ETV Bharat / state

ତାଳଧ୍ବଜ ପରେ ନନ୍ଦିଘୋଷ ରଥ ନିକଟରେ ଠେଲାପେଲା, ଅନେକ ଆହତ ମେଡିକାଲରେ ଚିକିତ୍ସାଧୀନ

author img

By

Published : Jun 20, 2023, 4:45 PM IST

Updated : Jun 20, 2023, 8:04 PM IST

ପୁରୀରେ ରଥଟଣା ବେଳେ ଠେଲାପେଲା । ପ୍ରଥମେ ତାଳଧ୍ବଜ ଓ ପରେ ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ପରିସ୍ଥିତି ଉପୁଜିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

stampede in puri
stampede in puri

ତାଳଧ୍ବଜ ପରେ ନନ୍ଦିଘୋଷ ରଥ ନିକଟରେ ଠେଲାପେଲା
ପୁରୀରେ ରଥଟଣା ବେଳେ ଠେଲାପେଲା

ପୁରୀ: ଜଗନ୍ନାଥ ଧାମ ପୁରୀରେ ରଥ ଟଣା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଛି । ମରିଚିକୋଟ ଛକରେ ତାଳଧ୍ବଜ ରଥ ନିକଟରେ ପ୍ରଥମେ ଠେଲାପେଲା ହୋଇଥିଲା । ଏବେ ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ହୋଇ 3 ଜଣ ଆହତ ହୋଇଥିବା ବେଳେ ପୁଣି ଆଉ ଥରେ ତାଳଧ୍ବଜ ରଥ ନିକଟରେ ଅଘଟଣ ଘଟିଛି । ଦ୍ବିତୀୟ ଥର ଲାଗି ତାଳଧ୍ବଜ ନିକଟରେ ହୋଇଥିବା ଠେଲାପେଲାରେ କଟକ ନିଆଳିର ସତ୍ୟବ୍ରତ ରାଉତ ଆହତ ହୋଇଛନ୍ତି । ଆହତମାନେ ତାଳେପଡିଯିବାରୁ ମୁହଁ, ହାତ, ଗୋଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

ନନ୍ଦିଘୋଷ ରଥ ଟଣା ବେଳେ ଦଳା ଚକଟାରେ 3 ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଭଦ୍ରକ ଚାନ୍ଦବାଲିର ପୂର୍ଣ୍ଣଚନ୍ଦ୍ର ବେହେରା, ଭୁବନେଶ୍ଵର କାରଗିଲ ବସ୍ତିର ଜଣେ ନାବାଳକ ରାଜୀବ ପଣ୍ଡା, ଫୁଲବାଣୀର ମଳୟ ରଞ୍ଜନ ସାହୁ । ରଥ ଟାଣିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଠେଲା ପେଲା ହୋଇ ଦଳାଚକଟା ହୋଇଛି । ସେପଟେ ବଲଭଦ୍ରଙ୍କ ରଥ ନିକଟରେ ପୁଣି ଦଳା ଚକଟା ହୋଇଛି । କଟକ ନିଆଳିର ସତ୍ୟବ୍ରତ ରାଉତ ଆହତ ହୋଇଛନ୍ତି । ଆହତମାନେ ତଳେ ପଡିଯିବାରୁ ମୁହଁ, ହାତ, ଗୋଡରେ ଆଘାତ ଲାଗିଛି ।

ଅପରାହ୍ନ ସମୟରେ ପ୍ରଥମେ ତାଳଧ୍ବଜ ରଥ ଟଣା ବେଳେ ଠେଲାପେଲା ବେଳେ ଏକାଧିକ ଭକ୍ତ ଆହତ ହୋଇଥିଲେ । ମରିଚିକୋଟ ଛକରେ ଠେଲାପେଲାରେ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଥିଲା । ରଥ ଟଣା ବେଳେ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରବଳ ଖରା ଯୋଗୁଁ ତଳେ ପଡ଼ିଯିବା ପରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଦଳାଚକଟାରେ ୧୪ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ତେବେ ପ୍ରବଳ ଖରା ଗରମ ପାଇଁ 350ରୁ ଅଧିକ ବ୍ୟକ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ମଧ୍ୟ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ପୁରୀରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଏଣୁ ଅସହ୍ୟ ଖରା ସହିନପାରି ପ୍ରଥମେ ମହିଳା ଶ୍ରଦ୍ଧାଳୁ ଜଣକ ତଳେ ପଡ଼ିଯାଇଥିଲେ । ଏହି ସମୟରେ ରଥଟଣା ଜାରି ରହିଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁ ତାଙ୍କ ଉପରେ ଚଢିଯିବା ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ମହିଳାଙ୍କୁ ଉଠାଇନେଇଥିଲେ । ଏହି ଠେଲାପେଲା ସମୟରେ ଅନ୍ୟ କିଛି ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- Ratha Yatra 2023: ଗଡ଼ିଲା ନନ୍ଦିଘୋଷ ରଥ, ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ

ଆହତ ଶ୍ରଦ୍ଧାଳୁଙ୍କ ଉଦ୍ଧାର ହେବା ପରେ ସେମାନଙ୍କୁ ବଡ଼ ଦାଣ୍ଡରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ଏହାପରେ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଥାଉ କି ଅପରାହ୍ନ 3ଟା 04 ମିନିଟରେ ଆରମ୍ଭ ହୋଇଥିଲା ରଥ ଟଣା । ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଆରମ୍ଭ ହୋଇଥିଲା ରଥ ଟଣା । ବଡ଼ ଭାଇ ବଳଭଦ୍ରଙ୍କ ପରେ ଗଡ଼ିଥିଲା ଦେବୀ ଶୁଭଦ୍ରାଙ୍କ ରଥ । ଆଗେ ଆଗେ ବଡ଼ ଭାଇ ଯାଉଥିବା ବେଳେ ତାଙ୍କ ପଛରେ ଆଡ଼ପ ମଣ୍ଡପ ଅଭିମୁଖେ ବାହାରିଥିଲା ଦର୍ପଦଳନ ରଥ ।

ଏହା ବି ପଢନ୍ତୁ- ବଡଦାଣ୍ଡରେ ଜନ ସମୁଦ୍ର, ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ

ଦର୍ପଦଳନ ରଥ ପରେ ଗଡ଼ିଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ ଦାଣ୍ଡ । ନନ୍ଦିଘୋଷ ରଥରେ ରଥାରୁଢ କାଳିଆ ସାଆନ୍ତେକୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛି ଭକ୍ତ। ସେପଟେ ଘର୍ଘର ଘର୍ଘର ହୋଇ ଗଡ଼ି ଚାଲିଛି କାଳିଆ ସାଆନ୍ତେର ରଥ । ଆନନ୍ଦ ଉଲ୍ଲାସର ସହିତ ଭାବ ବିନୋଦିଆ କାଳିଆ ଠାକୁର ରଥାରୁଢ ହୋଇ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଆଗେଇ ଚାଲିଛନ୍ତି । 3 ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଗେଇ ଚାଲିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 20, 2023, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.