ETV Bharat / state

president to visit odisha : ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ

author img

By

Published : Nov 4, 2022, 9:33 PM IST

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ । ଆସନ୍ତା ୧୦ ତାରିଖ ଦିନ ୧୨ ଟାରୁ ୧ଟା ମଧ୍ୟରେ ମହାପ୍ରଭୂଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

president to visit odisha : ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ
president to visit odisha : ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ

ପୁରୀ: ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଆସନ୍ତା 10 ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ଶେଷ ହୋଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଙ୍କ ଗସ୍ତକୁ ଶୃଙ୍ଖଳିତ କରିବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

president to visit odisha : ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ

ତେବେ ଏନେଇ 10 ତାରିଖରେ ରାଷ୍ଟ୍ରପତି ଦିନ 12 ଟାରୁ 1ମଧ୍ୟରେ ମହାପ୍ରଭୂଙ୍କୁ କରିବେ ଦର୍ଶନ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା କୁ ଦୃଷ୍ଟିରେ ରଖି ପୂର୍ବାହ୍ନ 10 ଟା 30 ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହାଛଡା ରାଷ୍ଟ୍ରପତି ଗର୍ଭଗୃହରୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି । ଏନେଇ ସମସ୍ତ ନିଯୋଗ ଏବଂ ପାଳିଆ ସେବାୟତଙ୍କ ସହଯୋଗ ପାଇଁ ପରାମର୍ଶ ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଏହି ସୂଚନା ଦେଇଛନ୍ତି । ଏହି ସ୍ଵତନ୍ତ୍ର ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ସଦସ୍ୟ ଆଦି ଉପସ୍ଥିତ ଥିଲେ ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, " ଆଜି ଛତିଶା ନିଯୋଗ ବୈଠକ ହୋଇଥିଲା । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆସନ୍ତା 10 ତାରିଖରେ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଶାନ୍ତି ଶୃଙ୍ଖଳାର ସହ କିପରି ମହାପ୍ରଭୂଙ୍କୁ ରାଷ୍ଟ୍ରପତି ଦର୍ଶନ କରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.