ETV Bharat / state

ବଡଦାଣ୍ଡରେ ବିପର୍ଯ୍ୟସ୍ଥ ଟ୍ରାଫିକ ବ୍ୟବସ୍ଥା, ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ

author img

By

Published : Nov 5, 2022, 10:30 PM IST

ପୁରୀ ବଡ଼ଦାଣ୍ଡ ସହିତ ଶ୍ରୀମନ୍ଦିର ଚାରିପାଖରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ରାସ୍ତାକଡରେ ଉଠା ଦୋକାନୀଙ୍କ ବ୍ୟବସାୟ ଓ ଭିଡ଼ ଭିତରେ ଅଟୋ ଯିବା ଆସିବା ଫଳରେ ଜାମ ରହୁଛି ରାସ୍ତା । ବଡଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବା ପାଇଁ ଭକ୍ତ ଓ ପର୍ଯ୍ୟଟକ ମହଲରେ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ବଡ଼ଦାଣ୍ଡରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ
ବଡ଼ଦାଣ୍ଡରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ

ପୁରୀ: ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଚାରିପାଖରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡ଼ିଛି । ରାସ୍ତାକଡରେ ଉଠା ଦୋକାନୀଙ୍କ ବ୍ୟବସାୟ ଯୋଗୁଁ ଯିବା ଆସିବାରେ ହଇରାଣ ହେଉଛନ୍ତି ଭକ୍ତ ଓ ପର୍ଯ୍ୟଟକ । ସେହିଭଳି ଶ୍ରୀମନ୍ଦିର ଚାରିପାଖରେ ଅଟୋ ରିକ୍ସା ଯିବା ଆସିବା କଟକଣା ସତ୍ତ୍ବେ ଭିଡ ଭିତରେ ଅଟୋ ଯିବା ଆସିବା ଫଳରେ ରାସ୍ତା ଜାମ ରହୁଛି । ଏଭଳି ତମାମ ଅବ୍ୟବସ୍ଥାକୁ ସୁଧାରି ବଡଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବା ପାଇଁ ଦାବି ହୋଇଛି ।

ବଡ଼ଦାଣ୍ଡରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ

ପୁରୀ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଚାରିପାଖରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି । ଉଠା ଦୋକାନୀ ରାସ୍ତାକଡରେ ବସି ରହିବାରୁ ରାସ୍ତା ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ହୋଇପଡିଛି । ଫଳରେ ଭକ୍ତ, ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଯିବା ଆସିବା ନେଇ କଲବଲ ହେଉଛନ୍ତି । ଏଭଳି ପରିସ୍ଥିତି ହେଉଛି ଯେ ଯାତାୟତ ଘଣ୍ଟା ଘଣ୍ଟା ଧରି ଠପ୍ ହୋଇ ପଡ଼ୁଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଚାରିପାଖରେ ଅଟୋ ରିକ୍ସା ଯିବା ଆସିବା କଟକଣା ଥିବା ବେଳେ ଏହା କାର୍ଯ୍ୟକାରୀ ହେଇପାରୁନାହିଁ । ଫଳରେ ଭିଡ ଭିତରେ ଅଟୋ ଯିବା ଆସିବା ଫଳରେ ରାସ୍ତା ଜାମ ରହୁଛି । ଅନେକ ସମୟରେ ବରିଷ୍ଠ ବ୍ୟକ୍ତି, ବୃଦ୍ଧ, ଛୋଟ ପିଲା, ମହିଳାଙ୍କ ଦେହରେ ଅଟୋ ରିକ୍ସା ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟୁଛି ।

ତେବେ ଟ୍ରାଫିକ ବ୍ୟବସ୍ଥା ଏଭଳି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ପୋଲିସ ପ୍ରଶାସନ ଚୁପ ବସିବାକୁ ନେଇ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପଞ୍ଚୁକ ବ୍ରତକୁ ନେଇ ପୁରୀକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଟ୍ରାଫିକ ବ୍ୟବସ୍ଥା ଓ ସହରରେ ଶାନ୍ତି ଶୃଙ୍ଖଳା ନେଇ 26 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ, ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି ବାସିନ୍ଦା ପ୍ରତିଦିନ ଅସମ୍ଭାଳ ଭିଡକୁ ନେଇ ଯାତାୟତ କରିପାରୁନଥିବା ବେଳେ ଏହାର ପ୍ରତିକାର ହୋଇ ପାରୁନାହିଁ । ସେଥିପାଇଁ ସାଧାରଣରେ ପୁରୀ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୁରୀ ଏସପି କନୱର ବିଶାଳ ସିଂହ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ନେଇ ଅନେକ ପଦକ୍ଷେପ ନେଉଥିବା ଅନେକ ସମୟରେ ଗଣମାଧ୍ୟମ ଆଗରେ ମତ ରଖୁଥିବା ବେଳେ ପୁରୀର ବିପର୍ଯ୍ୟୟ ଟ୍ରାଫିକ ବ୍ୟବସ୍ଥା ପ୍ରମାଣିତ କରୁଛି ଏହା କିଭଳି କାର୍ଯ୍ୟକାରୀ ହେଉଛି । ତୁରନ୍ତ ପୁରୀ ପୋଲିସ୍ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତ ସୁଗମ କରିବା ସହ ଶ୍ରୀମନ୍ଦିର ଚାରିପାଖ ସମେତ ବଡଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.