ETV Bharat / state

ନବରଙ୍ଗପୁରରୁ 8 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 2 ଅଟକ

author img

By

Published : Jun 7, 2022, 4:46 PM IST

ଉତ୍ତରପ୍ରଦେଶକୁ ପିକଅପ ଭ୍ୟାନରେ ଗଞ୍ଜେଇ ଚୋରାଚାଲାଣବେଳେ ନବରଙ୍ଗପୁର ପୋଲିସ ଜବତ କରିଥିଲା। ପିକଅପ ଭ୍ୟାନରୁ ୨୪ଟି ପ୍ୟାକେଟରେ ପ୍ରାୟ ୮ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ସହ 2ଜଣଙ୍କୁ ଅଟକ ରଖାଯାଇଛି । ଅଧିକ ପଢନ୍ତୁ

ନବରଙ୍ଗପୁରରେ 8କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ; 2ଅଟକ
cannabis seized during smuggling two arrested

ନବରଙ୍ଗପୁର: ଚୋରାଚାଲାଣବେଳେ ଗଞ୍ଜେଇ ଜବତ । ଉତ୍ତରପ୍ରଦେଶକୁ ପିକଅପ ଭ୍ୟାନରେ ଗଞ୍ଜେଇ ଚୋରାଚାଲାଣ ଧରିଲା ନବରଙ୍ଗପୁର ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ କଳାହାଣ୍ଡି ଦେଇ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନବରଙ୍ଗପୁର ପୋଲିସ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନକୁ ଡଙ୍ଗରଭେଜା ଫାଣ୍ଡି ସମ୍ମୁଖରେ ଜବତ କରିଥିଲା।

ନବରଙ୍ଗପୁରରେ 8କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ; 2ଅଟକ

ଜବତ ପିକଅପ ଭ୍ୟାନରୁ ୨୪ଟି ପ୍ୟାକେଟରେ ପ୍ରାୟ ୮ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ସହ 2ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ କଳାହାଣ୍ଡି ଜିଲ୍ଲା ଆମ୍ବ ପୋଡ଼ା ଗ୍ରାମର ଡମ୍ବରୁଧର ଶିରି ଓ ତେନ୍ତୁଳିଖୁଣ୍ଟି ବ୍ଲକ କାଦମାଲି ଗାଁର ରଘୁ ସାନ୍ତା, ବୋଲି ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.