ETV Bharat / state

ନାବାଳକର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

author img

By

Published : Oct 21, 2022, 12:03 PM IST

ଆଠ ବର୍ଷ ବାଳକର ସନ୍ଦେହଜନକ ମୃତ୍ୟୁ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବିଞ୍ଝୁଆ ଗ୍ରାମରେ । ଅଧିକ ପଢ଼ନ୍ତୁ

ନାବାଳକର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା
ନାବାଳକର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

ରାଇରଙ୍ଗପୁର: ଆଠ ବର୍ଷ ବାଳକର ସନ୍ଦେହଜନକ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବିଞ୍ଝୁଆ ଗ୍ରାମରେ । ମୃତ ନାବାଳକ ଜଣକ ହେଲେ ବିଞ୍ଝୁଆ ଗ୍ରାମର କାରୁ ସୋରେନଙ୍କ ପୁଅ ଜଗନ୍ନାଥ ସୋରେନ । କାରୁ ସୋରେନଙ୍କ ବଡ଼ ଝିଅ ଓ ପୁଅ ଜଗନ୍ନାଥ ଗତ ବୁଧବାର ନିଜ ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ।

ନାବାଳକର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

ରାତିରେ ଭାଇ ଓ ଭଉଣୀ ଦୁହେଁ ଘରକୁ ଆସି ଖାଇ ସାରିବା ପରେ ପୁଣି ଜଗନ୍ନାଥ ସଂସ୍କୃତିର କାର୍ଯ୍ୟକ୍ରମ ଦେଖିବାକୁ ପଳେଇ ଯାଇଥିଲା । ତେବେ କିଛି ସମୟ ପରେ ଭଉଣୀ ମଧ୍ୟ ସେଠାକୁ ଯାଇଥିବା ବେଳେ ଭାଇ ଜଗନ୍ନାଥକୁ ପାଇ ନଥିଲେ । ଏନେଇ ପରିବାର ଲୋକେ ସେଠାରେ ବହୁତ ଖୋଜା ଖୋଜି କରିଥିଲେ । ପରେ ଭାଇକୁ ନପାଇ ଶେଷରେ ଘରକୁ ଫେରି ବାପା ମାଆଙ୍କୁ ଏ ବିଷୟରେ ଜଣାଇଥିଲେ। ରାତି ସାରା ପରିବାର ଲୋକେ ଜଗନ୍ନାଥକୁ ଖୋଜାଖୋଜି କରି ପାଇନଥିଲେ । ହେଲେ ଗୁରୁବାର ସକାଳୁ ତାଙ୍କ ଘର ବାଡ଼ି ପଛପଟ ବୁଦା ନିକଟରେ ଜଗନ୍ନାଥର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜଗନ୍ନାଥର ନାକ ଓ ପାଟିରେ ଫେଣ ବାହାରିଥିଲା ।

ଏନେଇ ପୁଅ ଜଗନ୍ନାଥକୁ ହତ୍ୟା କରାଯାଇଥିବା ନେଇ ବାପା କାରୁ ସୋରେନ ତିରିଂ ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍କୁ ଡ଼କାଇଥିଲେ। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ଟିକିନିଖି ଯାଞ୍ଚ କରିଥିଲେ।

ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ ତିରିଂ ଥାନା ପୋଲିସ । ସେପଟେ ନାବାଳକର ମୃତ୍ୟୁ ଘଟଣାରେ ତିରିଂ ଥାନା ପୋଲିସ ବିଞ୍ଝୁଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ସେପଟେ ପୁଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ।

ଆଖି ଆଗରେ ପୁଅର ମୃତଦେହକୁ ଦେଖି ମାଆ କୋହ ସମ୍ଭାଳି ପାରୁନି । ଛାତି ପିଟି ପିଟି କାନ୍ଦୁଛି ମାଆ । କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଛି । ପୁଅର ମୃତ୍ୟୁ ପରେ ଘର ଉପରେ ଦୁଃଖର କଳା ବାଦଲ ଛିଣ୍ଡି ପଡ଼ିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.