130ରୁ 64 ମାମଲାରେ ନିର୍ଦ୍ଦୋଷ ମାଓନେତା ସବ୍ୟସାଚୀ

author img

By

Published : Oct 8, 2021, 2:19 PM IST

130 ମାମଲାରୁ 64ଟିରେ ନିର୍ଦ୍ଦୋଷରେ ଖଲାସ ଟପ ମାଓନେତା ସବ୍ୟସାଚୀ

ଟପ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । 130 ମାମଲାରୁ 64ଟିରେ ନିର୍ଦ୍ଦୋଷରେ ଖଲାସ ସବ୍ୟସାଚୀ । 2014 ଜୁଲାଇ 17ରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଅଧିକ ପଢନ୍ତୁ...

ନୟାଗଡ: ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲା ଟପ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । 2014 ଜୁଲାଇ 17ରେ ପୋଲିସ ତାଙ୍କୁ ଗିରଫ କରିଥିଲା l ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ମଙ୍ଗଳବାର ମ୍ପେଟା ସାହିର ଏକ ଭଡ଼ା ଘରୁ ପୋଲିସ ତାଙ୍କୁ ଗିରଫ କରିଥିଲା l ଏହା ପରଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଭାବେ ଜୀବନ କଟାଉଛନ୍ତି l ସୂଚନା ଅନୁସାରେ ରାଜ୍ୟରେ ତାଙ୍କ ନାଁରେ ପ୍ରାୟ 130ଟି ମାମଲା ବିଭିନ୍ନ ଥାନା ରହିଛି l

130 ମାମଲାରୁ 64ଟିରେ ନିର୍ଦ୍ଦୋଷରେ ଖଲାସ ଟପ ମାଓନେତା ସବ୍ୟସାଚୀ

ସେଥିମଧ୍ୟ 62ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି l ସାକ୍ଷ୍ୟ ଏବଂ ପ୍ରମାଣ ଅଭାବରୁ ଗୋଟିଏ ପରେ ଗୋଟିଏ ମାମଲାରୁ ମୁକ୍ତ ହେଉଛନ୍ତି ସବ୍ୟସାଚୀ l ଗୁରୁବାର 2008 ନୟାଗଡ଼ ମାଓ ହମଲାର 2 ଘଟଣାରେ ସେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି l ଏହାକୁ ମିଶାଇ ମୋଟ 64 ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି l

ତେବେ ସବ୍ୟସାଚୀଙ୍କୁ ଏକମାତ୍ର କେସରେ ଆଜୀବନ ଦଣ୍ଡ ହୋଇଛି l ଏହାକୁ ଚ୍ୟାଲେଞ୍ଜ କରି ତଳ କୋର୍ଟରୁ ହାଇକୋର୍ଟ ଯାଇଛନ୍ତି ସେ l ଏହି ମାମଲାଟି ହେଉଛି ବ୍ରହ୍ମପୁର ମଙ୍ଗଳବାର ମ୍ପେଟା ଗିରଫ ମାମଲାରେ ଆଇପିସି ଦଫା 121(କ )124 ରେ ଦେଶଦ୍ରୋହ କାର୍ଯ୍ୟକଳାପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.