ETV Bharat / state

ଯୌତୁକ ପାଇଁ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

author img

By

Published : Aug 21, 2019, 7:47 AM IST

କିଛି ଦିନର ବ୍ୟବଧାନ ପରେ ପୁଣି ଜଣେ ନବବଧୂକୁ ଯୌତୁକ ନିର୍ଯ୍ୟାତନାରେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ମୃତ ମହିଳାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଯୌତୁକ ନିର୍ଯ୍ୟାତନାରେ ନବବଧୂକୁ ହତ୍ୟା । ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ବିବାହ ସମୟରେ ଯୌତୁକ ବାବଦକୁ ଯଥେଷ୍ଟ ଟଙ୍କା ଦେଇନଥିବାକୁ ଜୀବନରୁ ମାରିଦେଇଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଘଟଣା ଅନୁସାରେ, ମୈଦାଲପୁର ଥାନା ଅନ୍ତର୍ଗତ କାକୁଡି ଆମ୍ବ ଗାଁର ଧର୍ମାନନ୍ଦ ନାୟକ ଗତ ମେ'1ରେ କଳାହାଣ୍ଡିର ଚିଚିଆ ଗାଁର ରଶ୍ମି ସତନାମୀଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ପୁଅ ଘର ଦାବି ଅନୁସାରେ ସମସ୍ତ ଯୌତୁକ ପ୍ରଦାନ କରାଯିବା ସହ ଗାଡି ବାବଦକୁ 40 ହଜାର ଟଙ୍କା ଦେଇଥିଲେ । ତେବେ ଗାଡି ବାବଦକୁ ଟଙ୍କା ଯଥେଷ୍ଟ ନଥିବା କହିବାରୁ ଆହୁରି 30 ହଜାର ଟଙ୍କା ପରିବାର ପକ୍ଷରୁ ଦିଆଯାଇଥିଲା । ଏହା ପରେ ପୁଣି ଯୌତୁକ ଟଙ୍କା ଓ ସୁନା କମ ଆଣିଥିବା କହି ଆଉ ଅଧିକା ଟଙ୍କା ଆଣିବାକୁ କହୁଥିବାବେଳେ ନିର୍ଯ୍ୟାତନା ଦେବାକୁ ଆରମ୍ଭ କରିଥିଲେ ଶାଶୁଘର ଲୋକେ ।

ତେବେ ଗତ ଅଗଷ୍ଟ 5ରେ ନବବଧୂକୁ ମାଡ ମାରି ଯାଇଥିବାବେଳେ ଗତକାଲି ରଶ୍ମିଙ୍କ ଦେହ ଅସୁସ୍ଥ ଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ପରିବାରଲୋକେ ପହଞ୍ଚିବା ପୂର୍ବରୁ ଝିଅକୁ ନବରଙ୍ଗପୁର ହସ୍ପିଟାଲର ଶବ ଗୃହରେ ଭର୍ତ୍ତି କରାଯାଇଥିଲା। ସେପଟେ ଘଟଣାକୁ ନେଇ ଶାଶୁ ଘରଲୋକେ ଆତ୍ମହତ୍ୟା କହୁଥିବା ବେଳେ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି ।

ଏକ ତକିଆ ସାହାଯ୍ୟରେ ଝିଅର ମୁହଁକୁ ଚାପି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ଶ୍ରଦ୍ଧାନନ୍ଦ ସତନାମୀ । ଝିଅର ସ୍ବାମୀ ଧର୍ମାନନ୍ଦ ନାୟକଙ୍କ ସହ ତାଙ୍କ ଶାଶୁ, ଶ୍ବଶୂର , ଦେଢଶୂର ଓ ମାମୁଁଙ୍କ ନାଁରେ ଏତଲା ଦିଆଯାଇଛି । ତେବେ ଏତଲାକୁ ଆଧାରକୁ କରି ପୋଲିସ ମୃତ ମହିଳାଙ୍କ ସ୍ବାମୀ ଧର୍ମାନନ୍ଦ ନାୟକଙ୍କୁ ଗିରଫ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ନବବଧୁଙ୍କୁ ହତ୍ୟା ଅଭିଯୋଗ
ଫର୍ମାଟ - ଏଭିଓ, ୨୦/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲାରେ ଯୌତୁକ ନିର୍ଯ୍ୟାତନା ରେ ନବବଧୂକୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ଝିଅ ଙ୍କ ପରିବାର ଲୋକେ । ଘଟଣା ଅନୁସାରେ ମୈଦଲପୁର ଥାନା ଅନ୍ତର୍ଗତ କାକୁଡି ଆମ୍ବ ଗ୍ରାମର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖ ଦିନ କଳାହାଣ୍ଡିର ଚିଚିଆ ଗାଁର ରଶ୍ମି ସତନାମୀଙ୍କୁ ବିବାହ କରିଥିଲେ । ପୁଅ ଘର ର ଦାବି ଅନୁସାରେ ବିବାହ ପୂର୍ବରୁ ସମସ୍ତ ଯୌତୁକ ପ୍ରଦାନ କରାଯିବା ସହିତ ଗାଡି ବାବଦ କୁ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଗାଡି ବାବଦ କୁ ଟଙ୍କା ଯଥେଷ୍ଟ ନ ଥିବା ପୁଅ ଘର କହିବା ପରେ ଆଉ ତିରିଶ ହଜାର ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ବିବାହରେ ଦେଇଥିବା ଯୌତୁକ ଯଥେଷ୍ଟ ନ ଥିବା ଏବଂ ସୁନା କମ ଥିବା ଆଉ ଅଧିକା ଟଙ୍କା ଦେବାପାଇଁ ଦାବି କରିଥିଲେ । ଯାହାଫଳରେ ପୁଅ ର ପରିବାର ତରଫରୁ ଅଧିକା ସୁନା ଆଣିବା ପାଇଁ ନିର୍ଯ୍ୟାତନା ଦେଇଥିଲେ ଏବଂ ଗତ ଅଗଷ୍ଟ ୫ ତାରିଖ ଦିନ ନବବଧୁଙ୍କୁ ମାଡ଼ ମାରିଥିଲେ । ତେବେ ଆଜି ନବବଧୁଙ୍କ ଶରୀର ଅସୁସ୍ଥ ଥିବା ନେଇ କଳାହାଣ୍ଡି ଜିଲ୍ଲା ଚିଚିଆ ଗ୍ରାମର ପରିବାର ଲୋକଙ୍କ ନିକଟକୁ ଖବର ଦିଆଯାଇଥିଲା । ତେବେ ପରିବାର ଲୋକେ ପହଞ୍ଚିବା ପୂର୍ବରୁ ଶବ କୁ ନବରଙ୍ଗପୁର ମେଡିକାଲକୁ ନିଆଯାଇ ଶବ ଗୃହ ଭିତରେ ରଖାଯାଇଥିଲା । ଏବଂ ଝିଅ ର ପରିବାର ଲୋକଙ୍କୁ ତାଙ୍କ ଝିଅ ଫେନ ରେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ଝିଅ ର ପରିବାର ତରଫରୁ ଏହା ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ଏବଂ ତାଙ୍କ ଝିଅ କୁ ଏକ ତକିଆ ସାହାଯ୍ୟରେ ମୁହଁ କୁ ଚାପି ଦେବା ଫଳରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ଶ୍ରଦ୍ଧାନନ୍ଦ ସତନାମୀ । ଏତେଲାରେ ଝିଅ ର ସ୍ୱାମୀ ଧର୍ମାନନ୍ଦ ନାୟକ ଙ୍କ ସହ ତାଙ୍କ ବାପା, ମା ଭାଇ ଓ ମାମୁଁ ଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଏତଲା କୁ ଆଧାର କରି ସ୍ୱାମୀ ଧର୍ମାନନ୍ଦ ନାୟକ ଙ୍କୁ ପୋଲିସ ଗିରଫ କରିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.