ETV Bharat / state

ପୁରୀ ପରିକ୍ରମା ପକଳ୍ପ ପଲିଟିକ୍ସ: ବିରୋଧୀଙ୍କ ଆରୋପ 'ଜଗନ୍ନାଥଙ୍କ ନାଁରେ ହେଉଛି ରାଜନୀତି', ବିଜେଡିର ଜବାବ ଅସୁବିଧା କେଉଁଠି ?

author img

By ETV Bharat Odisha Team

Published : Dec 9, 2023, 7:54 PM IST

Puri Parikrama project Politics: 2024 ନିର୍ବାଚନ ପୂର୍ବରୁ ଆସ୍ଥା ଏବଂ ଭାବାବେଗକୁ ନେଇ ରାଜନୀତି । ଜାନୁଆରି ୨୨ରେ ଅଯୋଦ୍ଧାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଜାନୁଆରି 17ରେ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ବିଜେପିର କଳସ ଯାତ୍ରା ଏବଂ କଂଗ୍ରେସର ତୁଳସୀ ଯାତ୍ରାକୁ ଚେକ୍ ଦେବାକୁ, ଜଗନ୍ନାଥ କାର୍ଡ ଖେଳିଛି ବିଜେଡି ! ଏହାକୁ ନେଇ ଜୋର ଧରିଲାଣି ରାଜ୍ୟ ରାଜନୀତି । ଅଧିକ ପଢ଼ନ୍ତୁ,

ପୁରୀ ପରିକ୍ରମା ପକଳ୍ପ ପଲିଟିକ୍ସ: ବିରୋଧୀଙ୍କ ବୟାନ 'ଜଗନ୍ନାଥଙ୍କ ନାଁରେ ହେଉଛି ରାଜନୀତି', ବିଜେଡିର ଜବାବ ଅସୁବିଧା କେଉଁଠି ?
ପୁରୀ ପରିକ୍ରମା ପକଳ୍ପ ପଲିଟିକ୍ସ: ବିରୋଧୀଙ୍କ ବୟାନ 'ଜଗନ୍ନାଥଙ୍କ ନାଁରେ ହେଉଛି ରାଜନୀତି', ବିଜେଡିର ଜବାବ ଅସୁବିଧା କେଉଁଠି ?

ପୁରୀ ପରିକ୍ରମା ପକଳ୍ପ ପଲିଟିକ୍ସ: ବିରୋଧୀଙ୍କ ବୟାନ 'ଜଗନ୍ନାଥଙ୍କ ନାଁରେ ହେଉଛି ରାଜନୀତି', ବିଜେଡିର ଜବାବ ଅସୁବିଧା କେଉଁଠି ?

ପୁରୀ/ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପୂର୍ବରୁ ଆସ୍ଥା ଏବଂ ଭାବାବେଗକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି। ଆସନ୍ତା ଜାନୁଆରି ୨୨ ତାରିଖରେ ଅଯୋଦ୍ଧାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଯାହାକୁ ନେଇ ବିଜେପି କ୍ୟାମ୍ପ ଉତ୍ସାହିତ। ଏହାର ଠିକ୍ ୫ ଦିନ ପୂର୍ବରୁ ଜାନୁଆରି 17ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ବିଜେପିର କଳସ ଯାତ୍ରା ଏବଂ କଂଗ୍ରେସର ତୁଳସୀ ଯାତ୍ରା ପରେ ବିଜେଡିର ପୁରୀ ପରିକ୍ରମା ପ୍ରକଳ୍ପ, ରାଜ୍ୟ ରାଜନୀତିକୁ ବେଶ୍ ସରଗରମ କରିଛି ।

୨୦୨୪ ଜାନୁଆରି 17ରେ ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ । ଅର୍ଥାତ ଆନୁଷ୍ଠାନିକ ଭାବେ କାମ କରିବ ପରିକ୍ରମା ପ୍ରକଳ୍ପ । ସାଧାରଣ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଏହି ସମୟରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି । ବିଶେଷ କରି ପୁରୀରେ ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି । ଶାସକ ଦଳ ବିଜେଡି, ପରିକ୍ରମା ପ୍ରକଳ୍ପରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର କହିଛନ୍ତି, ବିଜେପିର ରାମ ମନ୍ଦିରକୁ କାଉଣ୍ଟର କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଥିବା ବିଭିନ୍ନ ମନ୍ଦିର ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିବା ସହିତ ଏହାର ଉନ୍ନତିକରଣ କାମ କରାଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ରାଜନୀତିକରଣ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରି ବିଜେପି 2024 ନିର୍ବାଚନ ବୈତରଣୀ ପାରି ହେବାକୁ ବସିଥିବା ବେଳେ, ବିଜେଡି ରାଜ୍ୟରେ ଜଗନ୍ନାଥଙ୍କୁ ନେଇ ଭୋଟ୍ ହାତେଇବାକୁ ବସିଥିବା ଅଭିଯୋଗ କରିଛନ୍ତି ବିନାୟକ ଦାସ ମହାପାତ୍ର ।

ଏହା ମଧ୍ଯ ପଢ଼ନ୍ତୁ: ତେଜିଲା ଜୟଦେବଙ୍କ ଜନ୍ମସ୍ଥାନ ବିବାଦ: ଏନ୍‌ସିଇଆର୍‌ଟି ବହିରେ ବେଙ୍ଗଲ ଉଲ୍ଲେଖ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା

ପୁରୀ ପରିକ୍ରମା ପ୍ରକଳ୍ପର ରାଜନୀତିକରଣକୁ ନେଇ ଶାସକ ଦଳ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ତଥା ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ତାଙ୍କର କହିବା ହେଲା, ପରିକ୍ରାମା ପ୍ରକଳ୍ପ ଦ୍ବାରା ପୁରୀର ବିକାଶ ହେବ, ଏକଥା ସତ । ତେବେ ଏହାକୁ ନେଇ ଯଦି କେହି ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଥାନ୍ତି, ମହାପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ । ମହାପ୍ରଭୁ ଜଗନ୍ନାଥ ଏବଂ ଓ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି ରାଜନୀତି କରିବାକୁ ଉଦ୍ୟମ କରୁଥିବା ଇଙ୍ଗିତ କରିଛନ୍ତି ପୁରୀ ବିଧାୟକ ।

ଏହା ମଧ୍ଯ ପଢ଼ନ୍ତୁ: ମହୁଆ ମାମଲାରେ ଅପରାଜିତାଙ୍କ ପ୍ରତିକ୍ରିୟା: ‘ଗ୍ରହଣୀୟ ନୁହେଁ ଅନୈତିକ ଆଚରଣ, ମୁଁ ବି ଜଣେ ମହିଳା'

ପୁରୀ ପରିକ୍ରମା ପ୍ରକଳ୍ପ ମାମଲାରେ କଂଗ୍ରେସ ଏବଂ ବିଜେପିକୁ ଜବାବ ଦେଇଛି ବିଜେଡି । ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ, ଶ୍ରୀକ୍ଷେତ୍ର ପୁରୀକୁ ସାରା ବିଶ୍ବରେ ଏକ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରୁଛନ୍ତି। ଆମର ଦେବତା ହେଲେ ଜଗନ୍ନାଥ । ପ୍ରଭୁଙ୍କ ପାଇଁ ଭଲ ପାଇବା ଅଛି ମୁଖ୍ୟମନ୍ତ୍ରୀଙ୍କର । ତେଣୁ 2024 ନିର୍ବାଚନ ପାଇଁ ପ୍ରଚାର ଜଗନ୍ନାଥଙ୍କ ପାଖରୁ ଆରମ୍ଭ ହେଉଛି, ଏଥିରେ ଅସୁବିଧା ରହିଲା କେଉଁଠି ? ପୁରୀକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନଙ୍କର ସୁବିଧା ପାଇଁ ଏହି ପ୍ରକଳ୍ପ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ହେରିଟେଜ ପ୍ରକଳ୍ପ ଦ୍ବାରା ଭକ୍ତମାନେ ଉପକୃତ ହେବେ। ତାରାତାରିଣୀ ମନ୍ଦିର ଏବଂ ସମଲେଶ୍ବର ମନ୍ଦିରର ମଧ୍ୟ ଉନ୍ନତିକରଣ କରାଯାଇଛି । ସବୁ କାର୍ଯ୍ୟର ଶୁଭାରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କଠାରୁ ହୋଇଥାଏ । ଜଗନ୍ନାଥ ଆମର ପ୍ରାଣ କେନ୍ଦ୍ର । ତେଣୁ 2024 ନିର୍ବାଚନର ପ୍ରଚାର ମଧ୍ୟ ପରିକ୍ରମା ପ୍ରକଳ୍ପ ପୂର୍ଣ୍ଣାହୁତିରୁ ଆରମ୍ଭ ହେବ । 24 ନିର୍ବାଚନରେ ଲୋକଙ୍କ ସମର୍ଥନ ବିଜେଡି ପ୍ରତି ରହିବ ବୋଲି କହିଛନ୍ତି ବିଜେଡି ନେତା ଶୁଭାଶିଷ ।

ଏହା ମଧ୍ଯ ପଢ଼ନ୍ତୁ: ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ସ୍ପିକର ନିଯୁକ୍ତିକୁ କିଶନ ରେଡ୍ଡିଙ୍କ ବିରୋଧ: 'ସ୍ଥାୟୀ ବାଚସ୍ପତି ନିର୍ବାଚନ ପରେ ହିଁ ଶପଥ ନେବେ ବିଜେପି ବିଧାୟକ'

ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ, ଜଗନ୍ନାଥଙ୍କୁ ନେଇ ପରିକ୍ରମା ପ୍ରକଳ୍ପର ପୂର୍ଣ୍ଣାହୁତି ବିଜେଡି ପାଇଁ ଆଗାମୀ ନିର୍ବାଚନରେ ସହାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯେହେତୁ ଲୋକଙ୍କ ଭାବାବେଗ ସହିତ ମହାପ୍ରଭୁ ଜଗନ୍ନାଥ ଜଡ଼ିତ, ତେଣୁ ଏହା ଲୋକଙ୍କୁ ସୁହାଇବ । ବିଜେପି ରାମ ମନ୍ଦିର ନାଁରେ ଭୋଟ ମାଗିବ ସତ। କିନ୍ତୁ ଓଡିଶାରେ ବିଜେପିର ରାମ ମନ୍ଦିର କାର୍ଡ କାମ କରି ନପାରେ ବୋଲି ଆକଳନ କରିଛନ୍ତି ରବି ଦାସ ।

ଏହା ମଧ୍ଯ ପଢ଼ନ୍ତୁ: ସୋନିଆ ଗାନ୍ଧିଙ୍କ ଜନ୍ମଦିନ ପାଳିଲା ତେଲେଙ୍ଗାନା କଂଗ୍ରେସ: କେକ୍ କାଟି ମାଡାମଙ୍କୁ ଜଣାଇଲେ ଅଭିନନ୍ଦନ

ବିଜେପି ରାମ ମନ୍ଦିର କାର୍ଡ ଖେଳି 3ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜିଣିଥିବା ଚର୍ଚ୍ଚା ହେଉଛି । ୨୦୨୪ ପାଇଁ ଦଳ, ଦେଶବ୍ୟାପୀ କଳସ ଯାତ୍ରା ମଧ୍ୟ ଆରମ୍ଭ କରିଛି। ଠିକ ଏହି ସମୟରେ ଓଡିଶାରେ କଂଗ୍ରେସ ପାର୍ଟି ପୁରୀ ଶ୍ରକ୍ଷେତ୍ରରେ ତୁଳସୀ ଯାତ୍ରା ମଧ୍ୟ କରିଛି । ବିଜେପି ଏବଂ କଂଗ୍ରେସକୁ ଚକମା ଦେବାକୁ ପୁରୀ ପରିକ୍ରମା ପ୍ରକଳ୍ପ ଯୋଜନାକୁ ଆଗକୁ ଆଣିଛି ବିଜେଡି । ଅଯୋଦ୍ଧା ରାମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ହେଉ କିମ୍ବା ପୁରୀରେ ପରିକ୍ରମା ପ୍ରକଳ୍ପର ପୂର୍ଣ୍ଣାହୂତି ? ଏହାକୁ ନେଇ ରାଜନୈତିକ ଦଳ ଭୋଟ୍ ଅଙ୍କ କଷୁ ଥିବା ବେଳେ, ସବୁ କିଛି ଜନତା ଜନାର୍ଦ୍ଦନଙ୍କ ଜନମତ ଉପରେ ହିଁ ନିର୍ଭର କରୁଛି ।

ଇଟିଭି ଭାରତ, ପୁରୀ ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.