ଦାଖଲ ହୋଇପାରିନି କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ, ସହାୟତା ରାଶିରୁ ବଞ୍ଚିତ ଭାପୁର ବ୍ଲକ

author img

By

Published : Sep 8, 2022, 6:57 PM IST

ଦାଖଲ ହୋଇନି କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ, ସହାୟତା ରାଶିରୁ ବଞ୍ଚିତ ଭାପୁର ବ୍ଲକ

ପ୍ରଳୟଙ୍କାରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଭାପୁର ବ୍ଲକକୁ ମିଳିନି ସହାୟତା ରାଶି । କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ହୋଇନଥିବାରୁ ସହାୟତାରୁ ବଞ୍ଚିତ ନୟାଗଡ଼ ଜିଲ୍ଲାର ଏହି ବ୍ଲକ । ଅଧିକ ପଢନ୍ତୁ

ନୟାଗଡ଼: ପ୍ରଳୟଙ୍କାରୀ ବନ୍ୟାରେ ନୟାଗଡ଼ ଜିଲ୍ଲାର ବିଶେଷ ଭାବରେ ଖଣ୍ଡପଡ଼ା, ଭାପୁର ଏବଂ ଗଣିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀମାନେ ସରକାରୀ ସହାୟତାକୁ ଅପେକ୍ଷା କରିଥିବାବ ବେଳେ ଘୋଷିତ ୩୧୫ କୋଟିରୁ ଅଧା ଅର୍ଥ ସହାୟତା ପ୍ରଦାନ କରାଯାଇଛି । ହେଲେ ଏଥିରୁ ବାଦ ପଡିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ । ଏହି ବ୍ଲକର କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଶାସନକୁ ପ୍ରଦାନ କରାଯାଇନଥିବାରୁ ସୃଷ୍ଟି ହୋଇଛି ଏହି ସମସ୍ୟା ।

ଦାଖଲ ହୋଇନି କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ, ସହାୟତା ରାଶିରୁ ବଞ୍ଚିତ ଭାପୁର ବ୍ଲକ

ବହୁ ଦିନ ଧରି ବନ୍ୟା ପାଣି ଜମି ରହିବାରୁ ଧାନ ଫସଲ ନଷ୍ଟ ଠାରୁ ଆରମ୍ଭ କରି ଚାଳ, ଆଜବେଷ୍ଟ, ଟାଇଲ ଏବଂ ଗୁହାଳ ଘର ଆଦି ଭାଙ୍ଗିଯାଇଛି । ଫଳରେ ଅନେକ ଲୋକ ଏବେ ବେସାହାରା ହୋଇପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ଗତକାଲି ରାଜ୍ୟ ସରକାର ପକ୍ଷରୁ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଜାରି କରାଯାଇଛି । ବନ୍ୟା ପାଇଁ ୩୧୫ କୋଟି ସହାୟତା ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- ନୟାଗଡ଼ବାସୀଙ୍କ ସେବା ପାଇଁ ପ୍ରସ୍ତୁତ ଅଛି କହିଲେ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଲଢ଼ିବେ କି ୨୦୨୪ ନିର୍ବାଚନ

ଘର ନିର୍ମାଣ ସହାୟତା, ବାସନକୁସନ, କୃଷିଭିତ୍ତିକ, ମୃତ ଗୋରୁଗାଈ, କ୍ଷତିଗ୍ରସ୍ତ ଡ଼ଙ୍ଗା ଓ ଜାଲ ମସ୍ୟପୋଖରୀ, ହସ୍ତତନ୍ତ୍ର ବୁଣାକର, ହସ୍ତଶୀଳ୍ପ କାରିଗର ପାଇଁ ଘୋଷିତ ୩୧୫ କୋଟିରୁ ଅଧା ଅର୍ଥ ସହାୟତା ପ୍ରଦାନ କରାଯାଇଛି । ହେଲେ ଏଥିରୁ ବାଦ ପଡିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ । ଭାପୁର ବ୍ଲକରୁ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ମିଳିପାରିନି ସହାୟତା ରାଶି । ଭାପୁର ବ୍ଲକର କେତେ ଚାଷ ଜମି ଜଳମଗ୍ନ ହୋଇଥିଲା ଓ କେତେ ପରିମାଣର କ୍ଷତି ସହିଛନ୍ତି ସେ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇନାହିଁ ।

ତେବେ ପୂର୍ଣ୍ଣାଙ୍ଗ ରିପୋର୍ଟ ପାଇଁ ଚାଷ ଜମିଗୁଡ଼ିକର କ୍ଷୟକ୍ଷତିର ଆକଳନ କରାଯାଉଥିବାରୁ ବିଳମ୍ବ ହେଉଛି । କୃଷି ବିଭାଗ, ଉଦ୍ୟାନ ବିଭାଗ, ଓ ରାଜସ୍ବ ବିଭାଗର ମିଳିତ ସମନ୍ନୟ ନିର୍ଦ୍ଧାରିତ ହେଉଥିବାରୁ ବିଳମ୍ବ ହେଉଛି । ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତ ଅଧୀନ ମଣିପୁର ଓ ଫତେଗଡ଼ ଗ୍ରାମ, କରବର ପଞ୍ଚାୟତର ସମସ୍ତ ଗାଁ, ପଥରଚକଡା ପଞ୍ଚାୟତର ସମସ୍ତ ଗାଁ, ଶାସନ ଏବଂ ପଦ୍ମାବତୀ, ଧାନଚାଙ୍ଗଡ଼ା ପଞ୍ଚାୟତର ଭୋଗଡ଼ା ଓ ଲକ୍ଷ୍ମୀପ୍ରସାଦ, କେନ୍ଦୁପଲ୍ଲୀ ପଞ୍ଚାୟତର ହନୁମନ୍ତପ୍ରସାଦ ଆଦି ଗାଁର ଶତକଡ଼ା ୩୩ ଭାଗରୁ ଊର୍ଦ୍ଧ୍ବ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

ତେଣୁ ଖୁବଶୀଘ୍ର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବାକୁ ଦାବି ହୋଇଛି । ଅନ୍ୟପକ୍ଷରେ କିଏ ଗ୍ରାମର କୋଠଘରେ ଆଶ୍ରୟ ନେଇଛି ତ କିଏ ପଡୋଶୀ ଘରେ ମୁଣ୍ଡ ଗୁଞ୍ଜିଛି । ପ୍ରଶାସନ ପକ୍ଷରୁ ମିଳୁଥିବା ରିଲିଫ ଆଉ ଦିଆଯାଉନାହିଁ । ଏହା ସହିତ ହେକ୍ଟର ହେକ୍ଟର ଚାଷ ଜମି ମଧ୍ୟ ପାଣିରେ ବୁଡ଼ି ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ପ୍ରଶାସନକୁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସହାୟତା ମିଳିପାରିନଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଶାସନ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.