ଜଙ୍ଗଲ ଜମିରେ ନିଆଁ ଲଗାଇବା ଘଟଣା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବନ ସୁରକ୍ଷା କମିଟି

author img

By

Published : Aug 30, 2022, 10:47 AM IST

ଜଙ୍ଗଲ ଜମିରେ ନିଆଁ ଲଗାଇବା ଘଟଣା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବନ ସୁରକ୍ଷା କମିଟି

ବୁର୍ଜା ପଞ୍ଚାୟତରେ ଜମି ବିବାଦକୁ ମକା ଚାଷ ନଷ୍ଟ କରିବା ସହିତ ଘରେ ନିଆଁ ଲଗାଇଦେବା ଘଟଣା । ନବରଙ୍ଗପୁର ଜିଲ୍ଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ବନ ସୁରକ୍ଷା କମିଟି । ଅଧିକ ପଢନ୍ତୁ

ନବରଙ୍ଗପୁର: ଜଙ୍ଗଲ ଜମି ଅଧିକାର କରିଥିବାରୁ ଘର ପୋଡିବା ସହ, ଶହ ଶହ ଏକର ମକା ଚାଷ ନଷ୍ଟ କରିଦେଲେ ଗ୍ରାମବାସୀ । ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଘର ପୋଡିବା ସହ ୩୦ ଏକର ମକା ଚାଷ ନଷ୍ଟ କରି କରିଦେଇଛନ୍ତି ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ । ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ବନ ସୁରକ୍ଷା କମିଟି କରାଯାଇଛି ।

ଜଙ୍ଗଲ ଜମିରେ ନିଆଁ ଲଗାଇବା ଘଟଣା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବନ ସୁରକ୍ଷା କମିଟି

ସୋମବାର ଉମରକୋଟ ବ୍ଲକ ଅନ୍ତର୍ଗତ ଭିଏସଏସ, ତଥା ଏଫଆରସି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶହ ଶହ ମହିଳା ଓ ପୁରୁଷ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକ ନିକଟରୁ ଏକ ରାଲିରେ ବାହାରିଥିଲେ । ଏହାପରେ ସହର ପରିକ୍ରମା କରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜମି ବିବାଦ, ଘରେ ନିଆଁ ଲଗାଇ ଜମି ଜାଳିଦେଲେ ପ୍ରତିପକ୍ଷ ଗୋଷ୍ଠୀ

ଏନେଇ ବନ ସୁରକ୍ଷା କମିଟି ସଦସ୍ୟ କହିଛନ୍ତି ଯେ, ''ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଇନର ଖିଲାପ କରି ତିନୋଟି ଗ୍ରାମବାସୀ ଜଙ୍ଗଲ ନଷ୍ଟ କରି ସେଠାରେ ମକା ଚାଷ କରିଥିଲେ । ଯାହାକୁ ନେଇ ଆମେ ଉତକ୍ଷିପ୍ତ ହୋଇ କେବଳ ବେଆଇନ ଭାବେ ଲଗାଯାଇଥିବା ମକା ଫସଲ ନଷ୍ଟ କରିଥିବା ଆମେ ସ୍ବୀକାର କରୁଛୁ । କିନ୍ତୁ କାହାର ଘରେ କିମ୍ବା ଅସ୍ଥାୟୀ କୁଡ଼ିଆରେ ଆମେ ନିଆଁ ଲଗାଇନାହୁଁ । ଗ୍ରାମବାସୀ ମାନେ ଅନ୍ୟ ଲୋକଙ୍କ ପ୍ରରୋଚନାରେ ନିଜେ ନିଜେ କୁଡ଼ିଆରେ ଓ ଫସଲରେ ନିଆଁ ଲଗାଇ ତିନୋଟି ଗ୍ରାମବାସୀଙ୍କ ଉପରେ ଦୋଷ ଲଦି ଦେଉଥିବା କମିଟି ସଦସ୍ୟ ଅଭିଯୋଗ କରିଛନ୍ତି ।''

ତେବେ କିଛି ବ୍ୟକ୍ତି ବିଶେଷଙ୍କ ସହାୟତାରେ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ମକା ଫସଲ ନଷ୍ଟ କରିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ନିଜ ଦୋଷ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଘଟଣାରେ ଗ୍ରାମବାସୀଙ୍କୁ ଆଇନକୁ ଭାଙ୍ଗି ଜଙ୍ଗଲ ନଷ୍ଟ କରିବାକୁ ପ୍ରତ୍ସାହିତ କରୁଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି କମିଟି। ନଚେତ ସେମାନେ ଆଉ ଜଙ୍ଗଲ ସୁରକ୍ଷା କରିବେ ନାହିଁ ବୋଲି କହିଛନ୍ତି । ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଦାବି ଗୁଡିକୁ ପୁରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.