ETV Bharat / state

ନବରଙ୍ଗପୁରରୁ 108 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Jun 12, 2021, 3:33 PM IST

ନବରଙ୍ଗପୁର ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 108 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 22 ହଜାରକୁ ପାର କରିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ 108 ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ 108 ନୂଆ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସୁଛି l ଏହାରି ମଧ୍ୟରେ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 108 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 22 ହଜାରକୁ ପାର କରିଛି ।

ନବରଙ୍ଗପୁରରୁ 108 ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ 108 ନୂଆ ଆକ୍ରାନ୍ତ ଚିହ୍ନଟ

ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପାପଡାହାଣ୍ଡି ବ୍ଲକରୁ ସର୍ବାଧିକ 20 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ନନ୍ଦାହାଣ୍ଡି ବ୍ଲକରୁ 16 ଜଣ, ଉମରକୋଟ ବ୍ଲକରୁ 14 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 13 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 11 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 10 ଜଣ, ଝରୀଗାଁ ବ୍ଲକରୁ 8 ଜଣ, ରାଇଘର ଓ ନବରଙ୍ଗପୁର ବ୍ଲକରୁ 6 ଜଣ ଲେଖାଏଁ ଏବଂ ଉମରକୋଟ ପୌରାଞ୍ଚଳରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 3 ଲକ୍ଷ 1 ହଜାର 414 ଜଣଙ୍କ ସାମ୍ପୁଲ ଟେଷ୍ଟ୍ କରାଯାଇଥିବାବେଳେ ସେଥିମଧ୍ୟରୁ 22 ହଜାର 5 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20 ହଜାର 327 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1 ହଜାର 516 ଜଣ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.