ETV Bharat / state

ଏଥର ବିଜାତଳା ୩୨ ନଂ ଜୋନରେ ତ୍ରିମୁଖୀ ଲଢେଇ

author img

By

Published : Feb 23, 2022, 7:46 AM IST

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ୩୨ ନଂ ଜୋନ ବିଜେପି ଗଡ ଥିବାବେଳେ ଉପନିର୍ବାଚନରେ ବାଜି ମାରିଥିଲା ବିଜେଡି । ଫଳରେ ଚଳିତ ତ୍ରିସ୍ତରୀୟ ନିର୍ବାଚନ ଫଳାଫଳ କଣ ହେବ ତା' ରହିଛି ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ଏଥର ରାଇରଙ୍ଗପୁରର ୩୨ ନଂ ଜୋନରେ ତ୍ରିମୁଖୀ ଲଢେଇ
ଏଥର ରାଇରଙ୍ଗପୁରର ୩୨ ନଂ ଜୋନରେ ତ୍ରିମୁଖୀ ଲଢେଇ

ରାଇରଙ୍ଗପୁର: ପଞ୍ଚାୟତ ନିର୍ବାଚନକୁ ନେଇ ବେଶ୍ ସରଗରମ ହୋଇ ଉଠିଛି ଗାଁ ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ । ବିଜେପି ଗଡ଼ ଥିବା ମୟୂରଭଞ୍ଜ ଜିଲ୍ଲା ବିଜାତଳ ବ୍ଲକର ୩୨ ନମ୍ବର ଜୋନକୁ ଉପନିର୍ବାଚନରେ ବିଜେଡି ଦଖଲ କରି ଥିବାବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ଏହାକୁ କିଏ ଦଖଲ କରିବ ତା' ଉପରେ ସମସ୍ତଙ୍କ ନଜର ।

ଏଥର ରାଇରଙ୍ଗପୁରର ୩୨ ନଂ ଜୋନରେ ତ୍ରିମୁଖୀ ଲଢେଇ

ଜିଲ୍ଲାର ଚର୍ଚ୍ଚିତ ଜୋନ ହେଉଛି ବିଜାତଳା ବ୍ଲକର ୩୨ ନଂ ଜୋନ । ଏହି ଜୋନ୍‌ଟି ୨୦୧୭ ମସିହାରେ ବିଜେପି ଦଖଲ କରି ଥିବାବେଳେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଛୋଟରାୟ ମାରାଣ୍ଡିଙ୍କ ଦେହାନ୍ତ ପରେ ୨୦୧୮ ମସିହା ଡିସେମ୍ବର ୬ରେ ଏଠାରେ ଉପନିର୍ବାଚନ ହୋଇଥିଲା ଏବଂ ଦଖଲ କରିଥିଲା ଶାସକ ଦଳ ବିଜେଡି । ୫ଟି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍‌ର ୮୨ଟି ୱାର୍ଡରେ ୨୧,୬୦୯ ଜଣ ଭୋଟର ଥିବାବେଳେ ମହିଳା ଭୋଟର ସଂଖ୍ୟା ଅଧିକ ରହିଛି ।

ଏହି ଜୋନକୁ ଜିତି ଗଡ ରକ୍ଷା କରିବା ବିଜେଡି ପାଇଁ ସମ୍ମାନର ଲଢେଇ ହୋଇ ଥିବାବେଳେ ବିଜେଡି ଏଠାରେ ବିଜାତଳା ବ୍ଲକ ଚେୟାରମ୍ୟାନ ନିମାଇଁ ଚରଣ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ବିଜେଡି ପ୍ରାର୍ଥୀ ନିମାଇଁ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଓ ବ୍ଲକ ଚେୟାରମ୍ୟାନ ଭାବେ ବିଭିନ୍ନ ପଞ୍ଚାୟତରେ ୫ ବର୍ଷ କାଳ ମଧ୍ୟରେ କରିଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ଜନ ସମର୍ଥନ ନିଜ ସପକ୍ଷରେ ଯିବା ଓ ବିଜୟ ଲାଭ କରିବା ନେଇ ଆଶାବାଦୀ ଅଛନ୍ତି ।

ସେପଟେ JMM(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ମଧ୍ୟ ପଛରେ ରହିନାହିଁ । ମହିଳା ଭୋଟର ବହୁଳ ଏହି ଜୋନରେ ଜଣେ ମହିଳା ପ୍ରାର୍ଥିନୀ ମୀନା ସୋରେନଙ୍କୁ ଟିକେଟ ଦେଇଛି ଦଳ । ଜେଏମଏମ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଭୋଟ ଭିକ୍ଷା କରିଛି । ତେବେ ଏଥର ବିଜେଡି ନିଜ ଗଡ଼କୁ ବଞ୍ଚାଇ ରଖିପାରୁଛି ନା ବିଜେପି ପୁଣିଥରେ ଏହି ଜୋନ୍‌କୁ ଦଖଲ କରିପାରିବ ଅଥବା ଜେଏମଏମ ଏହି ଜୋନକୁ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.