ଚିତାବାଘ ସହ ଫଟୋ ଉଠାଇବା ପଡିଲା ମହଙ୍ଗା, ୪ ବର୍ଷ ପରେ ଯୁବକଙ୍କୁ ବାନ୍ଧିଲା ବନ ବିଭାଗ

author img

By

Published : Aug 13, 2022, 7:30 AM IST

Updated : Aug 13, 2022, 6:47 PM IST

ଶିକାରର ୪ ବର୍ଷ ପରେ ନୟାଗଡ଼ର ବାଘ ଶିକାରୀ ଗିରଫ

ଚିତାବାଘ ସହ ଫଟୋ ଉଠାଇବା ପଡିଲା ମହଙ୍ଗା । ଫଟୋ ଭାଇରାଲ ହେବା ପରେ ଯୁବକଙ୍କ ସମେତ ଅନ୍ୟ ଶିକାରୀ ଙ୍କୁ ବାନ୍ଧିଲା ବନ ବିଭାଗ । ଅଧିକ ପଢନ୍ତୁ

ନୟାଗଡ଼: ବାଘ ସହ ଫଟୋ ଉଠାଇବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଫଟୋ ଭାଇରାଲ ହେବା ପରେ ଦୀର୍ଘ ୪ ବର୍ଷ ପରେ ବାନ୍ଧିଲା ପୋଲିସ । ଗିରଫ ଯୁବକ ଜଣ (tiger hunter) କୁ ଭୁବନେଶ୍ବରରୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

ଚିତାବାଘ ସହ ଫଟୋ ଉଠାଇବା ପଡିଲା ମହଙ୍ଗା, ୪ ବର୍ଷ ପରେ ଯୁବକଙ୍କୁ ବାନ୍ଧିଲା ବନ ବିଭାଗ

ଗିରଫ ଶିକାରୀ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ପଞ୍ଚୀରିଡା ବନାଞ୍ଚଳର ଗୋଡିପଲ୍ଲୀ ଗାଁର ସଞ୍ଜୟ ସ୍ବାଇଁ । ସଞ୍ଜୟକୁ ଭୁବନେଶ୍ବରରୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି ନୟାଗଡ଼ ବନ ବିଭାଗ । ଏହା ସହ ସଞ୍ଜୟଙ୍କ ଘରୁ ଶିକାର ସାମଗ୍ରୀ ଜବତ କରିଛି ବନ ବିଭାଗ । ସଞ୍ଜୟକୁ ଗିରଫ କରିବାକୁ ବନ ବିଭାଗ ଫୋନ କଲ ଟ୍ରାକ କରିଥିଲା । ୪ବର୍ଷ ପୂର୍ବେ ବାଣୀଝରୀ ଜଙ୍ଗଲରୁ ଛୁଆ ଚିତାବାଘଟିକୁ ସଞ୍ଜୟ ସହ ୪ଜଣ ମିଶି ଶିକାର କରିଥିବା କହିଛନ୍ତି DFO କ୍ଷମା ଷଡ଼ଙ୍ଗୀ ।

ତେବେ ଜଣେ ଅଭିଯୁକ୍ତର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ରାଜ୍ୟ ବାହାରେ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି । ସଞ୍ଜୟକୁ ବନ ବିଭାଗ ଅଧିକ ପଚରା ଉଚୁରା କରିବା ସହ ବାଘ ଛାଲ ରାକେଟ ସହ କଣ ସମ୍ପର୍କ ରହିଛି ସେ ନେଇ ତଦନ୍ତ କରୁଛି । ଏହା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଥାଉ କି ନୟାଗଡ଼ରେ ଏଭଳି ଘଟଣା ନୂଆ ନୁହେଁ । ୨୦୨୦ ମସିହାରେ ରଣପୁର ବନଖଣ୍ଡରେ ଏପରି ସମାନ ଦୃଶ୍ୟ ସାମ୍ନାକୁ ଆସିଥିଲା । ଠିକ ଏହିପରି ଏକ ଲାଇଭ ଫଟୋକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ନୟାଗଡ

Last Updated :Aug 13, 2022, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.