ETV Bharat / state

ମୁହାଁମୁହିଁ ବାଇକ ଧକ୍କା, ଜଣେ ମୃତ

author img

By

Published : Feb 8, 2021, 6:23 AM IST

ନବରଙ୍ଗପୁର ଚନ୍ଦାହାଣ୍ଡି ଚଚରାଘାଟି ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହି ଧକ୍କା । ଜଣେ ମୃତ । ଅଧିକ ପଢନ୍ତୁ...

ମୁହାଁମୁହିଁ ବାଇକ ଧକ୍କା, ଜଣେ ମୃତ
ମୁହାଁମୁହିଁ ବାଇକ ଧକ୍କା, ଜଣେ ମୃତ

ନବରଙ୍ଗପୁର: ଜିଲ୍ଲାର ଝରିଗାଁ -ଚନ୍ଦାହାଣ୍ଡି ଚଚରାଘାଟି ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମୁହାଁମୁହିଁ ବାଇକ ଧକ୍କା, ଜଣେ ମୃତ

ସୂଚନାଯୋଗ୍ୟ, ଝରିଗାଁ ଥାନା ଅଧିନସ୍ଥ କାଣ୍ଡସର ଗ୍ରାମର ସାଧୁରାମ ଗୌଡ ଓ ସୋମବାରୁ ଗୌଡ ନିଜ ବାଇକ ଯୋଗେ ଛତିଶଗଡ କଛାରପରାରୁ ନିଜ ଗ୍ରାମ କାଣ୍ଡସରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ବୋକଡାମୁଣ୍ଡି ଗ୍ରାମର ଦୁଇ ଭାଇ ରମେଶ ଗୌଡ ଓ କ୍ଷେମା ଗୌଡ ଘର ସଉଦା ପାଇଁ ଦେଓବନ୍ଧ ଆସୁଥିବାବେଳେ ଚଚରାଘାଟି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଚାଳକ କ୍ଷେମା ଗୌଡଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ରମେଶ ଓ ସାଧୁରାମ ଗୁରୁତର ଆହତ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.