ETV Bharat / state

BSKY ଯୋଜନାରେ ସାମିଲ ହେଲା ନୟାଗଡ ଜିଲ୍ଲା

author img

By

Published : Dec 14, 2021, 1:36 PM IST

Updated : Dec 14, 2021, 8:41 PM IST

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ସାମିଲ ହେଲା ନୟାଗଡ । ଏଣିକି ସ୍ମାର୍ଟ ହେଲଥ କାର୍ଡ(smart health card)ରେ ସ୍ବାସ୍ଥ୍ୟ ସେବାର ସୁବିଧା ପାଇବେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

BSKY ଯୋଜନାରେ ସାମିଲ ହେଲା ନୟାଗଡ ଜିଲ୍ଲା
BSKY ଯୋଜନାରେ ସାମିଲ ହେଲା ନୟାଗଡ ଜିଲ୍ଲା

ନୟାଗଡ: ସ୍ବାସ୍ଥ୍ୟ କ୍ଷେତ୍ରରେ ବଦଳିବ ନୟାଗଡ ଜିଲ୍ଲାର ଚିତ୍ର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ସାମିଲ ହେଲା ନୟାଗଡ । ଏଣିକି ସ୍ମାର୍ଟ ହେଲଥ କାର୍ଡ(smart health card)ରେ ସ୍ବାସ୍ଥ୍ୟ ସେବାର ସୁବିଧା ପାଇବେ ଜିଲ୍ଲାବାସୀ । ଏ ନେଇ ଆଜି ଭିସି ଯୋଗେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

BSKY ଯୋଜନାରେ ସାମିଲ ହେଲା ନୟାଗଡ ଜିଲ୍ଲା
BSKY ଯୋଜନାରେ ସାମିଲ ହେଲା ନୟାଗଡ ଜିଲ୍ଲା

ଦିନ 11ଟା 30 ମିନିଟରେ ସ୍ଥାନୀୟ PTS ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଧାସଳଖ ଯୋଡି ହୋଇ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିବା ସହ 1000 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ 2ଲକ୍ଷ, 24ହଜାର 368ଟି ପରିବାରର 7 ଲକ୍ଷ 73ହଜାର 183 ହିତାଧିକାରୀ ଉପକୃତ ହେବେ ।

ଆଜି 250 ଜଣ ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ କରାଯାଇଛି l ଏହି ଅବସରରେ ମୁଖ୍ୟମନ୍ତ୍ରୀ 85.35 କୋଟି ଟଙ୍କାର 151 ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ l ସେହିପରି 108 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତୁର ସ୍ଥାପନ କରିଛନ୍ତି l ଯାହାର ମୂଲ୍ୟ 909.18 କୋଟି ଟଙ୍କା l ଭିସି ଯୋଗେ ମୁଖ୍ୟମନ୍ତ୍ରୀ ଶୁଭାରମ୍ବ କରିଥିବା ବଳେ ଏହାର ସିଧାପ୍ରସାସରଣ 8 ଟି ବ୍ଲକରେ ହେଇଥିଲା l

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ, ଉଚ୍ଚ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ,ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ନୟାଗଡରେ ଜୟେନ୍ଦ୍ର ବେହେରା , ଇଟିଭି ଭାରତ

Last Updated : Dec 14, 2021, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.