ETV Bharat / state

Russia Ukraine War: ୟୁକ୍ରେନରେ ଫସିଛନ୍ତି ପୁରୀର ଡାକ୍ତରୀ ଛାତ୍ର

author img

By

Published : Feb 25, 2022, 3:06 PM IST

ୟୁକ୍ରେନରେ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ର। ଝିଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କଲେ ବାପାମା’ । ଅଧିକ ପଢ଼ନ୍ତୁ

puri mbbs odia student stuck in ukraine
Russia Ukraine War: ୟୁକ୍ରେନରେ ଫଶିଛନ୍ତି ପୁରୀର ଡାକ୍ତରୀ ଛାତ୍ର

ପୁରୀ: ୟୁକ୍ରେନରେ ଋଷର ଆକ୍ରମଣ ପରେ ହଜାର ହଜାର ଭାରତୀୟ ଏବେ ୟୁକ୍ରେନରେ ଫସି ରହିଛନ୍ତି। ଓଡ଼ିଶାର ଅନେକ ଛାତ୍ରଛାତ୍ରୀ ସେଠାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯାଇଥିବା ବେଳେ ବିମାନ ବାତିଲ ଯୋଗୁଁ ସେମାନେ ଘରକୁ ଫେରି ପାରୁନାହାନ୍ତି । ଏ ନେଇ ଚିନ୍ତାରେ ଏବେ ଅଭିଭାବକ।

Russia Ukraine War: ୟୁକ୍ରେନରେ ଫଶିଛନ୍ତି ପୁରୀର ଡାକ୍ତରୀ ଛାତ୍ର

ପୁରୀ ବଡଶଙ୍ଖର ସଂଗ୍ରାମ ଲେନର ବସିନ୍ଦା ମାଧବ ମିଶ୍ର ଓ ଶୁଭଲକ୍ଷ୍ମୀ ମିଶ୍ରଙ୍କ ଝିଅ ଚନ୍ଦ୍ରିକା ମିଶ୍ର ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ଚନ୍ଦ୍ରିକା ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି । ତେବେ ପୂର୍ବରୁ ମିଳିଥିବା ଯୁଦ୍ଧ ଆଶଙ୍କା ନେଇ ସେ ଭାରତ ଫେରିବା ପାଇଁ ଟିକେଟ କରିଥିଲେ। ହେଲେ ଋଷର ଆକ୍ରମଣ ଫଳରେ ଚନ୍ଦ୍ରିକା ସେଠାରେ ଫସି ରହିଛନ୍ତି।

ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ଟଙ୍କା ନଥିବା ବେଳେ ବିଦ୍ୟୁତ ସେବା, ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଚନ୍ଦ୍ରିକାଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ। ଚନ୍ଦ୍ରିକାଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ପିତାମାତା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.