ETV Bharat / state

୨୦ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି; ଜନ୍ମମାଟିରେ ଚାଲିଛି ବ୍ୟାପକ ପ୍ରସ୍ତୁତି

author img

By ETV Bharat Odisha Team

Published : Nov 16, 2023, 8:55 AM IST

ଆସନ୍ତା ୨୦ରେ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ଜୋରଦାର । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜନ୍ମମାଟିରେ ବ୍ୟାପକ ପ୍ରସ୍ତୁତି

୨୦ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି । ମହାମହିମଙ୍କ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ନିଜର ମହୁଲଡିହା ସ୍ଥିତ ବାସଭବନରେ ରାତ୍ରିଯାପନ କରିବେ । ଏଥିପାଇଁ ରାଷ୍ଟ୍ରପତିଙ୍କ ବାସଗୃହରେ ଇଲେକ୍ଟ୍ରି ବିଭାଗ, ପିଏଚଡ଼ି ବିଭାଗ ଓ ଅନ୍ୟାନ୍ୟ ବିଭାଗ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ରାଷ୍ଟ୍ରପତି ଭବନରୁ ଆସିବାକୁ ଥିବା ମେନୁ ଅନୁଯାୟୀ ବିନା ପିଆଜ ଓ ରସୁଣରେ ପ୍ରସ୍ତୁତ ଖାଦ୍ୟ ରାଷ୍ଟ୍ରପତି ମୁର୍ମୁ ରାତ୍ରି ଭୋଜନରେ ଗ୍ରହଣ କରିବେ ବୋଲି ସାନଭାଇ ତରଣୀସେନ ଟୁଡୁ ଜଣାଇଛନ୍ତି ।

ରାଷ୍ଟ୍ରପତି ଭାବେ ପଦବୀ ଗ୍ରହଣ ପରେ ଏହା ହେଉଛି ମୟୂରଭଞ୍ଜ ଜିଲ୍ଲାକୁ ଦ୍ବିତୀୟ ଗସ୍ତ । ଆସନ୍ତା ସୋମବାର ମହାମହିମ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରୁ ବାରିପଦା ଆସି ସେଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ସେହିଦିନ ବାୟୁସେନାର ହେଲିକପ୍ଟର ଯୋଗେ ଦାଣ୍ଡବୋଷରେ ପହଞ୍ଚିବେ । ପରେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବିଶେଷ ଲୋକଙ୍କ ସହିତ ସାକ୍ଷାତ କରିବା ପରେ ମହୁଲଡିହାରେ ଥିବା ନିଜ ବାସଭବନରେ ରାତ୍ରିଯାପନ କରିବେ । ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନିକ ପ୍ରସ୍ତୁତି; କାର୍ଯ୍ୟକ୍ରମ ତୃଟିଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଏହି ସମୟରେ ମର୍ମୁ ନିଜ ସାନଭାଇ ତରଣୀସେନ ଟୁଡୁ ଓ ଭାଉଜ ଶାକ୍ରୋମଣୀ ଟୁଡୁଙ୍କ ସହିତ ମିଶି ରାତ୍ରିଭୋଜନ କରିବେ ବୋଲି ସେମାନେ ସୂଚନା ଦେଇଛନ୍ତି । ସେପଟେ ଗୋଟିଏ ସପ୍ତାହ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ସାନଭାଇ ଓ ଭାଉଜ ରାଷ୍ଟ୍ରପତି ଭବନରୁ ରାଇରଙ୍ଗପୁର ସ୍ଥିତ ନିଜ ଘରକୁ ଆସି ଆସି ଏଠାରେ ଘର ସାଜସଜ୍ଜା କାମରେ ଲାଗି ପଡିଛନ୍ତି । ରାଷ୍ଟ୍ରପତି ରାଇରଙ୍ଗପୁର ଆସିବା ପୂର୍ବରୁ ସାନଭାଇ ତରଣୀସେନ ଓ ଭାଉଜଙ୍କ ଘରର ଦାୟିତ୍ଵ ସବୁ ଦେଇଛନ୍ତି । ସେପଟେ ରାଇରଙ୍ଗପୁର, ପାହାଡପୁର ଓ ବାଦାମପାହାଡରେ ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ଗସ୍ତରେ ଆସିବେ ରାଷ୍ଟ୍ରପତି, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.