ETV Bharat / state

ସମ୍ପନ୍ନ ହେଲା ମା ସୁନାଦେଇଙ୍କ ଛତର ଯାତ୍ରା, ଏଠାରେ ପଡିଥାଏ ବୋଦା ବଳି

author img

By

Published : Oct 10, 2022, 7:34 PM IST

ସମୁଦ୍ର ପତ୍ତନଠାରୁ ସାଢେ 3 ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶୀର୍ଷରେ ଅବସ୍ଥିତ ବହୁଚର୍ଚ୍ଚିତ ସୁନାବେଡା ଅଭୟାରଣ୍ୟରେ ସମ୍ପନ୍ନ ହୋଇଯାଇଛି ମା ସୁନାଦେଇଙ୍କ ଛତର ଯାତ୍ରା । ଅଧିକ ପଢନ୍ତୁ

maa-sunadei-chhatar-yatra-over-in-nuapada
ସମ୍ପନ୍ନ ହେଲା ମା ସୁନାଦେଇଙ୍କ ଛତର ଯାତ୍ରା, ଏଠାରେ ପଡିଥାଏ ବୋଦା ବଳି

ନୂଆପଡା: ବିଶ୍ବାସରେ ବନ୍ଧା ଆଦୀବାସୀ ସମ୍ପ୍ରଦାୟ, ପୂଜା ପାର୍ବଣ ଆଦାବୀସୀ ସମ୍ପ୍ରଦାୟକଙ୍କ ଜୀବନ ଜୀବିକା ସହ ଜଡିତ । ନୂଆପଡା ଜିଲ୍ଲାର ସେମିତି ଏକ ନିଆରା ପରମ୍ପରା ହେଉଛି ଛତର ଯାତ୍ରା । ସମୁଦ୍ର ପତ୍ତନଠାରୁ ସାଢେ 3 ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶୀର୍ଷରେ ଅବସ୍ଥିତ ବହୁଚର୍ଚ୍ଚିତ ସୁନାବେଡା ଅଭୟାରଣ୍ୟରେ ପ୍ରତିବର୍ଷ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି ମା ସୁନାଦେଇଙ୍କ ଛତର ଯାତ୍ରା ।

ସମ୍ପନ୍ନ ହେଲା ମା ସୁନାଦେଇଙ୍କ ଛତର ଯାତ୍ରା, ଏଠାରେ ପଡିଥାଏ ବୋଦା ବଳି

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଜିଲ୍ଲାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଇଷ୍ଟଦେବୀ ହେଉଛନ୍ତି ମା ସୁନାଦେଇ। ପୂର୍ଣ୍ଣିମା ଦିନ ପୀଠରେ ଛତର ଯାତ୍ରା ଅନୁଷ୍ଠିତ ହୋଇ ଯାଇଥିବା ବେଳେ ମାଙ୍କ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଛତର ଯାତ୍ରା ସମୟରେ ଏଠାରେ ବୋଦା ବଳି ପଡିବାର ପରମ୍ପରା ରହିଛି । ଫଳରେ ରକ୍ତ ରଂଜିତ ହୋଇପଡେ ସୁନାବେଡା ଅଭୟାରଣ୍ୟ। ପ୍ରତିବର୍ଷ ଭାଦ୍ରବ ମାସ ଅମାବାସ୍ୟା ଦିନ ମା ଙ୍କ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ସ୍ୱରୂପ ପୂଜା ଆରମ୍ଭ ହୋଇଥାଏ। ଏହାର ଠିକ 15 ଦିନ ପରେ ପୂର୍ଣ୍ଣମୀ ତିଥିରେ ମା'ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ।

ସୁନାବେଡା ଅଭୟାରଣ୍ୟରେ ଛୋଟ ବଡ 53 ଗୋଟି ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ଗ୍ରାମ ରହିଛି । ବିଶ୍ବାସ ରହିଛି ମାଙ୍କ ପୀଠରେ ଛତର ଯାତ୍ରା ନ ହେବା ପର୍ଯ୍ୟନ୍ତ ବିବାହ ବ୍ରତ ଭଳି ଶୁଭ କାମ କରନ୍ତି ନାହିଁ ଏଠାକାର ଆଦିବାସୀ । ସେହି ଭଳି କେନ୍ଦୁ, ଚାହାର , ତେନ୍ତୁଳି, ମହୁଲ ଆଦି ଜଙ୍ଗଲ ଜାତ ଦ୍ରବ୍ୟ କ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ଏଭଳି ପରମ୍ପରା ଥିବା ବେଳେ ଯିଏ ଏହାକୁ ଅମାନ୍ୟ କରେ ତାଙ୍କ ପରିବାର ରେ ଅଘଟଣ ଘଟିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ଦେବୀ ମା ସୁନାଦେଇ ପ୍ରତ୍ୟକ୍ଷ ଠାକୁରଣୀ । ସେଥିପାଇଁ ପ୍ରତିବର୍ଷ ମାଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଅଗଣିତ ଶ୍ରଦ୍ଧାଳୁ ଦୁର୍ଗମ ପାହାଡ଼ ପର୍ବତ ପାର୍‌ ହୋଇ ଅଭୟାରଣ୍ୟକୁ ଯାଇଥାନ୍ତି ।

ଗତ ବର୍ଷ କୋଭିଡ କଟକଣା ଯୋଗୁଁ ସୁନାବେଡା ଅଭୟାରଣ୍ୟ ମୁଖ୍ୟ ପ୍ରବେଶ ପଥକୁ ନୂଆପଡା ପୋଲିସ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମା'ଙ୍କ ଛତର ଯାତ୍ରାରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା । ସୁନାଦେଇ ମା'ଙ୍କୁ ବର୍ଷକୁ 2 ଥର ପୂଜା କରାଯାଏ । ଚୈତ୍ର ମାସରେ ଚୈତ୍ରାପର୍ବ ଏବଂ ଆଶ୍ବିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ପାଳିତ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.