ETV Bharat / state

ଆସୁଛନ୍ତି ମହାମହିମ, ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି

author img

By ETV Bharat Odisha Team

Published : Nov 19, 2023, 6:59 PM IST

ଆସନ୍ତାକାଲି(ସୋମବାର) ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି । ପ୍ରୋଟୋକଲ ଅନୁଯାୟୀ ତୃଟିମୁକ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ । ଅଧିକ ପଢନ୍ତୁ

ଆସୁଛନ୍ତି ମହାମହିମ , ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି
ଆସୁଛନ୍ତି ମହାମହିମ , ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି

ଆସୁଛନ୍ତି ମହାମହିମ , ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଉ କିଛି ଘଣ୍ଟା ବାକି ରହିଥିବାବେଳେ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ମହାମହିମଙ୍କ ଗସ୍ତ ଅବସରରେ ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ସୂଚନା ମିଳିଛି । ଆଜି (ରବିବାର) ରାଇରଙ୍ଗପୁର ସ୍ଥିତ କଚେରୀ ପଡ଼ିଆ ଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରିଜର୍ଭ ପୋଲିସ ଫୋର୍ସ ଓ ପୋଲିସ କର୍ମଚାରୀ ମାନଙ୍କର ବ୍ରିଫିଂ ଓ ରିହରସାଲ କାର୍ଯ୍ୟକ୍ରମ କରାଯାଇଛି । ସେହିପରି ବାରିପଦା ଠାରେ ମଧ୍ୟ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ କରାଯାଇଥିବା ସୂଚନା ମିଳିଛି ।

ଆଜି ରାଇରଙ୍ଗପୁର କଚେରୀ ପଡିଆ ଠାରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ତଦାରଖ ସହ ସମୀକ୍ଷା କରୁଛନ୍ତି । ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ କରାଯାଇଛି । କୋଣସି ପ୍ରକାର ତୃଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି । ଏନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ଏସ. ସୁଶ୍ରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ.....୨୦ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି; ଜନ୍ମମାଟିରେ ଚାଲିଛି ବ୍ୟାପକ ପ୍ରସ୍ତୁତି

ତେବେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର, ପାହାଡପୁର ଓ ବାଦାମପାହାଡ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ 50 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ମିଳିଛି । ଆସନ୍ତାକାଲି(ସୋମବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦା ଠାରେ ପହଞ୍ଚିବେ ।

ଏହା ପରେ ଶହୀଦ ସ୍ମୃତିଭବନ ଠାରେ ହେବାକୁ ଥିବା ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କାର୍ଯ୍ୟକ୍ରମ ରହିଛି । ଏହାପରେ ଦାଣ୍ଡବୋଷ ଓ ପରେ ମହୁଲଡିହା ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ କିଛି ବିଶେଷ ବ୍ୟକ୍ତିଙ୍କୁ ସାକ୍ଷାତ କରି ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ଭୋଜନ ସହିତ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି । ଏଥି ପାଇଁ ଦାଣ୍ଡବୋଷ ଠାରେ ମଧ୍ୟ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।


ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.