୨୫ ଟିକିଆ ହାତୀପଲଙ୍କ ଉତ୍ପାତ, ଚାଷୀ ମୁଣ୍ଡରେ ଚଡକ

author img

By

Published : Sep 13, 2021, 7:30 PM IST

elephant havoc in rairangpur, farmers faceing problems

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ଓ କରଞ୍ଜିଆ ରେଞ୍ଜରେ ହାତୀ ଉପଦ୍ରବ। ହାତୀପଲ ବ୍ୟାପକ ଚାଷ ନଷ୍ଟ କରୁଛନ୍ତି । ଯାହା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର : ଏକର ଏକର ଚାଷ ଜମିରେ ହାତୀ ଉପଦ୍ରବ । ୨୫ ଟିକିଆ ହାତୀପଲ ବ୍ୟାପକ ଚାଷ ନଷ୍ଟ କରୁଛନ୍ତି । ଯାହା ଚାଷୀ ମୁଣ୍ଡରେ ପଡିଛି ଚଡକ । ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ବନଖଣ୍ଡରେ ହାତୀ ଉପଦ୍ରବ ଦେଖାଦେଇଛି ।

୨୫ ଟିକିଆ ହାତୀପଲର ଉତ୍ପାତ, ଚାଷୀ ମୁଣ୍ଡରେ ଚଡକ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ଓ କରଞ୍ଜିଆ ରେଞ୍ଜରେ ଗତ ଦୁଇ ମାସ ହେବ ହାତୀ ଉପଦ୍ରବ ଜାରିରହିଛି । ଗତ ଦୁଇ ମାସ ଭିତରେ ପାଖାପାଖି ୩୦/୪୦ ଏକର ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି ୨୫ ଟିକିଆ ହାତୀପଲ। ତେବେ ଗତ ଏକ ସପ୍ତାହ ହେବ ଶୁକୃଳି, ରରୁଆଁ ଓ କରଞ୍ଜିଆ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ହାତୀପଲ ଦିନରେ ଗ୍ରାମ ନିକଟସ୍ଥ ଜଙ୍ଗଲ ଗୁଡିକରେ ରହୁଥିବା ବେଳେ ସଂନ୍ଧ୍ୟା ନଇଁ ଆସିଲେ ଧାନଚାଷ ସହିତ ପରିବା ଚାଷ ମଧ୍ୟ ନଷ୍ଟ କରୁଛନ୍ତି।

ହାତୀପଲକୁ ରୋକିବା ପାଇଁ ବନବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଷ୍ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ହାତୀ ରୋକିବାରେ ବନବିଭାଗ ବିଫଳ ହୋଇଛି। ଧାନ ଫସଲ ଆରମ୍ଭ ହେବା ସମୟରେ ହାତୀପଲ ଚାଷ ଜମି ନଷ୍ଟ କରୁଥିବାରୁ ବିପୁଳ କ୍ଷତି ସହୁଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ସେପଟେ ରାତିରେ ଗ୍ରାମ ଗୁଡିକରେ ଲୋକେ ହାତୀ ଆତଙ୍କରେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.