ETV Bharat / state

ନବରଙ୍ଗପୁରରେ ବଳ ଦେଖାଥିଲା ବିଜେଡି, ଦଳରେ ସାମିଲ ହେଲେ ଶତାଧିକ କର୍ମୀ

author img

By ETV Bharat Odisha Team

Published : Sep 6, 2023, 7:52 PM IST

ନବରଙ୍ଗପୁରରେ ବିଜେଡିର ନଗର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହେଲେ ଅନେକ ନେତା । ଅଧିକ ପଢ଼ନ୍ତୁ

bjd executive meeting in nabarangpur
ନବରଙ୍ଗପୁରରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁରରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର: ଆଗାମୀ ନିର୍ବାଚନକୁ ନେଇ ଏବେଠୁ ସରଗରମ ହେଲାଣି ରାଜନୀତି । ଜନମତକୁ ନିଜ ସପକ୍ଷରେ ନେବକୁ ଶାସକ ଠାରୁ ବିରୋଧି ଦଳ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଆଗୁଆ ବଳ ଗୋଟାଉଛି ନବରଙ୍ଗପୁର ନଗର ବିଜେଡି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେଡି ପକ୍ଷରୁ ନବରଙ୍ଗପୁରରେ କାର୍ଯ୍ୟକାରିଣୀ ବୈଠକ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଓ କଂଗ୍ରେସ ଦଳ ଛାଡି ଅନେକ ନେତା ବିଜେଡିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବିଧାୟକଙ୍କୁ ଚେକ୍‌ ଦେବାକୁ ଅମରେନ୍ଦ୍ରଙ୍କ ପ୍ରସ୍ତୁତି ! ନାଉଗାଁରେ ଦେଖାଇଲେ ବଳ

ନବରଙ୍ଗପୁର ନଗର ବିଜେଡିର ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ନଗର ବିଜେଡି ସଭାପତି ପ୍ରମୋଦ ରଥଙ୍କ ସମେତ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ନଗର ବିଜେଡି କମିଟିର ଅନେକ ପଦ ପଦବୀ ପାଇଁ ସଦସ୍ୟଙ୍କୁ ଚୟନ କରାଯାଇଥିଲା । ଏଥିସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଳକୁ କିଭଳି ଅଧିକରୁ ଅଧିକ ସୁଦୃଢ କରିହେବ ସେଥିପାଇଁ ଆଲୋଚନା ହେବା ସହ ନେତାମାନେ ନିଜ ନିଜ ମତ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ନିର୍ବାଚନୀ ମାହୋଲ ବନାଇବାକୁ ପ୍ରୟାସ କରୁଛନ୍ତି ବିରୋଧୀ: ବିଜେଡି

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ ଚେଷ୍ଟା କରୁଛି ବିଜେଡି: ପୃଥ୍ବୀରାଜ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରାଯାଇଥିବା ବେଳେ ରାଜ୍ୟର ବିକାଶ ପାଇଁ ଅନେକ ଯୋଜନା କରାଯାଇଛି । ନବୀନଙ୍କ ବିକାଶ ମୂଳକ କାର୍ଯ୍ୟକୁ ନେଇ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ଓ ଲୋକଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନୁଷ୍ଠିତ ମିଶ୍ରଣ ପର୍ବରେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହେବା ସହ ଅନେକ ଅବସରପ୍ରାପ୍ତ କର୍ମଚାରୀ ବିଜେଡିରେ ଯୋଗଦାନ କରିଥିଲେ । ଗତ ମ୍ୟୁନିସିପାଲିଟି ନିର୍ବାଚନରେ ସର୍ବାଧିକ କାଉନସିଲର ପଦ ବିଜେଡି ହାତକୁ ଯାଇଥିଲା । ଆଉ ବିଜେପି ହାତକୁ ଅଧ୍ୟକ୍ଷ ପଦ ଯାଇଥିବାରୁ ପୁଣି କିଭଳି ନିଜ ପ୍ରତିଷ୍ଠାକୁ ନବରଙ୍ଗପୁର ନଗରରେ ଫେରି ପାଇବ ସେନେଇ ବିଜେଡି ପ୍ରୟାସ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.