ETV Bharat / state

ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ବିସ୍ଥାପିତ

author img

By

Published : May 4, 2022, 8:44 PM IST

ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ପ୍ରକଳ୍ପରେ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ସହ ଥଇଥାନ ଦାବି । ଅଧିକ ପଢନ୍ତୁ

ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ବିସ୍ଥାପିତ
ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ବିସ୍ଥାପିତ

ନୟାଗଡ: ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ପ୍ରକଳ୍ପରେ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ସହ ଥଇଥାନ ଦାବି । ଏନେଇ ଆଜି(ବୁଧବାର) ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ଦଶପଲ୍ଲା କୁଳୁରୁକୁମ୍ପା ପଞ୍ଚାୟତର ୫ ଆଦିବାସୀ ପରିବାର ।

ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ବିସ୍ଥାପିତ

ରେଳ ପ୍ରକଳ୍ପ ପାଇଁ ବିସ୍ଥାପନ ହେବାକୁ ଯାଉଥିବା ସ୍ଥାନରେ ଦିର୍ଘ ଦିନ ଧରି ସ୍ଥାୟୀ ବାସୀନ୍ଦା ଭାବେ ଘର କରି ରହିଥିବାରୁ ସରକାର ବିସ୍ଥାପିତ ପରିବାରଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାକୁ ଦାବି ହୋଇଛି । ଆଦିବାସୀମାନେ ଏଥିପାଇଁ ବହୁ ହଇରାଣ ହରକତ ହେଉଛନ୍ତି । ଏନେଇ ସ୍ଥାନୀୟ ଦଶପଲ୍ଲା ତହସିଲଦାରଙ୍କୁ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବାରୁ ବିସ୍ଥାପିତ ଗ୍ରାମବାସୀ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.