ETV Bharat / state

ଆଡପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jun 22, 2023, 8:46 AM IST

Updated : Jun 23, 2023, 10:22 AM IST

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଛିଡା ହୋଇଛି ତିନି ରଥ । ଆଜି ଆଡପ ପଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢନ୍ତୁ

lord jagannath adapa mandapa rituals
lord jagannath adapa mandapa rituals

ପୁରୀ: ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ବିଶ୍ବନିଅନ୍ତା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଛିଡା ହୋଇଛି ତିନି ରଥ । ଶରଧାବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ସନ୍ଧ୍ୟା ସମୟରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଦାରୁବିଗ୍ରହ । ଏହା ପୂର୍ବରୁ ରଥ ଉପରେ ସମସ୍ତ ନୀତି ସହ ଶ୍ରୀଜିଉ ମଙ୍ଗଳ ଆଳତୀ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Ratha Yatra 2023: ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ

ଦିନ 3ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାର ମାର ଲଗାଯିବ । ପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ପରେ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଦାରୁ ଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇବେ । ଆଡ଼ପ ମଣ୍ଡପ ବିଜେ ନୀତି ପରେ ଶୁକ୍ରବାର ଆଡ଼ପ ଅବଢ଼ା ବାହାରିବ । ଏନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ସେବାୟତ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଭୋକରେ ମହାପ୍ରଭୁ ! ଏଯାଏଁ ହୋଇପାରିନି ଗୋପାଳ ବଲ୍ଲଭ ନୀତି

ମଙ୍ଗଳବାର ନିର୍ଦ୍ଧାରିତର ସମୟ ଅନୁସାରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥଟଣା ଆରମ୍ଭ ହୋଇଥିଲା । ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟାଣିନେଇଥିଲେ ଭକ୍ତ । ବଳଭଦ୍ରକ ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିର ସମ୍ନାରେ ପହଞ୍ଚିଥିବା ବେଳେ ରାତି ହୋଇଯିବାରୁ ଭଉଣୀ ସୁଭଦ୍ରା ଓ ଭାଇ କାଳିଆର ରଥ ରାସ୍ତାରେ ଅଟକି ଯାଇଥିଲା । ବୁଧବାର ସକାଳୁ ଅବକାଶ ନୀତି ପରେ ଦିନ 9ଟାରୁ ରଥଟଣା ପୁଣି ଆରମ୍ଭ ହୋଇଥଲା ।

ବଡଶଙ୍ଖରେ ଠାରେ ଅଟକି ରହିଥିବା ଦର୍ପଦଳନ ରଥକୁ ଭକ୍ତମାନେ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚାଇ ଦେଇଥିଲେ । ସେହିପରି ମାଉସୀ ମା' ମନ୍ଦିର ନିକଟରେ ଅଟକି ଥିବା ନନ୍ଦିଘୋଷ ରଥକୁ ମଧ୍ୟ ଭକ୍ତ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଥିଲା । ଗୋପାଳ ବଲ୍ଲଭ ନୀତି ହୋଇପାରିନଥିବାରୁ ଉପାସରେ ରହିଥିଲେ ମହାପ୍ରଭୁ ।

ଆଜି ଅପରାହ୍ନ ପର୍ଯ୍ୟନ୍ତ ରଥାରୂଢ ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ । ଏହାପରେ ପହଣ୍ଡି ଆରମ୍ଭ ହୋଇ ଆଡ଼ପମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଚଳିତଥର ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗର୍ଭଗୃହରେ ପ୍ରଥମ ଥର ପାଇଁ ଏସି ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Jun 23, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.