ଭାଲୁ ପାଇଁ ଭୟଭୀତ ଲୋକେ, ଯାତାୟାତ ବାଧାପ୍ରାପ୍ତ

author img

By

Published : Oct 18, 2021, 5:09 PM IST

ପୁଣି ଭାଲୁ ଆତଙ୍କ: ଯାତାୟତରେ ବାଧା ସାଜିଛି ଭାଲୁ ଭୟ

ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ମୁଖ୍ୟ ରାସ୍ତାର ମଧ୍ୟସ୍ଥଳରେ ପୁଣି ଭାଲୁ ଦେଖିବାକୁ ମିଳିଛି l ଭାଲୁ ଭୟ ଯୋଗୁଁ ଯାତାୟତରେ ସମସ୍ୟା ଦେଖାଦେଇଛି l ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାର ଉମରକୋଟ-ରାଇଘର ମୁଖ୍ୟ ରାସ୍ତାର ମଧ୍ୟସ୍ଥଳରେ ପୁଣି ଭାଲୁ ଦେଖିବାକୁ ମିଳିଛି l ଗତ କିଛି ମାସ ତଳେ ଏହି ଦୁଇ ଭାଲୁ ସାମ୍ନାକୁ ଆସିବା ସହ ଫୁଟବଲ ଖେଳୁଥିବା ନେଇ ସାମ୍ନାକୁ ଆସିଥିଲେ l ଦୀର୍ଘ ଦିନ ଧରି ଏହି ଦୁଇ ଭାଲୁ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଥିବା ବେଳେ ମଝି ମଝିରେ ମୁଖ୍ୟ ରାସ୍ତା ଉପରେ ଚାଲି ଆସୁଛନ୍ତି l ସେହିଭଳି ମକା ଧାନ ବିଲ ମଧ୍ୟରେ ପଶି ରହିଥିବା ଦେଖିବାକୁ ମିଳୁଛି l ଭାଲୁ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ସହ ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l

ପୁଣି ଭାଲୁ ଆତଙ୍କ: ଯାତାୟତରେ ବାଧା ସାଜିଛି ଭାଲୁ ଭୟ

ରାଇଘର-ଉମରକୋଟ ମୁଖ୍ୟ ରାସ୍ତାର ବେହେଡା ତାରିଣୀ ମନ୍ଦିର ଠାରୁ ଅଳ୍ପ କିଛି ଦୂରରେ ରହିଥିବା ଜଙ୍ଗଲ ମଧ୍ୟରେ ଦୁଇଗୋଟି ଭାଲୁ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛି l ବାରମ୍ବାର ରାସ୍ତା ଉପରେ କିମ୍ବା ସ୍ଥାନୀୟ ଅଞ୍ଚଳରେ ଥିବା ମକା ଓ ଧାନ ବିଲ ଭିତରେ ଲୁଚି ରହୁଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି l ବନ ବିଭାଗ ଉକ୍ତ ଘଟଣା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି l ଅପରପକ୍ଷରେ ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ଅଞ୍ଚଳରେ ହାତୀପୋଲ ଆତଙ୍କ ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଥିବା ବେଳେ ସୀମାନ୍ତ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ l ବର୍ତ୍ତମାନ ଉମରକୋଟ-ରାଇଘର ମୁଖ୍ୟ ରାସ୍ତାରେ ପ୍ରତ୍ୟକ ସମୟରେ ଲୋକଙ୍କ ଯାତାୟତ ରହିଥିବା ବେଳେ ଭାଲୁ ଯୋଗୁଁ ଯାତାୟତରେ ସମସ୍ୟା ଦେଖାଦେଇଛି l ଲୋକେ ଭୟଭୀତ ଅବସ୍ଥାରେ ଯାତାୟତ କରୁଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.