ରଣପୁର ରାଜବାଟୀକୁ ଆସିଛନ୍ତି ମା’ ଖିଲାମୁଣ୍ଡା, ପାରା ରୂପ ଦେଖିଲେ ମିଳିଥାଏ ପୂଣ୍ୟ

author img

By

Published : Oct 15, 2021, 8:17 PM IST

ରାଜା ପ୍ରାସାଦରେ ଦର୍ଶନ ଦେଉଛନ୍ତି ମା ଖିଲାମୁଣ୍ଡା: ପାରା ହୋଇ ଉଡ଼ିଯିବେ

ଯେତେବେଳେ ରଣପୁର ଗଡ଼ଜାତ ରାଜ୍ୟକୁ ବିପଦ ଆସିଛି କିମ୍ବା ରଣପୁର ରାଜ୍ୟ ଶତ୍ରୁଙ୍କ କବଳକୁ ଯାଇଛି ସେବେ ମା’ଙ୍କୁ ସୁମରଣା କରି ରାଜ୍ୟ ଫେରିପାଉଥିଲେ ରାଜା । ସେବେଠାରୁ ରାଜା ଏବଂ ପ୍ରଜାଙ୍କ ଆରାଧ୍ୟ ଦେବୀ ଭାବେ ମା’ ବେଶ ପରିଚିତ । ଅଧିକ ପଢନ୍ତୁ...

ନୟାଗଡ: ଲୋକଙ୍କ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ମା’ ଖିଲାମୁଣ୍ଡା । ରଣପୁର ଗଡ଼ଜାତ ରାଜ୍ୟର ଆରାଧ୍ୟ ଠାକୁରାଣୀ ଭାବେ ମା' ବେଶ ପରିଚିତ । ଯେବେ ଯେବେ ମା’ ରଣପୁର ରାଜ୍ୟକୁ ବିପଦ ଆସିଛି କିମ୍ବା ରଣପୁର ରାଜ୍ୟ ଶତ୍ରୁଙ୍କ କବଳକୁ ଯାଇଛି ସେବେ ମା’ଙ୍କୁ ସୁମରଣା କରି ରାଜ୍ୟ ଫେରିପାଉଥିଲେ ରାଜା । ସେବେଠାରୁ ରାଜା ଏବଂ ପ୍ରଜାଙ୍କ ଆରାଧ୍ୟ ଦେବୀ ଭାବେ ମା’ ବେଶ ପରିଚିତ । ଦଶହରା ମା'ଙ୍କର ସବୁଠାରୁ ବଡ଼ ପର୍ବ । ଓଡ଼ିଶାର ଏକ ପୁରାତନ ଗଡ଼ଜାତ ଭାବେ ବେଶ ପରିଚିତ ରଣପୁର ।

ରାଜା ପ୍ରାସାଦରେ ଦର୍ଶନ ଦେଉଛନ୍ତି ମା ଖିଲାମୁଣ୍ଡା: ପାରା ହୋଇ ଉଡ଼ିଯିବେ

ଏହା ଷୋହଳ ଦିନ ଧରି ଚାଲିଥାଏ । ଅଶ୍ୱିନ ମାସ ଦ୍ୱିତୀୟା ଓଷା ଠାରୁ ନବମୀ ପର୍ଯ୍ୟନ୍ତ ଏହି ଷୋହଳ ପୂଜା ଚାଲିଥାଏ । ଦଶହରା ଦିନ ଅର୍ଥାତ, ଆଜି ଉଦଯାପିତ ହୋଇଥାଏ । ଆଜି ମା’ ରଣପୁର ପଞ୍ଚୁଦୋଳ ପଡ଼ିଆକୁ ଆସି ଲୋକଙ୍କୁ ଦର୍ଶନ ଦେବା ସହ ମା’ ନିଜ ସ୍ବସ୍ଥାନକୁ ଫେରିଯିବେ l ପାରା ରୂପରେ ମା’ ନିଜ ସ୍ଥାନକୁ ଚାଲିଯିବେ l ଆଉ ଏହି ସମୟରେ ମା 'ଙ୍କୁ ଦର୍ଶନ କଲେ କୋଟି ପୁଣି ମିଳିଥାଏ ବୋଲି ବିଶ୍ୱାସ ରହିଛି l

ପ୍ରତିବର୍ଷ ଦଶହରା ସମୟ ଆସିଲେ ରଣପୁର ରାଜବାଟୀକୁ ୧୬ ଦିନ ପାଇଁ ଆସିଥାନ୍ତି ମା' ଖିଲାମୁଣ୍ଡା l କାହିଁ କେଉଁ କାଳରୁ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସଂରକ୍ଷିତ ମାଳ ଜଙ୍ଗଲରେ ରହିଆସୁଛନ୍ତି ମା ' ଖିଲାମୁଣ୍ଡା l ପ୍ରତିବର୍ଷ ଏହି ଦଶହରା ସମୟରେ ମା’ ଖିଲାମୁଣ୍ଡା କାଠି ଯୋଗେ ରାଜବାଟୀକୁ ଆସିଥାନ୍ତି ଏବଂ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.