ETV Bharat / state

ପୁରୀରେ ଜାତୀୟ ପ୍ରେସ ଦିବସ ପାଳିତ, ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା

author img

By ETV Bharat Odisha Team

Published : Nov 16, 2023, 5:59 PM IST

National Press day: ପୁରୀରେ ପାଳନ ହୋଇଛି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ। ସମାଜକୁ ଶୃଙ୍ଖଳିତ ଓ ବିକଶିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ

ପୁରୀରେ ଜାତୀୟ ପ୍ରେସ ଦିବସ
national press day celebration in puri



ପୁରୀ: ପାଳିତ ହେଲା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ । ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ପୁରୀ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ 'କୃତ୍ରିମ ବୁଦ୍ଧିମତା' ଯୁଗରେ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, "ସାଧାରଣ ଲୋକମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ ଓ ସଚେତନ କରାଇବାରେ ଗଣମାଧ୍ୟମର ଅବଦାନ ଅତୁଳନୀୟ । ସମାଜକୁ ଶୃଙ୍ଖଳିତ ଓ ବିକଶିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଗଣମାଧ୍ୟମକୁ ସମାଜର ଜାଗ୍ରତ ପ୍ରହରୀ କୁହାଯାଏ ।"

"ଆଜିର ସମୟରେ ବୈଷୟିକ ଜ୍ଞାନର ଦୁରୁପଯୋଗ କରି କେତେକ ଅସାମାଜିକ ବ୍ୟକ୍ତି ଲୋକମାନଙ୍କୁ ହଇରାଣ କରୁଥିବା ଦେଖାଯାଉଛି । ଏନେଇ ଗଣମାଧ୍ୟମ ଅନେକ ସଚେତନ କରାଉଥିଲେ ମଧ୍ୟ ଲୋକମାନେ ସଚେତନ ନହୋଇ ଠକାମିର ଶୀକାର ହେଉଛନ୍ତି । ତେଣୁ ଏଥିପ୍ରତି ସମାଜର ସବୁ ବର୍ଗର ଲୋକ ସଚେତନ ହେବା ଉଚିତ । ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଗଣତନ୍ତ୍ରକୁ ମଜବୁତ କରିଥାଏ "ଏପରି କହିବା ସହ ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ବାରୋପ ନେଇ ଆଲୋଚନା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ।

ଏହାସହ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ କହିଛନ୍ତି, "ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ବିପର୍ଯ୍ୟୟ,କୋରୋନା ଆଦି କଷ୍ଟକର ସମୟରେ ମଧ୍ୟ ଗଣମାଧ୍ୟମ ଯେପରି କାର୍ଯ୍ୟ କରିଛନ୍ତି ତାହା ବେଶ ପ୍ରଶଂସନୀୟ।" ମୁଖ୍ୟ ବକ୍ତା ଭାବେ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାୟାଧର ମହାରଣା ଯୋଗ ଦେଇ ଗଣମାଧ୍ୟମର ସୃଷ୍ଟି, ସମାଜ ପ୍ରତି ଗଣମାଧ୍ୟମର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଥିଲେ।

ଏହା ବି ପଢନ୍ତୁ...ପାଠ୍ୟକ୍ରମରେ ସାମିଲ ହେବ ‘ନିର୍ବାଚନ ସାକ୍ଷରତା’ ବିଷୟ, ଏକ୍ସପର୍ଟ କମିଟି ଦ୍ୱାରା ଚାଲିଛି ତର୍ଜମା

ସେ ନିଜ ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରି ସାଧାରଣ ଲୋକଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ ଅନୁରୋଧ କରିଥିଲେ । ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.