ମର୍ଣ୍ଣିଂ ୱାକ୍‌ ବେଳେ ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ, କ୍ଷତିପୂରଣ ଦାବି

author img

By

Published : Oct 14, 2021, 9:02 AM IST

Updated : Oct 14, 2021, 1:44 PM IST

ମର୍ଣ୍ଣିଂ ୱାର୍କ ବେଳେ ଧକ୍କା ଦେଲା ଅଜଣା ଗାଡି, ୨ ମୃତ

ପ୍ରାତଃ ଭ୍ରମଣବେଳେ ଦୁର୍ଘଟଣା । ମର୍ଣ୍ଣିଂ ୱାର୍କରେ ଯାଇଥିଲେ ହେଲେ ଆଉ ଘରକୁ ଫେରିଲେନି । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣାରେ ଜଣେ ଗୁରୁତର । ଅଧିକ ପଢନ୍ତୁ...

ନୟାଗଡ: ଜିଲ୍ଲା ନୂଆଗାଁ ବ୍ଲକ ସଁପଡାରେ ଅଘଟଣ । ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି । ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ ହେଲେ ଆଉ ଘରକୁ ଫେରିଲେନି । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଅଛନ୍ତି ।

ମର୍ଣ୍ଣିଂ ୱାକ୍‌ ବେଳେ ଧକ୍କା ଦେଲା ଅଜଣା ଗାଡି

ସୂଚନାଅନୁସାର, ସଁପଡାରେ ଗାଁର ଟିକିନା ପ୍ରଧାନ,ମାନସୀ ମାର୍ଥା ଓ ସୁରୁବାଳା ପରିଡା ସବୁଦିନ ପରି ଆଜି(ଗୁରୁବାର) ଆଜି ବି ପ୍ରାତଃ ଭ୍ରମଣରେ ଯାଇଥିଲେ । ତାଙ୍କ ସହିତ ଜଣେ ପୁରୁଷ ମଧ୍ୟ ଥିଲେ । ଏହି ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟିକିନା ପ୍ରଧାନ ଓ ମାନସୀ ମାର୍ଥାଙ୍କ ମୃତ୍ୟୁ ହୋଇଥିବାବେଳେ ସୁରୁବାଳା ଗୁରୁତର ଅଛନ୍ତି । ସମସ୍ତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁରୁବାଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି ।

ମର୍ଣ୍ଣିଂ ୱାକ୍‌ ବେଳେ ଧକ୍କା ଦେଲା ଅଜଣା ଗାଡି

ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ପିକଅପ ଗାଡିଟି ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିଲା । କେଉଁ ଗାଡ଼ି ଏହି ଦୁର୍ଘଟଣା ଘଟାଇଛି, ତାହା ଜାଣିବାକୁ ତଦନ୍ତ କରୁଛି ପୋଲିସ । ଦୁଃଖଦ ଘଟଣାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ କିଛି ସରକାରୀ ସହାୟତା ଓ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

Last Updated :Oct 14, 2021, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.