ଗ୍ରାମାଞ୍ଚଳ ସମସ୍ୟା ନେଇ ବ୍ଲକ ଅଫିସ ଘେରାଉ କଲା ଆପ୍‌ ମହିଳା ମୋର୍ଚ୍ଚା

author img

By

Published : Sep 5, 2021, 1:23 PM IST

Updated : Sep 5, 2021, 7:21 PM IST

ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାୟଗଡା ଜିଲ୍ଲା ସଦର ବ୍ଲକର ଗ୍ରାମାଞ୍ଚଳମାନଙ୍କରେ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜିଲ୍ଲା ଆମ୍ ଆଦମୀ ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ...

ରାୟଗଡ଼ା: ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଆମ୍ ଆଦମୀ ପାର୍ଟି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାୟଗଡା ଜିଲ୍ଲା ସଦର ବ୍ଲକର ଗ୍ରାମାଞ୍ଚଳମାନଙ୍କରେ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜିଲ୍ଲା ଆମ୍ ଆଦମୀ ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରତିବାଦରେ ଗତକାଲି(ଶନିବାର) ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

ରାୟଗଡା ସଦର ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପାଙ୍ଗାବାଇ ଏବଂ ମିରାବାଲୀ ପଞ୍ଚାୟତର ସାନ୍ଧୁବାଡୀ ଗ୍ରାମବାସୀ ମୌଳିକ ସୁବିଧା ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏପଟେ ଉକ୍ତ ଗ୍ରାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ପକ୍କା ରାସ୍ତାଟିଏ ବି ନିର୍ମାଣ କରାଯାଇନଥିବା ବେଳେ ଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ସଂଘର୍ଷ କରୁଥିବା ଅଭିଯୋଗ କରିଛି ଆପ୍ । ସେହିପରି ନିୟମିତ ଭାବେ ଲୋକଙ୍କୁ ବିଭିନ୍ନ ଭତ୍ତା ପ୍ରଦାନ କରାଯାଉନଥିବା ବେଳେ ଆବାସ ଗୃହ ମିଳୁନାହିଁ । ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ପାର୍ଟି ଦାବି କରିଛି ।

ଏନେଇ ସ୍ଥାନୀୟ ବିଡିଓଙ୍କୁ ଦଳ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯିବା ସହ ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଜନ୍ମଜୟ ସ୍ବାଇଁ ଓ ମହିଳା ସଭାନେତ୍ରୀ ସୁଚିତ୍ରା ପାଇକଙ୍କ ନେତୃତ୍ବରେ ଶତାଧିକ କର୍ମୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated :Sep 5, 2021, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.