ମାଆ କୋଳରେ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ: ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

author img

By

Published : Sep 18, 2021, 9:52 AM IST

ମାଆ କୋଳରେ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ; ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

ମାଆ କୋଳରେ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ । ଜନ୍ମରୁ ଦୁଇ ହାତ ଗୋଡ଼ ଅକାମି । ଚଲାବୁଲା କରିପାରୁନି ପଙ୍କଜ । ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି । ଅଧିକ ପଢନ୍ତୁ...

ନବରଙ୍ଗପୁର : ମାଆ କୋଳରେ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ । ଯେଉଁ ବୟସରେ ଖେଳକୁଦ କରିବା କଥା ସେ ସମୟରେ ତାର ହାତ ଗୋଡ ଚଳୁନି । ନବରଙ୍ଗପୁର ଜିଲ୍ଲା ପାଇକକତରା ଗାଁର ପ୍ରେମ ଓ ଘୋଷାମଣି ମାଝୀଙ୍କ ୩ ବର୍ଷ ର ପୁଅ ପଙ୍କଜ । ଜନ୍ମରୁ ଦୁଇ ହାତ ଗୋଡ଼ ଅକାମି ହୋଇ ପଡ଼ିଛି । ଚଲା ବୁଲା କରିପାରୁନି । ସମ୍ପୂର୍ଣ୍ଣ ରୂପେ ଦିବ୍ୟାଙ୍ଗ l ପୁଅ ଜନ୍ମ ହେବାର ତିନି ଦିନ ପରେ ଚିକିତ୍ସା ପାଇଁ ନବରଙ୍ଗପୁର ମେଡିକାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ମାଗଣା ଚିକିତ୍ସା ମିଳିଲା । ପିଲାଟି ଭଲ ହେବ ବୋଲି ଡ଼ାକ୍ତର ମଧ୍ୟ କହିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା l

ମାଆ କୋଳରେ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ; ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

କୁନି ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡୁଛନ୍ତି ବାପା ପ୍ରେମ । ଗରିବ ଶ୍ରେଣୀର ହୋଇଥିବାରୁ ଯୋଗାଇ ପାରୁନାହାଁନ୍ତି ଉତ୍ତମ ଚିକିତ୍ସା । ମଜୁରୀ ଲାଗି ପରିବାର ଚଳାନ୍ତି ପ୍ରେମ । ସରକାରୀ ଯୋଜନା କହିଲେ ପରିବାରକୁ ୩୫କେଜି ଚାଉଳ ମିଳୁଥିବାବେଳେ ଏ ଯାଏଁ ଆବାସ ଗୃହ ଖଣ୍ତେ ବି ମିଳି ନାହିଁ । କି ପଙ୍କଜକୁ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ମିଳିନି l ଉତ୍ତମ ଚିକିତ୍ସା ପାଇଁ ଆମେ ରାଷ୍ଟ୍ରୀୟ ବାଲ ସୁସ୍ଥ କାର୍ଯ୍ୟକ୍ରମ(ଆରବିଏସକେ)ର ଫାର୍ମାସିଷ୍ଟ ରାକେଶ କୁମାର ବେହୁରାଙ୍କୁ ଯୋଗାଯୋଗ କରିଥିଲୁ ।

ସେହି ଶିଶୁକୁ ପୂର୍ବରୁ ଦୁଇ ଥର ଅନୁଷ୍ଠାନ ପକ୍ଷରୁ ନିଆଯାଇଛି l କିଛି ଦିନ ଫିଜିଓଥେରୋପି କରିବା ପରେ ହାତ ଗୋଡ଼ ଟିକେ ଟିକେ ଚଳପ୍ରଚଳ କରିବା ସହ ଶରୀରରେ କିଛି ଉନ୍ନତି ଆସିଥିବା ସେ କହିଛନ୍ତି l ଏପଟେ ପିଲାଟି କିନ୍ତୁ ଚଲାବୁଲା କରିପାରୁନି। ଏହିପରି ତିନି ବର୍ଷ ବିତିଯାଇଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ପରିବାର ଭାଙ୍ଗି ପଡିଛନ୍ତି l ତୁରନ୍ତ ପିଲାଟିକୁ ଦିବ୍ୟାଙ୍ଗ ଭତ୍ତା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି ।

ନବରଙ୍ଗପୁରରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.