ETV Bharat / state

ନବରଙ୍ଗପୁରରୁ 388 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Apr 28, 2021, 8:02 PM IST

ବୁଧବାର ନବରଙ୍ଗପୁର ଜିଲ୍ଲାରୁ 388 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9243ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ 388  ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ 388 ନୂଆ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବେକାବୁ ହେଉଛି କୋରୋନା । ବୁଧବାର ଜିଲ୍ଲାରୁ 388 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9243ରେ ପହଞ୍ଚିଛି ।

ନବରଙ୍ଗପୁରରୁ 388  ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ 388 ନୂଆ ଆକ୍ରାନ୍ତ ଚିହ୍ନଟ

ବୁଧବାର ଚିହ୍ନଟ 388 ଜଣ ସଂକ୍ରମିତଙ୍କ ମଧ୍ୟରେ ରାଇଘର ବ୍ଲକରୁ 88 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 87 ଜଣ, ଝରିଗାଁ ବ୍ଲକରୁ 78 ଜଣ, ପାପଡାହାଣ୍ଡି ବ୍ଲକରୁ 43 ଜଣ, ଉମରକୋଟ ବ୍ଲକରୁ 28 ଜଣ, ଉମରକୋଟ ପୌରାଞ୍ଚଳରୁ 26 ଜଣ, କୋଷଗୁମୁଡା ବ୍ଲକରୁ 12 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 9 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 8 ଜଣ, ଡାବୁଗାଁ ବ୍ଲକରୁ 6 ଜଣ, ନବରଙ୍ଗପୁର ବ୍ଲକରୁ 2 ଜଣ ଏବଂ ନନ୍ଦାହାଣ୍ଡି ବ୍ଲକରୁ ଜଣେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l


ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 37 ହଜାର 795 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋରୋନା ପରୀକ୍ଷା କରାଯାଇଛି । 9243 ଜଣ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 6783 ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା 2403 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.