ETV Bharat / state

ନବରଙ୍ଗପୁର ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Nov 4, 2022, 7:42 AM IST

ଓଡିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ସୀମାନ୍ତ ବୋରେଇ ନିକଟରେ ଛତିଶଗଡ଼ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

ନବରଙ୍ଗପୁର ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ନବରଙ୍ଗପୁର ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ । ଓଡିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ସୀମାନ୍ତ ବୋରେଇ ନିକଟରେ ଛତିଶଗଡ଼ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ପାଖାପାଖି ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତିଶଗଡ ପୋଲିସ ।

ସୂଚନା ଅନୁଯାୟୀ, ସୀମାନ୍ତ ବୋରେଇ ଥାନା ଅଧିକାରୀ ଯୁଗଳକିଶୋର ନାଗଙ୍କ ନେତୃତ୍ବରେ ଏକ ଟିମ ଥାନା ନିକଟରେ ଯାଞ୍ଚ କରିବା ସମୟରେ ଏକ ହୋଣ୍ଡା କାର ଗାଡ଼ି ନମ୍ବର UP ୬୬N ୬୪୭୪କୁ ଅଟକାଇ ଥିଲେ l ଯାଞ୍ଚ ସମୟରେ ଉକ୍ତ କାର୍‌ର ପଛ ସିଟ ତଳେ ୧୧ ଗୋଟି ଗଞ୍ଜେଇ ପ୍ୟାକେଟ ମିଳିଥିଲା । ଫଳରେ ଉକ୍ତ କାର ସହିତ ସମସ୍ତ ଗଞ୍ଜେଇ ଏବଂ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ରାମପ୍ରକାଶ ମିଶ୍ର, ପବନ କୁମାର ଦ୍ୱିବେଦୀ ଓ କଲୁ ମୁସଲମାନ । କାର ଏବଂ ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ୍‌, ୧୦ ଆହତ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାର ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ପରେ ସେମାନେ ଓଡ଼ିଶାର ଜୟପୁର ଅଞ୍ଚଳରୁ ଗଞ୍ଜେଇ ନେଇ ରାଇଘର ଓ କୁନ୍ଦେଇ ଦେଇ ଉତ୍ତରପ୍ରଦେଶ ରାଜ୍ୟ ଚିତ୍ରକୋଟ ଅଞ୍ଚଳକୁ ଯାଉଥିଲେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଛତିଶଗଡ଼ ପୋଲିସର ସକ୍ରିୟତା ଯୋଗୁଁ ଓଡ଼ିଶା ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହୋଇ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ୁଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.