକରଣ କରାଗଲାନି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଦେଶର ଉନ୍ନତି ନିମନ୍ତେ କୋଇଲା ଖଣିର ଅଵଶ୍ୟକତା ରହିଛି। ଏଥିପାଇଁ ସରକାର କୋଇଲା ଖଣି ଆବଣ୍ଟନ କରିଛନ୍ତି। ଏହି କ୍ରମରେ ସମ୍ବଲପୁର ଖିଣ୍ଡା ସ୍ଥିତ ତଲାବିରା ଅଞ୍ଚଳରେ 2 ଓ 3 ocp ମାଇନ୍ସ କୁ ଏନ ଏକ ସି କମ୍ପାନୀ କୁ ଲିଜ ଦେଇଛି। ଆଉ ବର୍ତ୍ତମାନ ଏହି କୋଇଲା ଖଣି ଅଞ୍ଚଳରେ କୋଇଲା ଉତ୍ତୋଳନ ଆରମ୍ଭ ପାଇଁ କେବଳ ସମ୍ବଲପୁର ଜିଲ୍ଲା ର ସୀମାରେଖା ଭିତରେ କଟାଜୀବ 17700 ଗଛ। ତେବେ ବର୍ତମାନ ଗ୍ଲୋବାଲ ବର୍ମିଙ୍ଗ ପାଇଁ ସାରା ଦେଶ ଓ ବିଦେଶରେ ସଚେତନତା କରାଯାଉଥିବା ବେଳେ ଏହି ପ୍ରୋଜେକ୍ଟ ପୂର୍ବରୁ ବନୀକରଣ ନକରି ଏତେ ସଂଖ୍ୟକ ଗଛ କଟାଯାଉଥିବାରୁ ସ୍ଥାନୀୟ ଲୋକ ଏନେଇ ଚିନ୍ତା ପ୍ରକଟ କରିଛନ୍ତି।


Body:ସମ୍ବଲପୁର ଓ ଝରାଡୁଗୁଡା ଜିଲ୍ଲା ସୀମାରେ ଥିବା ତଲାବିରା ରେ ଏନ ଏଲ ସି କମ୍ପାନି ର ମାଇନିଂ ଲିଜ ଏରିଆ ହେଉଛି 1914 ହେକ୍ଟର ଜମି।ଏଥିରୁ ସମ୍ବଲପୁର ଜିଲାରେ ରହିଛି 601 ହେକ୍ଟର ଜମି। ଏହି 601 ହେକ୍ଟର ଜମିର ରେ ରହିଛି 192 ହେକ୍ଟର ଜଙ୍ଗଲ ଜମି ଓ 409 ହେକ୍ଟର ନନ ଫରେଷ୍ଟ ,ସରକାରୀ ଓ ପ୍ରାଇଭେଟ ଜମି। ଆଉ ବର୍ତମାନ ଏହି ଅଞ୍ଚଳରେ NLC କମ୍ପାନୀ ନିଜର କୋଇଲା ଉତ୍ତୋଳନ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଏହି ଅଞ୍ଚଳ ର 17700 ଗଛ କଟିବାକୁ ଚିହ୍ନଟ କରାଯାଇଥିବା ନିଜେ ଡି ଏଫ ଓ କାହିଁଛନ୍ତି।ଜଂଗଲ ଜମିରେ 13000 ଓ ଅଣ ଜଙ୍ଗଲ ଜମିରେ 4000 ଗଛ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।ତେବେ ପୂର୍ବରୁ ବନୀକରଣ ନକରି ଏତେ ସଂଖ୍ୟକ ଗଛ କଟାଯିବାକୁ ଲୋକେ ବିରୋଧ କରିଛନ୍ତି।ଏଥିପାଇଁ ପୋଲିସ ର ସୁରକ୍ଷା ଘେରରେ ଏହି ଗଛ କଟା ଚାଲିଛି। ସ୍ଥାନୀୟ ଜନସାଧାରଣ ଏହା ଦ୍ଵାରା ପରିବେଶ ର ବହୁ କ୍ଷତି ସାଧନ ହେବ ବୋଲି କହୁଛନ୍ତି।ଏଥିପାଇଁ ସେମାନେ ସରାଜରଙ୍କୁ ଦାୟୀ କରିଛନ୍ତି।

ବାଇଟ-1-ରାକେଶ ପାଣ୍ଡେ, ସ୍ଥାନୀୟ ଲୋକ।
ବାଇଟ-2- ନିଳାବତୀ ଓରାମ, ସରପଞ୍ଚ, ଖିଣ୍ଡା ପଞ୍ଚାୟତ।

ଅନ୍ୟପଟେ ଏନେଇ ସମ୍ବଲପୁର ଡି ଏଫ ଓ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ 17000 ଗଛ କାଟିବା ପାଇଁ ଚିହ୍ନଟ ହୋଇଛି।ଏଥିରୁ 2700 ଗଛକୁ ନକାଟି ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି। ଏହା ସହ ସମ୍ପୃକ୍ତ କମ୍ପାନି 13 ଲକ୍ଷ ଗଛ ଲଗାଇବାକୁ ବନ ବିଭାଗକୁ ଟଙ୍କା ଦେଇସାରିଛି।ଏହି ଗଛ ସବୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ, ସଦର ରେଞ୍ଜ ସହ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଲଗାହେବ ବୋଲି ଡି ଏଫ ଓ ସୂଚନା ଦେଇଛନ୍ତି। ଏହା ସହ 35 ବର୍ଷ ପରେ ଲିଜ ଅବଧି ସରିବା ପରେ ଆଉ 12 ଲକ୍ଷ ଗଛ ଲଗାଇବାକୁ କମ୍ପାନୀ କୁ ନିର୍ଦ୍ଦେଶ ରହିଛି ବୋଲି ଡି ଏଫ ଓ କହିଛନ୍ତି। ଆଉ ବର୍ତ୍ତମାନ ବନ ବିଭାଗର ତତ୍ୱବଧାନରେ ସବୁ ଗଛ କଟାଯାଉଛି ଓ ଏଥିରୁ ମିଲିବାକୁ ଥିବା ରାଜସ୍ୱ ରାଜ୍ୟ ସରକାରଙ୍କ କୋଷକୁ ଯିବ ବୋଲି କୁହାଯାଇଛି।




Conclusion:ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ମୋଟ 40 ହଜାରରୁ ଉର୍ଢ଼ ଗଛ କାଟିବ।ତେବେ ଏତେ ଗଛ କଟିଲେ କଣ ପରିବେଶ ର ସନ୍ତୁଳନ ବିଗିଡିବ ନାହିଁ ଆଉ ଯଦି ବିଗିଡିବ ତାହେଲେ ଆଗୁଆ କାହିଁକି ବନୀକରଣ କରାଗଲାନି, ଏମିତି ଅନେକ ପ୍ରଶ୍ନ ଉଠେ ସ୍ଥାନୀୟ ଲୋକଙ୍କ ମାନ ଭିତରେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.