ଲଗାଣ ବର୍ଷାର ପ୍ରଭାବ, ପୁରୀର ୩୫ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ

author img

By

Published : Sep 17, 2021, 1:55 PM IST

ପୁରୀ ଜିଲ୍ଲାର ୩୫ ରୁ ଉର୍ଦ୍ଧ୍ବ ଗାଁ  ଜଳବନ୍ଦୀ

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ପୁରୀ ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ । ଫଳରେ ଗାଁ ଦାଣ୍ଡରେ ଭାଷୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଅଧିକ ପଢନ୍ତୁ...

ପୁରୀ: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ପୁରୀ ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ । ଫଳରେ ଗାଁ ଦାଣ୍ଡରେ ଭାଷୁଛି ଆଣ୍ଠୁଏ ଆଣ୍ଠୁଏ ପାଣି ।

ଲଗାଣ ବର୍ଷାର ପ୍ରଭାବ; ପୁରୀ ଜିଲ୍ଲାର ୩୫ ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ

ଜିଲ୍ଲାର ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ ବାଲି ଦୋକାନ ଠାରୁ ତଣ୍ଡାହର ପର୍ଯ୍ୟନ୍ତ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି । ଖାଲି ଏତିକି ନୁହେଁ ସମ୍ପୃକ୍ତ ଗାଁ ଗୁଡିକ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ବିପ୍ନନଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲାର ସେବା ସଂଗଠନ କୋଣାର୍କ ପକ୍ଷରୁ ଶୁଖିଲା ଖାଦ୍ୟ ଚୁଡା, ଚିନି, ଅମୁଲ, ବିସ୍କୁଟ, ମଶା ଧୂପ, ଦିଆସିଲି, ମହମବତୀ ଇତ୍ୟାଦି 10 ଦିନର ସାମଗ୍ରୀ ପ୍ରଦାନ କରାଯାଇଛି ।

ସେହିପରି ହରଚଣ୍ଡୀ ଗାଁର ହରିଜନ ସାହିର ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିନଥିବା ବେଳେ, ତୁରନ୍ତ ପ୍ରଶାସନ ଯୋଗାଇ ଦେବାକୁ ବନ୍ୟା ବିପନ୍ନ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.