ETV Bharat / state

ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ, 8 ଗିରଫ

author img

By

Published : Aug 2, 2023, 10:54 PM IST

ରାଇରଙ୍ଗପୁର ବନବିଭାଗକୁ ସଫଳତା । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଦୁଇଟି ଗାଡ଼ି ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୮ ଜଣ ଅଭିଯୁକ୍ତକୁ ଗିରଫ କରିଛି ବିଭାଗ । ଅଧିକ ପଢନ୍ତୁ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 8 ଗିରଫ
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 8 ଗିରଫ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 8 ଗିରଫ

ରାଇରଙ୍ଗପୁର: ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଦୁଇଟି ଗାଡ଼ି ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୮ ଜଣ ଅଭିଯୁକ୍ତକୁ ଗିରଫ କରିଛି ବିଭାଗ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ । ସୂଚନା ଅନୁଯାୟୀ, ରାଇରଙ୍ଗପୁର ବଡ଼ଦାଣ୍ଡ ନିକଟସ୍ଥ ପୂଜା ଗେଷ୍ଟ ହାଉସ ସମ୍ମୁଖରେ ଏକ ବୋଲେରୋ ଗାଡ଼ିରେ ବଜ୍ରକାପ୍ତା ଚାଲାଣ ହେଉଥିବା ଖବର ପାଇ ରାଇରଙ୍ଗପୁର ବନବିଭାଗ । ସୂଚନା ପାଇବା ପରେ ବନବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ତେବେ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ବନବିଭାଗ ଏହି ଚଢ଼ାଉ କରିଥିଲେ । ବନବିଭାଗର ଚଢ଼ାଉରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡର ଅଧିକାରୀମାନେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ... ବଜ୍ରକାପ୍ତା ଚାଲାଣ ବେଳେ ମାଡି ବସିଲା ବନବିଭାଗ: ଜଣେ ଗିରଫ

ଅଭିଯୁକ୍ତମାନଙ୍କଠାରୁ ଏକ ବୋଲେରୋ ଗାଡ଼ି, ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଓ ଆଠୋଟି ମୋବାଇଲ ଫୋନ୍‌ ଜବତ କରିଛି ବନବିଭାଗ । ଅଭିଯୁକ୍ତମାନେ ବଜ୍ରକାପ୍ତାଟିକୁ ବିକ୍ରି କରିବା ନିମନ୍ତେ ମୂଲଚାଲ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏହି ସମୟରେ ବିଭାଗ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ତେବେ ସମସ୍ତ ଅଭିଯୁକ୍ତମାନେ ପଡ଼ୋଶୀ ଝାଡଖଣ୍ଡ ରାଜ୍ୟର ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ: ମୃତ ବଜ୍ରକାପ୍ତା ସହ ବିପୁଳ ପରିମାଣର ଚୋରି ଅଳଙ୍କାର ଉଦ୍ଧାର, ତିନି ଗିରଫ

ଅଭିଯୁକ୍ତମାନେ ହେଲେ ଖରସୁଆଁ ଥାନା ଅନ୍ତର୍ଗତ ରାଇଜାମା ଅଞ୍ଚଳର ସଇନା ସର୍ଦାର, ଲାଖି ଚରଣ ସର୍ଦାର, ରାମେଶ୍ବର ସର୍ଦାର, ପଚୁନୁ ଗାଗରାଇ । ସେହିପରି ଝାଡ଼ଖଣ୍ଡ କୁଚେଇ ଥାନା ଅନ୍ତର୍ଗତ ସୁରାବେଡା ଗ୍ରାମର ମାଙ୍ଗତା ଗୋପ, ମାଞ୍ଝାରୀ ଥାନା ଅନ୍ତର୍ଗତ ସେରେଙ୍ଗବିଲ୍ ଅଞ୍ଚଳର ଗାର୍ଭେଟ କାରୁଆ, ସେଲାଇ ଚରଣ ବିରୁଲି ଓ ମଣି ନାଗ । ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରଖିଛି । ସପେଟେ ପଚରାଉଚରା ପରେ ଆଜି ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି । ସେପଟେ ଗତ କିଛି ଦିନ ତଳେ ଖୋର୍ଦ୍ଧା ପୋଲିସ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.