ETV Bharat / state

ପୁରୀରେ ଚାଞ୍ଚଲ୍ୟ, ଅଖା ଭିତରୁ ହାତ ଗୋଡ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Sep 14, 2023, 1:38 PM IST

ନଦୀରେ ଭାସୁଥିବା ଅଖା ବସ୍ତାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଯୁବତୀଙ୍କ ପରିଚୟ ଅସ୍ପଷ୍ଟ । ଅଧିକ ପଢନ୍ତୁ

woman dead body found from river in puri
woman dead body found from river in puri

ଅଖା ଭିତରୁ ହାତ ଗୋଡ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀରେ ଚାଞ୍ଚଲ୍ୟ । ଅଖା ଭିତରୁ ହାତ ଗୋଡ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର । କଣାସ ବ୍ଲକ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଏପରି ଅବସ୍ଥାରେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ଯୁବତୀଙ୍କୁ ଏପରି ଅବସ୍ଥାରେ ଫୋପାଡି ଦେଇ ଚାଲିଗଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ହୋଟେଲରେ ପ୍ରେମିକା ଆଗରେ ଝୁଲି ପଡିଲା ପ୍ରେମିକ

ବୁଧବାର ରାତି 8ଟା ସମୟରେ ସ୍ଥାନୀୟ ଲୋକେ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ଜରି ଅଖା ନଦୀ କୂଳରେ ଲାଗିଥିବା ଦେଖିବାକୁ ପାଇଥିଲେ । ସେଥିରୁ ଦୁର୍ଗନ୍ଦ ବାହାରୁଥିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ଗଡ଼ିଶାଗଦା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ଏକ ଟିମ୍ ପହଞ୍ଚି ନଦୀରୁ ଅଖା ଜବତ କରି ଉପରକୁ ଆଣିଥିଲେ । ଏହାପରେ ଅଖାକୁ ଖୋଲିବାରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀଙ୍କ ବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଯୁବତୀଙ୍କ ଦେହରେ ବସ୍ତ୍ର ଥିବା ବେଳେ ଏକ ବେଡ଼ସିଟ୍‌ରେ ମୃତଦେହ ଘୋଡାଯାଇଥିଲା । ହାତ ଓ ଗୋଡକୁ ପ୍ଲାଷ୍ଟିକ୍ ରଶିରେ ବନ୍ଧା ଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯିବ ବୋଲି ପୋଲିସ୍ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବତୀଙ୍କ ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି ପୋଲିସ କହିଛି । ସେପଟେ, ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କନୱାର ଵିଶାଲ ସିଂ ।

ଆଜି (ଗୁରୁବାର) ସକାଳୁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଯୁବତୀକୁ ହତ୍ୟା କରାଯାଇ ହାତ ବାନ୍ଧି ଅଖାରେ ପୁରାଇ ନଦୀରେ ଭସାଇ ଦିଆଯାଇ ଥିଲା ଅନୁମାନ କରାଯାଉଛି । ଏହି ଘଟଣାକୁ ଜିଲ୍ଲା ପୋଲିସ ଅତି ଗୁରୁତର ସହିତ ନେଇ ତଦନ୍ତ ଜାରି ରଖିଛି । ଯୁବତୀ ଜଣଙ୍କ କିଏ ସେନେଇ କିଛି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ପରିଚୟ ମିଳିବା ପରେ ତାଙ୍କୁ କିଏ ଓ କେଉଁ କାରଣରୁ ହତ୍ୟା କରି ନଦୀରେ ଫୋପାଡି ଦେଲା ତାହା ସ୍ପଷ୍ଟ ହେବ । ପୋଲିସର ତଦନ୍ତ ସତ ସାମ୍ନାକୁ ଆସିବ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.