ETV Bharat / state

ପରିକ୍ରମା ପ୍ରକଳ୍ପ ପଲିଟିକ୍ସ: ଶ୍ରେୟ ପାଇଁ ବିଜେଡିର ସୋଲିଆଲ ମିଡିଆ କ୍ୟାମ୍ପେନ, ବିରୋଧୀଙ୍କ ବୟାନ ବୁମେରାଂ ହେବ

author img

By ETV Bharat Odisha Team

Published : Dec 20, 2023, 7:43 PM IST

Politics on Puri Parikrama Project: ପୁରୀ ପରିକ୍ରମା ପ୍ରକଳ୍ପର ଶ୍ରେୟକୁ ନେଇ ଶାସକ ଏବଂ ବିପକ୍ଷଙ୍କ ମଧ୍ୟରେ ଟଣାଓଟରା । ପ୍ରକଳ୍ପର ଶ୍ରେୟ ନେବାକୁ ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରୁଛି ବିଜେଡିର ଷ୍ଟୁଡେଣ୍ଟ ୱିଙ୍ଗ୍ । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ । ଜଗନ୍ନାଥଙ୍କୁ ନେଇ ରାଜନୀତି କଲେ, ପିରଣାମ ଭୋଗିବେ ବୋଲି ଚେତାଇ ଦେଇଛି ଜଗନ୍ନାଥ ସେନା । ସମୀକ୍ଷକଙ୍କ ମତ, ସବୁ ପଛରେ ରହିଛି ମନ ଜିଣିବା, ମନ କିଣିବା ଏବଂ ଭୋଟ୍ ଜିଣିବା । ଅଧିକ ପଢ଼ନ୍ତୁ,

ପରିକ୍ରମା ପ୍ରକଳ୍ପ ପଲିଟିକ୍ସ: ଶ୍ରେୟ ପାଇଁ ବିଜେଡିର ସୋଲିଆଲ ମିଡିଆ କ୍ୟାମ୍ପେନ, ବିରୋଧୀଙ୍କ ବୟାନ ବୁମେରାଂ ହେବ
ପରିକ୍ରମା ପ୍ରକଳ୍ପ ପଲିଟିକ୍ସ: ଶ୍ରେୟ ପାଇଁ ବିଜେଡିର ସୋଲିଆଲ ମିଡିଆ କ୍ୟାମ୍ପେନ, ବିରୋଧୀଙ୍କ ବୟାନ ବୁମେରାଂ ହେବ

ପରିକ୍ରମା ପ୍ରକଳ୍ପ ପଲିଟିକ୍ସ: ଶ୍ରେୟ ପାଇଁ ବିଜେଡିର ସୋଲିଆଲ ମିଡିଆ କ୍ୟାମ୍ପେନ, ବିରୋଧୀଙ୍କ ବୟାନ ବୁମେରାଂ ହେବ

ପୁରୀ/ଭୁବନେଶ୍ବର: ଜାନୁଆରି 17ରେ ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ । ଏହି କାର୍ଯ୍ୟକ୍ରମକୁ ଦିନ କେଇଟା ବାକି ଥିବା ବେଳେ, ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ପ୍ରକଳ୍ପର ଶ୍ରେୟ ନେବାକୁ ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରୁଛି ବିଜେଡିର ଷ୍ଟୁଡେଣ୍ଟ ୱିଙ୍ଗ୍ । ମୁଖ୍ୟମନ୍ତ୍ରୀଙ୍କ ସଫଳତା ବୋଲି କହୁଛି ଶାସକ ଦଳ । ଯାହା ଉପରେ ଆପତ୍ତି ଉଠାଇଛି କଂଗ୍ରେସ ପାର୍ଟି । ଜଗନ୍ନାଥଙ୍କୁ ନେଇ ରାଜନୀତି କଲେ, ପିରଣାମ ଭୋଗିବେ ବୋଲି ଚେତାଇ ଦେଇଛନ୍ତି ବିପକ୍ଷ ଏବଂ ଜଗନ୍ନାଥ ପ୍ରେମୀ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ, ଯେଉଁଥିରେ ରହିଛି ପୁରୀ ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ସଫଳତା ବୋଲି ବଖାଣି ଭୋଟ ମାଗିବାର ଦୃଶ୍ୟ ଏହି ଭିଡିଓରେ ରହିଛି । ଭିଡିଓରେ କିଛି ଏପରି କଥା କୁହାଯାଇଛି ଯେ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା ସାରା ବିଶ୍ବ ଦେଖୁଛି । ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ପ୍ରଶାସନିକ ବ୍ୟବସ୍ଥାର ପ୍ରଶସ୍ତିକରଣରେ ସାକ୍ଷୀ ରହିଛନ୍ତି ନିଜେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀକୁ ବିଶ୍ବ ଐତିହ୍ୟସ୍ଥଳୀର ଚିତ୍ରପଟ୍ଟରେ ସର୍ବଶ୍ରେଷ୍ଠର ପରିଚୟ ଦେବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ସଫଳତାର ଶିଡ଼ି ଚଢ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି ପାଇଁ କାଳିଆର ଧାମ ଝଲସୁଛି । ଏହି ମାଟି ସେହି ବିକାଶ ପୁରୁଷ ନବୀନଙ୍କୁ ପୁଣିଥରେ ଚାହୁଁଛି । ଭିଡିଓ ଶେଷରେ ଆମ ଓଡ଼ିଶା, ନବୀନ ଓଡ଼ିଶାର ଚିତ୍ର ଆସିବା ସହିତ ଶଙ୍ଖଚିହ୍ନର ଚିତ୍ର ମଧ୍ୟ ଆସୁଛି ।

ଏହା ମଧ୍ଯ ପଢ଼ନ୍ତୁ: ପୁରୀ ପରିକ୍ରମା ପକଳ୍ପ ପଲିଟିକ୍ସ: ବିରୋଧୀଙ୍କ ଆରୋପ 'ଜଗନ୍ନାଥଙ୍କ ନାଁରେ ହେଉଛି ରାଜନୀତି', ବିଜେଡିର ଜବାବ ଅସୁବିଧା କେଉଁଠି ?

ପୁରୀ ପ୍ରକଳ୍ପ ସଂପର୍କିତ ଏହି ଭିଡିଓକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର କହିଛନ୍ତି, ଜଗନ୍ନାଥଙ୍କୁ ନେଇ ଭୋଟ୍ ମାଗିବା ଠିକ୍ ନୁହେଁ । ପରିକ୍ରମା ପ୍ରକଳ୍ପ ଲୋକଙ୍କ ପଇସାରେ ହୋଇଛି । କେନ୍ଦ୍ର ସରକାର ରାମ ମନ୍ଦିରକୁ ନେଇ ରାଜନୀତି କରୁଥିବା ବେଳେ, ରାଜ୍ୟ ସରକାର ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରୁଛନ୍ତି । ମାତ୍ର ଏହା ବେ ଏହା ବୁମେରାଂ ହେବ । ଜଗନ୍ନାଥ ସେନା ଆବାହକ ପ୍ରୟଦର୍ଶନ ପଟ୍ଟନାୟକ କହିଛନ୍ତି , ଜଗନ୍ନାଥଙ୍କୁ ନେଇ ଯିଏ ଯେତେବେଳେ ରାଜନୀତି କରିଛନ୍ତି, ସେ ତାହାର ପରିଣାମ ଭୋଗିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଜଗନ୍ନାଥଙ୍କୁ ନେଇ ଏକତା ଯାତ୍ରା କରିଥିଲେ । ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର କହିଥିଲେ ମୋତ ଜଗନ୍ନାଥ ଡାକିଛନ୍ତି । ଏବେ ପରିକ୍ରମା ପ୍ରକଳ୍ପକୁ ନେଇ ନବୀନ ବାବୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ବିଜେଡି ତାର ପରିଣାମ ଜଲଦି ଭୋଗିବ । ଜଗନ୍ନାଥ ଭାବର ଠାକୁର । କୌଣସି ଦଳର କାଠ ପୁତୁଳା ନୁହେଁ । ଯେଉଁଠି ଧର୍ମକୁ ନେଇ ରାଜନୀତି କରାଯାଏ ସେଠି ଜଗନ୍ନାଥ ଚିନ୍ତା କରିବେ ସେ କାହାର ?

ଏହା ମଧ୍ଯ ପଢ଼ନ୍ତୁ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ମୁର୍ମୁଙ୍କ ଚିନ୍ତା ପ୍ରକଟ, ଧନଖଡ଼ଙ୍କୁ ଫୋନ୍ କଲେ ମୋଦି

କଂଗ୍ରେସ ଏବଂ ଜଗନ୍ନାଥ ପ୍ରେମୀଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେଡି । ଦଳର ବରିଷ୍ଠ ନେତା ଗୌରହରି ପ୍ରଧାନ କହିଛନ୍ତି, ସବୁ କଥାକୁ ନେଇ ବିରୋଧୀ ରାଜନୀତି କରିବା ଅନୁଚିତ । ଏହି ପ୍ରକଳ୍ପ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ଆଦୃତ ହେବ । ଏତେବଡ଼ କାମ କୌଣସି ସରକାର କରି ନଥିଲେ । ଯଦି ନବୀନ ସରକାର ଏହି କାମ କରିଛନ୍ତି, ଶ୍ରେୟ ବିଜେଡିକୁ ଯିବାରେ ଅସୁବିଧା କେଉଁଠି ? ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ କାଶୀ ବିଶ୍ବନାଥଙ୍କ କରିଡର କଥା ଉଲ୍ଲେଖ କରି କହିଛନ୍ତି ଯେ, ଏହାର ଶ୍ରେୟ ବିଜେପି ନେଉଛି କି ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ନେତା ।

ଏହା ମଧ୍ଯ ପଢ଼ନ୍ତୁ:ଆକ୍ଟିଭ ମୋଡରେ କଂଗ୍ରେସ: 'ତୁଳସୀ' ଯାତ୍ରା ନାଁରେ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର

ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ସୋସିଆଲ ମିଡିଆରେ ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର ପ୍ରସାର କରୁଛି ବିଜେଡି । ଆଗକୁ ନିର୍ବାଚନ ଆସୁଥିବାରୁ ଏହାର ଶ୍ରେୟ ନେବାକୁ ଶାସକ ଦଳ ଚେଷ୍ଟା କରୁଛି । ସୋସିଆଲ ମିଡିଆରେ କିପରି ଅଧିକ ହିଟ୍ ମିଳିବ ସେଥିପାଇଁ ବିଜେଡିର ସୋସିଆଲ ମିଡିଆ ସେଲ୍ ଲାଗି ପଡ଼ିଛି । ମନ ଜିଣିବା, ମନ କିଣିବା ଏବଂ ଭୋଟ୍ ଜିଣିବା ପାଇଁ ଏକ ପ୍ରକାର ଅଭିଯାନ ଆରମ୍ଭ ହୋଇଯାଇଛି ।

ଜାନୁଆରି 17ରେ ଲୋକାର୍ପିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମର ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କାର୍ଯ୍ୟ । ଏହାରି ଭିତରେ ବିଜେଡି ସୋସିଆଲ ମିଡିଆ ସେଲ୍ ର ପ୍ରଚାର ପ୍ରସାର ଭିଡିଓ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଜଗନ୍ନାଥ କୃପା କାହାକୁ ମିଳିବ, ତାହା ତ ପର କଥା । ମାତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ଯେଉଁ ରାଜନୀତି ଆରମ୍ଭ ହୋଇଛି ତାର ଅନ୍ତ କେଉଁଠି ?

ଇଟିଭି ଭାରତ, ପୁରୀ ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.