ETV Bharat / state

ChittaRanjan Murder Case: ସତ ଖୋଜୁଛି କାଇମବ୍ରାଞ୍ଚ, ରେକର୍ଡ ହେଲା ଜଗାର ବୟାନ

author img

By

Published : Dec 16, 2021, 2:08 PM IST

Updated : Dec 16, 2021, 4:51 PM IST

ଚିତ୍ତରଞ୍ଜନ ହତ୍ୟା ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଭୋଜି ଦିନ କଣ କଣ ଘଟିଥିଲା । କିଏ କିଏ ଭୋଜିରେ ସାମିଲ ଥିଲେ ତାହା ବଖାଣିଛି ଜଗା । ଅଧିକ ପଢନ୍ତୁ

Chitta Ranjan Muder Case: ବନ୍ଧୁଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ
Chitta Ranjan Muder Case: ବନ୍ଧୁଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ପୁରୀ: ସଞ୍ଜୟ ଦାସ ବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର ପର୍ଦ୍ଦାଫାସ ପାଇଁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଗତକାଲି(ବୁଧବାର) ରାତିରେ କ୍ରାଇମବ୍ରାଞ୍ଚ ଟିମ୍‌ ପୁରୀରେ ପହଞ୍ଚିଥିଲା । ଆଜି (ଗୁରୁବାର) ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଛି ଟିମ୍ । ଏଥିସହ ଘଟଣା ଦିନ ଚିତ୍ତରଞ୍ଜନଙ୍କ ସହ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗାକୁ ଘଟଣା ସ୍ଥଳକୁ ନେଇ ପଚରାଉଚରା କରିଛି ।

Chitta Ranjan Muder Case: ରେକର୍ଡ ହେଲା ଜଗାର ବୟାନ

ଏହି ସମୟରେ ଭୋଜି ଦିନ କଣ କଣ ଘଟିଥିଲା । କିଏ କିଏ ଭୋଜିରେ ସାମିଲ ଥିଲେ ତାହା ବଖାଣିଛି ଜଗା । ସେ କହିବା ବେଳର ଏକ ଛୋଟ ଭିଡିଓ କ୍ଲିପ ଗଣମାଧ୍ୟମ ହାତରେ ଲାଗିଛି । ପୁରୀ ବାସେଳି ସାହିଥାନାରେ ଏହି ଜେରା ଚାଲିଥିଲା । ଅଟକ ଥିବା ପିଏସଓଙ୍କ ସାଙ୍ଗ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ ସମେତ ବାସୁଦେବପୁରର ସୂର୍ଯ୍ୟପ୍ରସାଦ ମିଶ୍ର, ଚିତ୍ତଙ୍କ ପୁତୁରା ଦିଲ୍ଲୀପ ପଲେଇ, ବ୍ରହ୍ମଗିରି ବ୍ରାହ୍ମଣୀଆର ଉମାକାନ୍ତ ପାଇକରାୟ ଓ ଗୋପାଳପୁରର ସର୍ବେଶ୍ବର ଜେନାଙ୍କ ବୟାନ ରେକର୍ଡ କରାଯାଉଛି ।

ସଦର ଥାନା ପୋଲିସ ପକ୍ଷରୁ ମାମଲାର କେସ୍ ଡାଏରୀ କ୍ରାଇମବ୍ରାଞ୍ଚ ଟିମ୍‌କୁ ପ୍ରଦାନ କରାଯାଇଛି । ଏହାପରେ ଟିମ୍ ସାନବନ୍ଧକେରା ସ୍ଥିତ ଚିତ୍ତରଞ୍ଜନ ପଲେଇଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ ।

ସଞ୍ଜୟ ଦାସ ବର୍ମାଙ୍କ ସହାୟକ ଚିତ୍ତ ରଞ୍ଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଛି। ତେବେ ପୂର୍ବରୁ ପୁରୀ ସଦର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଥିବା ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗାକୁ ଉଠାଇ ନେଇଥିଲା ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 16, 2021, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.