ETV Bharat / state

Panchayat Election Effect: BJP ରେ ମିଶିଲେ ୫୮୭ କର୍ମୀ

author img

By

Published : Dec 31, 2021, 9:21 AM IST

ପଞ୍ଚାୟତ ନିର୍ବାଚନ(Odisha Panchayat Election) ପୂର୍ବରୁ BJP ରେ ମିଶିଲେ ୫୮୭ କର୍ମୀ । ଅଧିକ ପଢନ୍ତୁ

Panchayat Election Effect: BJP ରେ ମିଶିଲେ ୫୮୭ କର୍ମୀ
Panchayat Election Effect: BJP ରେ ମିଶିଲେ ୫୮୭ କର୍ମୀ

ରାଇରଙ୍ଗପୁର: ଆଗାମୀ ପଞ୍ଚାୟତ ନିର୍ବାଚନ(Odisha Panchayat Election)କୁ ଦୃଷ୍ଟିରେ ରଖି BJP ର ଶକ୍ତି ପ୍ରଦର୍ଶନ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ୫୮୭ କର୍ମୀଙ୍କ BJP ରେ ଯୋଗଦାନ ।

Panchayat Election Effect: BJP ରେ ମିଶିଲେ ୫୮୭ କର୍ମୀ


ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ ରାଜନୈତିକ ଦଳର କସରତ । ନିଜ ନିଜ ଦଳପ୍ରତି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଚାଲିଛି ପ୍ରୟାସ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଲ୍ୟାଣୀ ମଣ୍ଡପ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ୫୬ଟି ଜୋନ୍ ରହି ଥିବାବେଳେ ବିଜେପି ନିଜ ଦଳକୁ ଆହୁରି ମଜଭୂତ ଓ କର୍ମୀଙ୍କୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରିରଖିଛି ।

ଆଜି(ଗୁରୁବାର) କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଇରଙ୍ଗପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ମିଶ୍ରଣ ପର୍ବରେ ଅନ୍ୟାନ୍ୟ ଦଳରୁ ୫୮୭ ଜଣ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦାନ କରିଥିଲେ । ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବିଜୟ ଲାଭ କରି ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ନିଶ୍ଚିତ ଭାବରେ ଏହାର ପ୍ରଭାବ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ରାଇରଙ୍ଗପୁର ବିଧାୟକ, ସାରସକଣା ବିଧାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.