ETV Bharat / state

Ram Navami Celebration: ଉତ୍ସବମୁଖର ପ୍ରସିଦ୍ଧ ଓଡ଼ଗାଁ ରଘୁନାଥ ପୀଠ

author img

By

Published : Apr 10, 2022, 7:58 PM IST

ଶ୍ରୀରାମନବମୀ ପାଳନ ପାଇଁ ଉତ୍ସବ ମୁଖର ନୟାଗଡ଼ର ପ୍ରସିଦ୍ଧ ଓଡ଼ଗାଁ ରଘୁନାଥଙ୍କ ପୀଠ । ଅଧିକ ପଢନ୍ତୁ

Ram Navami Celebration: ଉତ୍ସବ ମୁଖର ପ୍ରସିଦ୍ଧ ଓଡ଼ଗାଁ ରଘୁନାଥ ପୀଠ
Ram Navami Celebration: ଉତ୍ସବ ମୁଖର ପ୍ରସିଦ୍ଧ ଓଡ଼ଗାଁ ରଘୁନାଥ ପୀଠ

ନୟାଗଡ: ଶ୍ରୀରାମନବମୀ ପାଇଁ ଉତ୍ସବ ମୁଖର ନୟାଗଡ଼ର ପ୍ରସିଦ୍ଧ ଓଡ଼ଗାଁ ରଘୁନାଥଙ୍କ ପୀଠ । ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ସକାଳୁ ପ୍ରଭୁ ରଘୁନାଥଙ୍କ ନିକଟରେ ରୀତିନୀତି ଅନୁଯାୟୀ ପୂଜା ପାଠ ଆରମ୍ଭ ହୋଇଛି । ବିଧି ପାଳନ ଅନୁଯାୟୀ ରଘୁନାଥଙ୍କ ପାଖରେ ସ୍ଵତନ୍ତ୍ର ରୀତିନୀତି ମନ୍ତ୍ରପାଠ ଦ୍ଵାରା ଜନ୍ମ ଉତ୍ସବ, ନାଭି ଚ୍ଛେଦନ ଓ ଅନ୍ୟାନ୍ୟ ପୂଜାନୀତି କରାଯାଇଛି । ଯାହାକି ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନଥାଏ ।

Ram Navami Celebration: ଉତ୍ସବ ମୁଖର ପ୍ରସିଦ୍ଧ ଓଡ଼ଗାଁ ରଘୁନାଥ ପୀଠ

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀରାମନବମୀ ଉତ୍ସବ ପାଳନ ପାଇଁ ଆଜି ଠାରୁ 9 ଦିନ ବ୍ୟାପି ରଘୁନାଥଙ୍କ ପାଖରେ ସ୍ଵତନ୍ତ୍ର ପୂଜାନୀତି ସହ ପ୍ରତିଦିନ ସନ୍ଧ୍ୟାରେ ଠାକୁରଙ୍କୁ ବିଭିନ୍ନ ବେଶ ସୁସଜ୍ଜିତ କରାଯିବ । ବିଶେଷ କରି ଶ୍ରୀରାମନବମୀରେ ରଘୁନାଥଙ୍କ ଦର୍ଶନ ପାଇଁ ଓଡ଼ଗାଁକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଛୁଟି ଆସିଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋଭିଡ ପାଇଁ ଦୁଇ ବର୍ଷ ହେବ ରଘୁନାଥଙ୍କ ଶ୍ରୀରାମନବମୀ ଯାତ୍ରା ଉତ୍ସବ ପାଳନ ବନ୍ଦ ରହିଥିଲା ।

ବିନା ଭକ୍ତରେ କେବଳ ମନ୍ଦିର ଭିତରେ ରଘୁନାଥଙ୍କ ଶ୍ରୀରାମନବମୀ ଉତ୍ସବ ପାଳନ କରାଯାଇଥିଲା । ଚଳିତ ବର୍ଷ ଶ୍ରୀରାମନବମୀ ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ରଘୁନାଥଙ୍କ ନକଟରେ 9 ଦିନ ଧରି ଧୁମଧାମରେ ଉତ୍ସବ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.