ଦୁଇ ବର୍ଷ ପରେ ନବରଙ୍ଗପୁରରେ ଜମିବ ମଣ୍ଡେଇ ଉତ୍ସବ

author img

By

Published : Nov 19, 2022, 11:38 AM IST

ନବରଙ୍ଗପୁରରେ 2022 ମଣ୍ଡେଇ ଉତ୍ସବ ପାଇଁ ଭୂମୀପୂଜା

2022 ମଣ୍ଡେଇ ଉତ୍ସବ ପାଇଁ ଭୂମି ପୂଜା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ନବରଙ୍ଗପୁର: ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି 2022 ମଣ୍ଡେଇ ଉତ୍ସବ । ମଣ୍ଡେଇ ୨୦୨୨ ଡିସେମ୍ବର ୧୦ ତାରିଖ ରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୁକ୍ରବାର ମଣ୍ଡେଇ ପଡିଆ ଠାରେ ଭୂମି ପୂଜା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ପନ୍ନ କରାଯାଇଛି l ଏହି ଭୂମି ପୂଜନ ଉତ୍ସବରେ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ କମିଟିର ବ୍ୟକ୍ତି ଯୋଗ ଦେଇଥିଲେ ।

ନବରଙ୍ଗପୁରରେ 2022 ମଣ୍ଡେଇ ଉତ୍ସବ ପାଇଁ ଭୂମୀପୂଜା

ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି 2022 ମଣ୍ଡେଇ ଉତ୍ସବ । ଏହାକୁ ନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଗାଁ ଠାରୁ ସହର ସମସ୍ତେ ତତ୍ପର ହୋଇ ଉଠିଛନ୍ତି l କାରଣ ଜିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ । ମଣ୍ଡେଇ ୨୦୨୨ ଡିସେମ୍ବର ୧୦ ତାରିଖ ରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବ । ଏନେଇ ଶୁକ୍ରବାର ମଣ୍ଡେଇ ପଡିଆ ଠାରେ ଭୂମି ପୂଜା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ପନ୍ନ କରାଯାଇଛି ।

ମଣ୍ଡେଇ ଉତ୍ସବକୁ କମ ସମୟ ରହିଥିବା ବେଳେ ପଡିଆରେ ଷ୍ଟେଜ ଓ ଷ୍ଟଲ ପ୍ରସ୍ତୁତି କାମ ଆଗେଇବାର ଲକ୍ଷ୍ୟ ରଖାଯାଇଛି । ଅନୁଷ୍ଠାନିକ ଭାବେ ନଭେମ୍ବର ୨୯ ତାରିଖରେ ମା’ ଭଣ୍ଡାର ଘରଣୀଙ୍କ ପୀଠ ବେତାଳ ଗାଁରେ ମଣ୍ଡେଇ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମଣ୍ଡେଇ ଉଦଘାଟନ ଉତ୍ସବ ପରେ ସବୁ ବ୍ଲକ ସ୍ତରରେ ଜିଲ୍ଲାର ଏହି ପର୍ବକୁ ଅନୁଷ୍ଠାନିକ ଭାବେ ପାଳନ କରାଯିବ । ଜିଲ୍ଲା ସଦର ମହକୁମାଠାରେ ଡିସେମ୍ବର ୧୦ ତାରିଖରୁ ଆରମ୍ଭ କରିବାର କାର୍ଯ୍ୟକ୍ରମ ରଖିଛି ଜିଲ୍ଲା ପ୍ରଶାସନ । ଆଜିର ଭୂମି ପୂଜାରେ ଜିଲ୍ଲାପାଳ ନିଜେ କର୍ତ୍ତା ଭାବେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.