ETV Bharat / state

ଓସାଖାଇଖୋଲରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Jun 22, 2022, 1:13 PM IST

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଓସାଖାଇଖୋଲ ନିକଟରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

AN UNKNOWN DEAD BODY FOUND IN NAYAGARH
ଅଜଣା ମୃତ ଦେହ ଉଦ୍ଧାର କଲା ଚାନ୍ଦପୁର ପୋଲିସ

ନୟାଗଡ଼: ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଓସାଖାଇଖୋଲ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି l ଖବର ପାଇ ଚାନ୍ଦପୁର ପୋଲିସ ଏହି ଗଳିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ତେବେ ମୃତକଙ୍କର ପରିଚୟ ମିଳିନଥିବା ବେଳେ ଚାନ୍ଦପୁର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି l ପୋଲିସ ମୃତକଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.