ନବରଙ୍ଗପୁରରେ ଅନ୍ତଃରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

author img

By

Published : Oct 11, 2021, 7:01 PM IST

ନବରଙ୍ଗପୁରରେ ଅନ୍ତଃ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

ଶିଶୁ କନ୍ୟାର ସୁରକ୍ଷା ଓ ଉନ୍ନତି ଦିଗରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପାଳିତ ହୋଇଛି ଅନ୍ତଃରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ । ଅଧିକ ପଢନ୍ତୁ...

ନବରଙ୍ଗପୁର: ଅନ୍ତଃରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ଜିଲ୍ଲାରେ ପାଳିତ ହୋଇଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି(ସୋମବାର) ନବରଙ୍ଗପୁର ବ୍ଲକ କାର୍ଯ୍ୟ।ଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶର ପାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଏହି ଦିବସର ଉଦେଶ୍ୟ ବିଷୟରେ ଲୋକମାନଙ୍କୁ ସୂଚନା ଦେବାସହ ପ୍ରତ୍ୟେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ୍ୟ ।

ନବରଙ୍ଗପୁରରେ ଅନ୍ତଃ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ
ନବରଙ୍ଗପୁରରେ ଅନ୍ତଃ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

ସେ କହିଛନ୍ତି କି କୋରୋନା ଭଳି ମହାମାରୀ ସାମୟରେ ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ଵ ଆମେ ସମସ୍ତେ ଉପଲବ୍ଧ କରିଛେ । ଚଳିତ ବର୍ଷ ଶିଶୁ କନ୍ୟା ଦିବସର ବାର୍ତ୍ତା ରହିଛି “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “। ତା ସହିତ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ କହିଛନ୍ତି ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି । ଖୁସିର କଥା ଆମ ଜିଲ୍ଲାରେ ପୁରୁଷ ମାନଙ୍କ ଅନୁପାତରେରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ସମାଜରେ ରକ୍ଷଣଶୀଳ ମନୋଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦୃଷ୍ଟି କୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି ।

ଏବେ ସମୟରେ ପରିବର୍ତ୍ତନ ଆସିଛି, ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । ପରେ ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା, ଲିଙ୍ଗଗତ ହିଂସା ଉପରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ନେଇ ସେ ସୂଚନା ଦେଇଛନ୍ତି ।

ସେପଟେ ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକୀର ଚରଣ ରାଉତ “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “ ଉପରେ ଆଲୋଚନା କରି ଆଜିର ଦିନରେ ଯୁବକ ଯୁବତୀଙ୍କ ପାଇଁ ସ୍ମାର୍ଟଫୋନ, ଫେସବୁକ ଇତ୍ୟାଦି ସୋସିଆଲ ମିଡିଆ ପ୍ରୟୋଗ ଗୁଡିକରେ ନୂତନ ଶିକ୍ଷା ଓ ଯୋଗାଯୋଗ ପାଇଁ ସୁଯୋଗ ସୃଷ୍ଟି କରିଥିବାର ବିଭିନ୍ନ ଦିଗ ଓ ଅନଲାଇନ ସୁରକ୍ଷା ଉପରେ ଆଲୋଚନା କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧରେ ବିଡିଓ ସୁକାନ୍ତ ପଟ୍ଟନାୟକ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସରୋଜିନୀ ରଥ , ଏସେ ଗୀତା, ବିନୋଦିନୀ ପଟ୍ଟନାୟକ, ସୁପରଭାଇଜର ସସ୍ମିତା ମହାନ୍ତିଙ୍କ ସମେତ ପ୍ରମୁଖ ବକ୍ତା ମାନେ ସମାଜରେ ମହିଳାଙ୍କର ସମସ୍ୟା ବିଶେଷ କରି କିଶୋରୀ ବାଳିକାମାନେ ସେମାନଙ୍କ ଜୀବନରେ ଯେଉଁ ଭଳି ଭାବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା, ସମସ୍ତ ଶିଶୁ କନ୍ୟାମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.