ETV Bharat / state

ଏଣିକି ଜୈବିକ ଉପାୟରେ ସୃଷ୍ଟି ହେବ ନୂଆ ଜଙ୍ଗଲ

author img

By

Published : Dec 6, 2019, 8:10 PM IST

ଧିରେ ଧିରେ ବଢିବାରେ ଲାଗିଛି ଗ୍ଲୋବାଲ ୱାର୍ମିଙ୍ଗର ପରିମାଣ । ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ । ବିଶ୍ବ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ନୂଆ ଉପାୟରେ ବନୀକରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଅଧିକ ପଢନ୍ତୁ...

global warming issue, new way to create forest, super 30 green odisha workshop, ଗ୍ଲୋବାଲ ୱାର୍ମିଙ୍ଗ, ଜଙ୍ଗଲ ସୃଷ୍ଟିର ନୂଆ ଉପାୟ, ସୁପର 30 ସବୁଜ ଓଡିଶାର କର୍ମଶାଳା
ଜୈବିକ ଉପାୟରେ ସୃଷ୍ଟି ହେବ ନୂଆ ଜଙ୍ଗଲ

ମୟୂରଭଞ୍ଜ: ଧିରେ ଧିରେ ବଢିବାରେ ଲାଗିଛି ବିଶ୍ବ ତାପମାନର କୁପରିମାଣ । ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ । ବିଶ୍ବ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ନୂଆ ଉପାୟରେ ବନୀକରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏଥିରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇ ମଞ୍ଜିଯୁକ୍ତ ବଲ ପ୍ରସ୍ତୁତ କରିବା ଶିଖାଯାଉଛି । ଏହା ସାହାଯ୍ୟରେ ଅପହଞ୍ଚ ପାହାଡିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଯାଇପାରେ ବୋଲି ଆଶା ସଞ୍ଚାର କରାଯାଇଛି ।

ଜୈବିକ ଉପାୟରେ ସୃଷ୍ଟି ହେବ ନୂଆ ଜଙ୍ଗଲ

ଶୁକ୍ରବାର ଏନେଇ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ସୁପର 30 ସବୁଜ ଓଡିଶା ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ମଞ୍ଜିଯୁକ୍ତ ବଲ ପ୍ରସ୍ତୁତ କରିବା ଶିଖାଯାଇଥିଲା । ଏଥିସହ ଏହି ବଲ ସାହାଯ୍ୟରେ କିପରି ଅପହଞ୍ଚ ଇଲାକାରେ ପହଞ୍ଚି ଜଙ୍ଗଲ ସୃଷ୍ଟିର ସମ୍ଭାବନା ସୃଷ୍ଟି କରାଯାଇପାରିବ ସେନେଇ ବାର୍ତ୍ତା ଦିଆଯାଇଥିଲା ।

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଫୋପାଡି ଦିଆଯାଉଥିବା ବା ନଷ୍ଟ ହେଉଥିବା ମଞ୍ଜିଗୁଡିକୁ ଜୈବିକ ବଲରେ ପରିଣତ କରି ସେଥିରୁ ଜଙ୍ଗଲ ସୃଷ୍ଟି କରିବା । ତେବେ ଏହି ପ୍ରୟାସ ଯେ କେତେ ଫଳପ୍ରଦ ତାହା ଆଗାମୀ ସମୟ ହିଁ କହିବ ବୋଲି ମତ ପ୍ରକାଶ କରିଛନ୍ତି ପରିବେଶବିତ୍‌ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଗ୍ଲୋବାଲ ୱର୍ମିଙ୍ଗ କୁ ନେଇ ଚିନ୍ତାରେ ସାରା ବିଶ୍ବ। ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କାଠ ମାଫିଆ ଙ୍କ ରାଜ ବଢି ଚାଲିଛି ଜଙ୍ଗଲ କ୍ଷୟ। ନୂଆ ଉପାୟରେ ବନୀ କରଣ ଚିନ୍ତା କରି ସୁପର ୩୦ ସବୁଜ ଓଡିଶା ପକ୍ଷରୁ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଅଛି କର୍ମଶାଳା।


Body:ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ପରିସର ରେ ଛାତ୍ରଛାତ୍ରୀ ମାନେ ତିଆରି କରୁଛନ୍ତି ମଞ୍ଜିଯୁକ୍ତ ବଲ। ସୁପର ୩୦ ସବୁଜ ଓଡିଶା ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଛି ତାଲିମ। ମାଟି, ଖତ, ସାର ଆଇ ମଞ୍ଜି କୁ ନେଇ ତିଆରି ହେଉଛି ବଲ। ତିଆରି ହେଉଥିବା ବଲ ଗୁଡିକୁ ନଷ୍ଟ ହୋଇଥିବା ଅପହଞ୍ଚ ଅବା ପାହାଡିଆ ଜଙ୍ଗଲ ଭିତରକୁ ଫୋପାଡ଼ି ଦିଆଯିବ। ଉଦେଶ୍ୟ ରହିଛି ଫୋପାଡ଼ି ଦିଆଯାଇଥିବା ମଞ୍ଜିଯୁକ୍ତ ବଲ ଦ୍ୱାରା ସୃଷ୍ଟି ହେବ ନୂଆ ଜଙ୍ଗଲ। ତେବେ ଏ ଭଳି ଏକ ନୂଆ ଉପାୟ ରେ ବନୀକରଣ ଚିନ୍ତା ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ତାଲିମ ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି।
ବାଇଟ-୧-ସୁଚିସ୍ମିତା ପାତ୍ର-ତାଲିମ ନେଇଥିବା ଛାତ୍ରୀ
ବାଇଟ-୨-ଜ୍ୟୋତି ସାହୁ-ତାଲିମ ନେଇଥିବା ଛାତ୍ରୀ
ପୂର୍ବରୁ ସୁପର ୩୦ ସବୁଜ ଓଡିଶା ସଂସ୍ଥା ପକ୍ଷରୁ ଏ ଭଳି କର୍ମଶାଳା ଉତ୍କଳ ଓଡିଶା ବିଶ୍ଵ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଅଛି। ତେବେ ଏ ଭଳି ଏକ ପ୍ରୟାସ ରେ ବନୀକରଣ ଚିନ୍ତା କୁ ସ୍ୱାଗତ କରିଛନ୍ତି ପରିବେଶବିତ। ସଂସ୍ଥା ପକ୍ଷରୁ ଓଡ଼ିଶାର କୋଣ ଅନୁକୋଣରେ ଲୋକଙ୍କୁ ମଞ୍ଜିଯୁକ୍ତ ବଲ ମାଧ୍ୟମରେ କିପରି ଜଙ୍ଗଲ ସୃଷ୍ଟି ହୋଇପାରିବ ସେଥିପାଇଁ ତାଲିମ ଦେବାକୁ ଯୋଜନା ରଖିଛନ୍ତି ସଂସ୍ଥା ର ମୁଖ୍ୟ।
ବାଇଟ-୩-ଭାନୁମିତ୍ର ଆଚାର୍ଯ୍ୟ- ପରିବେଶବିତ
ବାଇଟ-୪-ଧର୍ମେନ୍ଦ୍ର କର- ନିର୍ଦ୍ଦେଶକ-ସୁପର 30 ସବୁଜ ଓଡିଶା



Conclusion:ଦିନକୁ ଦିନ ଜଙ୍ଗଲ କ୍ଷୟ କୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ମଞ୍ଜିଯୁକ୍ତ ବଲ ଦ୍ଵାରା ନୂଆ ଜଙ୍ଗଲ କେତେଦୂର ସଫଳ ହେବ ତାହା ଆଗାମୀ ସମୟ କହିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.