ETV Bharat / state

ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ପ୍ରଦୀପ ମାଝୀଙ୍କ ସମାଲୋଚନା, ବର୍ଷିଲା ବିଜେପି

author img

By

Published : Apr 4, 2023, 9:51 AM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ବିଜେଡି ନେତା ପ୍ରଦୀପ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଛି ନବରଙ୍ଗପୁର ଜିଲ୍ଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝୀଙ୍କୁ ନିନ୍ଦା କରିଛନ୍ତି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଅଧିକ ପଢନ୍ତୁ

nabarangpur bjp targets pradip majhi
bjp targets pradip majhi

bjp targets pradip majhi

ନବରଙ୍ଗପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ସମାଲୋଚନା କରିଥିଲେ । ଉତ୍କଳ ଦିବସରେ ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଥିଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଏହାକୁ ନେଇ ବର୍ଷିଛି ବିଜେପି । ପ୍ରେସମିଟ କରି ପ୍ରଦୀପ ମାଝୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି ନବରଙ୍ଗପୁର ବିଜେପି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ପ୍ରଦୀପ ମାଝୀ ଦେଇଥିବା ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ କରି ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବ୍ୟସ୍ତ ବହୁଳ ସମୟ ବାହାର କରି ଉତ୍କଳଦିବସରେ କୋଟିଆ ଭଳି ଉପାନ୍ତ ଅଞ୍ଚଳ ଗସ୍ତ କରି ସେଠାରେ କୋଟିଆକୁ ଓଡିଶାର ଅବିଚ୍ଛେଦ ଅଙ୍ଗ ବୋଲି ବାର୍ତ୍ତା ଦେବା ସହ ବିବାଦର କୋଟିଆ ବିବାଦର ସମାଧାନ ନେଇ ଆଶ୍ବସନା ଦେଇଛନ୍ତି । ଓଡିଶାର ସ୍ବାର୍ଥ ପାଇଁ ସମସ୍ତେ ବିବାଦ ଭୁଲି ମିଳିତ ଭାବେ କାମ କରିବାକୁ ଆହ୍ବାନ ଦେଇଥିବା ବେଳେ କିନ୍ତୁ ବିଜେଡି ନେତା ପ୍ରଦୀପ ମାଝୀ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି । ପ୍ରଦୀପ ମାଝୀ ଜଣେ ସ୍ବାର୍ଥବାଦୀ ନେତା । ବିଗତ ଦିନରେ ଲୋକଙ୍କ ସ୍ବାର୍ଥ ଆଢୁଆଳରେ ରହି ନିଜ ରାଜନୈତିକ ସ୍ବାର୍ଥ ହାସଲ କରିବା ପାଇଁ କାମ କରୁଛନ୍ତି ।''

ଏହା ବି ପଢନ୍ତୁ...Kotia Dispute: ଦଳ ମତ ନିର୍ବିଶେଷରେ ସବୁ ଦଳ ସୀମା ସୁରକ୍ଷା ପାଇଁ ଲଢିବା ଜରୁରୀ

ସେ ଆହୁରି କହିଛନ୍ତି, ବିଗତ ଦିନରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କାଠଗଡାକୁ ଟାଣୁଥିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଉଥିଲେ ପ୍ରଦୀପ । ବେଳେ ବର୍ତ୍ତମାନ ନିଜ ରାଜନୈତିକ ମହତକାଂକ୍ଷା ପୂରଣ ପାଇଁ ନିଜ ଆଦର୍ଶକୁ ସାଲିସ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାର କଲେଜକୁ କାହିଁକି ସରକାରୀ କଲେଜର ମାନ୍ୟତା ଦେଇପାରିନାହାନ୍ତି । ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେଇ ଅଗ୍ରାଧିକାର ଭିତ୍ତିରେ ଅନୁଦାନ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ପାରିନଥିବାରୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଜିଲ୍ଲାରେ ଇଥାନଲ ପ୍ରକଳ୍ପ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁଦାନ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାମ ଆଗେଇ ପାରୁନାହିଁ ।'' ବିଜେଡି ଶାସନ ଅମଳରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସମସ୍ତ କ୍ଷେତ୍ରରେ ପଛରେ ପଡିଯାଇଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

ପ୍ରକାଶଥାଉ କି, ଏପ୍ରିଲ 1 ଉତ୍କଳ ଦିବସ କୋଟିଆବାସୀଙ୍କ ସହ ପାଳନ କରିବା ପାଇଁ କୋଟିଆ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଷଡଯନ୍ତ୍ରର ଅଶଂବିଶେଷ ସମ୍ପୂର୍ଣ୍ଣ ରାଜନୈତିକ ତାଙ୍କ ଗସ୍ତରେ କୌଣସି ଆନ୍ତରିକତା ନଥିଲା ବୋଲି ଅଭିଯୋଗ କରିଥିଲେ ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.